Posted inଜାତୀୟ

ମନ୍ଦିରରେ ଭିଡ଼ ଜମାଇଥିଲେ ଶ୍ରଦ୍ଧାଳୁ, ଦଳାଚକଟାରେ ଚାଲିଗଲା ୯ ଜୀବନ

ଅମରାବତୀ,୧ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଦଳାଚକଟା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଭିତରେ ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି।

ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ଦର୍ଶନ ପାଇଁ ମନ୍ଦିରରେ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ। ଭକ୍ତଙ୍କ ଭିଡ଼ ଏତେ ଅଧିକ ହୋଇଯାଇଥିଲା ଯେ, ସ୍ଥାନୀୟ ପ୍ରଶାସନ ଏବଂ ମନ୍ଦିର ପରିଚାଳନା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରି ନ ଥିଲେ। ହଠାତ୍‌ ଠେଲାପେଲା ହୋଇଥିଲା, ଯାହା ଫଳରେ ଦଳାଚକଟା ହୋଇଥିଲା। ଲୋକମାନେ ପରସ୍ପର ଉପରେ ପଡ଼ିଗଲେ ଯାହା ଫଳରେ ଏପରି ଅଘଟଣ ଘଟିଲା। ବର୍ତ୍ତମାନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏହି ଦୁଃଖଦ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘କାଶିବୁଗାର ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଅତ୍ୟନ୍ତ ଦୁଃଖଦ। ଭକ୍ତଙ୍କ କ୍ଷତି ହୃଦୟ ବିଦାରକ। ମୁଁ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଆହତମାନଙ୍କୁ ତୁରନ୍ତ ଏବଂ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ସେ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଏବଂ ପୁନର୍ବାସ ପ୍ରୟାସ ତଦାରଖ କରିବାକୁ କହିଛନ୍ତି। ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…

ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି,...

ହଠାତ୍‌ ନୂଆପଡାରେ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଯାଞ୍ଚ, ଜାଣନ୍ତୁ କାହିଁକି…

ନୂଆପଡା,୭।୧୧: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ କରାଯାଇଛି। ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ  ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି।...

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଏସବୁ ସ୍ଥାନରୁ ବୁଲା କୁକୁର ହଟାଅ

ନୂଆଦିଲ୍ଲୀ,୭ା୧୧: ଦେଶରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ୁଥିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ...

ବିହାର ନିର୍ବାଚନ ପରେ ବିପଦରେ ପଡ଼ିପାରେ ମୋଦି ସରକାର, ପାକିସ୍ତାନରେ ଚାଲିଛି…

ନୂଆଦିଲ୍ଲୀ,୭।୧୧: ସାରା ଦେଶରେ ଏବଂ ପାକିସ୍ତାନରେ ମଧ୍ୟ ବିହାର ବିଧାନସଭା ନିର୍ବାଚନକୁ ନେଇ ବ୍ୟାପକ ଆଲୋଚନା ହେଉଛି। ପାକିସ୍ତାନୀର ଏକ ଖବରକାଗଜ ବିହାର ନିର୍ବାଚନକୁ ଉଲ୍ଲେଖ...

ଓଡ଼ିଶା ପାଳୁଛି ଛାଡ଼ଖାଇ: ଆମିଷ ବଜାରରେ ଭିଡ଼, ଦର ଆକାଶଛୁଆଁ

ଭୁବନେଶ୍ୱର,୭ା୧୧: ପବିତ୍ର କାର୍ତ୍ତିକ ମାସର ମାସବ୍ୟାପୀ ନିରାମିଷ ଭୋଜନ ପରେ ମାର୍ଗଶିର ମାସର ପ୍ରଥମ ଗୁରୁବାର ଯିବା ପରେ ଶୁକ୍ରବାର ଛାଡ଼ଖାଇ ପାଳନ କରୁଥିବା ଓଡ଼ିଶାବାସୀଙ୍କ...

ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ...

ପାରଦ ତଳମୁହାଁ: ଦୁଇଦିନ ପରେ ବଢ଼ିବ ଶୀତ, ଥରିବ ଓଡ଼ିଶା

ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ): ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଥିବାବେଳେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଉ ୨ଦିନ ପରେ ଶୀତ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri