ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ, ପଲିଥିନ ସିଟ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ୧୦୦୦ ପରିବାରକୁ ଏହି ସହାୟତା ଯୋଗାଇ ଦିଆ ଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଲ୍‌ଜି ପ୍ରଡକ୍ଟଗୁଡିକ ଲାଗି ସର୍ଭିସ କ୍ୟାମ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ସର୍ଭିସ ଦେୟ ଛାଡ କରାଯାଇଥିବା ବେଳେ ପାର୍ଟସ ଉପରେ ରିହାତି ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କ ସହ ଛିଡା ହେବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛୁ ବୋଲି ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆର ଏମ୍‌ଡି କି.ଓ୍ବାନ.କିମ୍‌ କହିଛନ୍ତି। କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ପ୍ରବଲ ସକ୍ସେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


All Right Reserved By

ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ: ୨୪ ଘଣ୍ଟାରେ ପରିଚାଳିତ ହେଲା ୩୦ ଜାହାଜ

ଭୁବନେଶ୍ୱର,୨୮-୫: ଦୈନିକ ହାରାହାରି ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଚଳିତ ମାସ ୨୭ ତାରିଖ ସକାଳ ୭.୩୦ରୁ ୨୮ ତାରିଖ ୭.୩୦...

ଷ୍ଟର୍ଲିଂ ବାୟୋଟେକ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ଇଡି

ନୂଆଦିଲ୍ଲୀ,୨୭-୬: ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟର୍ଲିଂ ବାୟୋଟେକ୍‌ ଗ୍ରୁପର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନାଇଜେରିଆର ତୈଳ...

ଗଡ଼କରୀଙ୍କ ୧୫ ଲକ୍ଷ କୋଟିର ନିବେଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ,୬-୬: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦାୟିତ୍ୱ ସମ୍ଭାଳିବା ପରେ ଆସନ୍ତା ୫ ବର୍ଷ ପାଇଁ ଆର୍ଥିକ ବିକାଶରେ ସଡ଼କ...

ଫ୍ଲିପକାଟର୍ର୍ ଆଣିଲା କ୍ରେଡିଟ କାର୍ଡ

ମୁମ୍ବାଇ,୧୩।୭: ଅନ୍‌ଲାଇନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଗ୍ରାହକଙ୍କ ଲାଗି ନିଜସ୍ବ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଗ୍ରାହକ ନିଜ ପାଖରେ ଅର୍ଥ ନ ଥିଲେ ମଧ୍ୟ...

ଏନ୍‌ବିଏଫ୍‌ସି ସେକ୍ଟରରେ ବଢ଼ିବ ସଙ୍କଟ

ନୂଆଦିଲ୍ଲୀ,୧୩।୫: ଦେଶର  ଅଣ-ବ୍ୟାଙ୍କିଙ୍ଗ୍‌ କମ୍ପାନୀ କ୍ଷେତ୍ର (ଏନ୍‌ବିଏଫ୍‌ସି) ସଙ୍କଟର ଦ୍ୱାରଦେଶରେ ଛିଡ଼ା ହୋଇଛି। କେତେକ ବଡ଼ କମ୍ପାନୀ ଦ୍ୱାରା ହୋଇଥିବା ବିତ୍ତୀୟ ଅନୀୟମିତତା  ଏବଂ ଋଣ...

ସୋନି ଆଣିଲା ନୂଆ ସାଉଣ୍ଡବାର

ଭୁବନେଶ୍ୱର,୧୫-୭: ସୋନି ଇଣ୍ଡିଆ ପକ୍ଷରୁ ଡଲ୍‌ବି ଆଟମସ ସୁବିଧା ଥିବା ନୂଆ ସାଉଣ୍ଡବାର ଏଚ୍‌ଟି-ଜେଡ୍‌୯ଏଫ୍‌ ଏବଂ ଏସ୍‌ଏଜେଡ ୯ ବଜାରକୁ ଆସିଛି। ଏହି ପ୍ରଡକ୍ଟ ସାରା...

ଗୋଦ୍‌ରେଜ ଅଧ୍ୟକ୍ଷଙ୍କୁ ମିଳିଛି ୧୧୪ ଗୁଣା ବେତନ

ନୂଆଦିଲ୍ଲୀ,୮-୭: ଗୋଦ୍‌ରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ଅଧ୍ୟକ୍ଷ ଆଦି ଗୋଦ୍‌ରେଜଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ବେତନର ୧୧୪ ପ୍ରତିଶତ ଅଧିକ ପାରିତୋଷିକ ମିଳିଛି। ତାଙ୍କୁ...

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୧-୭: କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ ରାଉତଙ୍କ ଉପସ୍ଥିତିରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *