Posted inଜାତୀୟ

ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା: ଯୁବକଙ୍କୁ ହରାଇବାକୁ ପଡ଼ିଲା ନିଜର ଗୁପ୍ତାଙ୍ଗ

ସାହଜାହଁ।ପୁର,୨୨।୫: ଉତ୍ତରପ୍ରଦେଶ ସାହଜହଁ।ପୁରରେ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା କରିବା। କିନ୍ନରମାନେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଉକ୍ତ ସହରର ୨୦ ବର୍ଷୀୟ ଯୁବକ ଜନପଦ ଫରୁଖାବାଦର ୩ଜଣ କିନ୍ନରଙ୍କ ସହ ବନ୍ଧୁତାସ୍ଥାପନ କରିଥିଲେ। ଯୁବକ ଜଣଙ୍କ ବିବାହରେ ଯାଇ ନାଚିବାକୁ ବେଶ୍‌ ପସନ୍ଦ କରୁଥିବା ବେଳେ କିଛି କିନ୍ନରଙ୍କୁ ଏହା ଭଲ ଲାଗି ନ ଥିଲା। କିଛି ଦିନ ପୂର୍ବରୁ ତାଙ୍କୁ କିନ୍ନର କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଜାଣି ଯୁବକ ସେମାନଙ୍କ ସହ ବନ୍ଧୁତା କାଟି ଦେଇଥିଲେ। ହେଲେ ୧୦ଦିନ ପୂର୍ବରୁ ୩ଜଣ କିନ୍ନର ତାଙ୍କ ଘରକୁ ଆସି ଏକ ବିବାହରେ ଯିବାକୁ କହି ପୀଡ଼ିତଙ୍କୁ ଫରୁଖାବାଦକୁ ନେଇଯାଇଥିଲେ। ସେଠାରେ ଥିବା ତାଙ୍କ ଘରେ ତାଙ୍କୁ ବନ୍ଦୀ କରି ବହୁ ମାରପିଟ କରିବା ସହ ନିଶାଦ୍ରବ୍ୟ ଖୁଆଇ ତାଙ୍କର ଗୁପ୍ତାଙ୍ଗକୁ କାଟିଦେଇଥିଲେ। ଏହାପରେ ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ କରି ରଖିଥିବା ବେଳେ ସୁଯୋଗ ଦେଖି ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ। ପରିବାର ଲୋକଙ୍କୁ ଏହି ଘଟଣା ବାବଦରେ ଜଣାଇବା ପରେ ଏନେଇ ଥାନାରେ ସେ ଅଭିଯୋଗ କରିଥିଲେ। ପୋଲିସ ପୀଡ଼ିତ ଯୁବକଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟର ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


All Right Reserved By

ମିଗ୍‌ ୨୯କେ ବିମାନ ଡ୍ରପ୍‌ ଟ୍ୟାଙ୍କରେ ଲାଗିଲା ନିଆଁ

ପଣଜୀ,୮।୬: ଗୋଆ ବିମାନ ବନ୍ଦରରେ ମିଗ୍‌ ୨୯କେ ବିମାନର ଡ୍ରପ୍‌ ଟ୍ୟାଙ୍କରେ ଶନିବାର ନିଆଁ ଲାଗିଯିବା ଫଳରେ ବିମାନ ବନ୍ଦରରେ କିଛି ସମୟ ଲାଗି ବିମାନ...

ସହଯୋଗୀଙ୍କ ମୃତଦେହ କାନ୍ଧେଇଲେ ସ୍ମୃତି ଇରାନୀ

ଲକ୍ଷ୍ନୌ, ୨୬।୫: ଆମେଠିର ନର୍ବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ...

ତେଜସ୍ବୀଙ୍କଠାରୁ ଅଲଗା ହୋଇନାହାଁନ୍ତି ତେଜପ୍ରତାପ

ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ନେଇ ନାନା...

ଦିଦିଙ୍କ ନିଦ ହଜିଯାଇଛି: ମୋଦି

ବୁନିଆଦପୁର,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ (ସ୍ପିଡ୍‌ ବ୍ରେକର ଦିଦି)ଙ୍କ...

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି...

ମୁଖ୍ୟମନ୍ତ୍ରୀ ଆସନ ଛାଡିବାର ୮ ବର୍ଷ ପରେ ମୋଦି ସରକାରରେ ମିଳିଲା ମନ୍ତ୍ରୀପଦ

ନୂଆଦିଲ୍ଲୀ,୧।୬: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାରଲୋକ ସଭା ଆସନର ଏମ୍‌ପି ଡା. ରମେଶ ପୋଖରିୟାଲ ନିଶଙ୍କ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳର ରାଷ୍ଟ୍ରୀୟ...

ମରୁଡ଼ିଗ୍ରସ୍ତ ଔରଙ୍ଗାବାଦ୍‌: ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାଷୀଙ୍କୁ ଖାଦ୍ୟ ଓ ଗାଈଗୋରୁଙ୍କୁ ଦେଉଛି ମାଗଣା ଦାନା

ଔରଙ୍ଗାବାଦ୍‌,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟଓ୍ବାଡାଠାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *