ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା

ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ରାଜିନାମା ହୋଇଥିଲା। ଚାଇନା ୨୦୦୭ରେ ପାକିସ୍ତାନକୁ ଜେଏଫ-୧୭ର ପ୍ରଥମ ବ୍ୟାଚ ପ୍ରଦାନ କରିଥିଲା। ସେବେଠାରୁ ପାକିସ୍ତାନ ବାୟୁସେନା ଏଫ-୧୭ ଯୁଦ୍ଧ ବିମାନକୁ ବ୍ୟବହାର କରିଆସୁଛି। ପ୍ରାୟ ଏକ ଦଶନ୍ଧି ପରେ ଚାଇନା ଜେଏଫ-୧୭ରେ ଆବଶ୍ୟକ ମରାମତି ଓ ଅପଗ୍ରେଡେସନ କାର୍ଯ୍ୟ କରିଛି। ୨୦୧୭ ନଭେମ୍ବରରୁ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ୨୦୧୬ରେ ଏକ ଚୁକ୍ତି ହୋଇଥିଲା। ଏଫ-୧୭ ଏକ ବହୁମୁଖୀ ଯୁଦ୍ଧ ବିମାନ। ମରାମତି ଓ ଅପଗ୍ରେଡେସନ ପରେ ଏହା ଅଧିକ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଏହି ବିମାନ ସାମିଲ ହେବା ପରେ ପାକିସ୍ତାନ ବାୟୁସେନା ଅଧିକ ମଜଭୁତ ହେବ ବୋଲି ଚର୍ଚ୍ଚା ହେଉଛି।


All Right Reserved By

ଚନ୍ଦ୍ରକୁ ମଙ୍ଗଳର ଅଂଶ କହି ଟ୍ରମ୍ପ ହଟହଟା

ସାନ୍‌ ଫ୍ରାନ୍ସିସ୍କୋ,୯ା୬(ଆଇଏଏନ୍‌ଏସ୍‌): ମହାକାଶ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଚନ୍ଦ୍ର ମଙ୍ଗଳ...

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ...

ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କଲା ଚାଇନା

ବେଜିଂ,୨୧।୬: ଚାଇନା ଏକ ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କରିଛି। ଶୁକ୍ରବାର ଚାଇନାର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଥମ ଥର ଏହି ଚାଳକ...

ଭାରତ ଆସିବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପୋଲାଣ୍ଡର ୧୧ ବର୍ଷର ବାଳିକା

ଫନମ ପେନ,୩।୬: ପୋଲାଣ୍ଡର ୧୧ ବର୍ଷୀୟା ବାଳିକା ଏଲିଜା ଓ୍ବାନାତକୋ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏକ ହାତ ଲେଖା ଚିଠି...

ସୁନ୍ଦରୀ ମହିଳାଙ୍କୁ ଦେଖି ଗାଡି ଅଟକାଇଲେ ଟ୍ରାଫିକ ପୋଲିସ: ଚାଲାଣ କାଟି ଲେଖିଲେ ‘ଆଇ ଲଭ୍‌ ୟୁ’

ଉରୁଗୁୟେ,୮।୬: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ସାଧାରଣତଃ ଚାଲାଣ କଟାଯାଇଥାଏ। କେବେ କେବେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ୍‌ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଅବସ୍ଥାରେ...

ଭର୍ଜିନିଆରେ ଗୁଳିକାଣ୍ଡ : ୧୨ ଜଣଙ୍କ ପ୍ରାଣ ହାନି, ୬ ଗୁରୁତର

ଓ୍ବାଶିଂଟନ,୧ା୬: ଆମେରିକାସ୍ଥିତ ଭର୍ଜିନିଆର ଏକ ସରକାରୀ ଅଟ୍ଟାଳିକାରେ ଗୁଳିକାଣ୍ଡ ଯୋଗୁ ଜଣେ ବନ୍ଧୁକଧାରୀଙ୍କ ସମେତ ୧୨ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୬ ଜଣ ଗୁରୁତର...

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *