Posted inଜାତୀୟ

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି ଭୟରେ ନିଜକୁ ଗୁଳି ମାରିଛନ୍ତି। ସୂଚନାଯୋଗ୍ୟ, ଅଲ୍ଲାପୁରରେ ରହୁଥିବା ରଣବୀର ସିଂହଙ୍କ ଜଣେ ଠିକାଦାର। ତାଙ୍କ ୬ବର୍ଷୀୟ ପୁଅ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଜିମ୍‌କୁ ଅଭ୍ୟାସ ପାଇଁ ଯାଇଥିବାବେଳେ ରଣବୀରଙ୍କ ଜଣେ ପୁରୁଣା ଗାଡି ଡ୍ରାଇଭର ସଞ୍ଜୟ ଶିଶୁଟିକୁ ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅପହରଣକାରୀଙ୍କ ପାଖରେ ପହଞ୍ଚିଥିଲା। ଶିଶୁଟି ଉଦ୍ଧାର କରାଯାଇଥିଲା। ପୋଲିସକୁ ଦେଖି ସଞ୍ଜୟ ନିଜକୁ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ତିନିମାସ ତଳେ ସଞ୍ଜୟଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ରଣବୀର। ଏହି ରାଗରେ ସେ ଏଭଳି କାଣ୍ଡ କରିଥିବା ପୋଲିସ କହିଛି।


All Right Reserved By

ଇମ୍ରାନଙ୍କ ଚିଠିର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ କଥା ଇମ୍ରାନ...

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। ଜାଳେଣି କାଠ,...

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ...

ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪...

ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ

ବାରାଣସି,୧୬।୭: ହିିନ୍ଦୁଧର୍ମର ବିଧି ବିଧାନ ଅନୁଯାୟୀ ପ୍ରତିଦିନ ସକାଳେ ଦଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ପଡୁଥିବା ଚନ୍ଦ୍ର ଗ୍ରହଣ...

ସ୍ବତନ୍ତ୍ର ପର୍ବକୁ ନେଇ ଧାନ କ୍ଷେତରେ ନାଚିଲେ ଲୋକେ

ମଙ୍ଗଲୁର,୨୪।୬: କର୍ନାଟକର ମଙ୍ଗଲୁରରେ ସୋମବାର ଶ୍ରୀ ଜ୍ଞାନ ଶକ୍ତି ସୁବ୍ରମଣ୍ୟମ୍‌ ସ୍ବାମୀ ମନ୍ଦିର ଦ୍ୱାରା ଆୟୋଜିତ ସମାରୋହ ‘କେସାର୍ଡ ଓଞ୍ଜି ଦିନା’ରେ ପିଲାଙ୍କଠାରୁ ଆରମ୍ଭ କରି...

ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ କୁହାଯାଉଛି ରାଷ୍ଟ୍ର ବିରୋଧୀ: ଶବାନା ଆଜ୍‌ମୀ

ଇନ୍ଦୋର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଅଭିନେତ୍ରୀ ଶବାନା ଆଜ୍‌ମୀ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। ଇନ୍ଦୋରରେ ଆୟୋଜିତ ଏକ ସଭାରେ ଯୋଗଦେଇ କହିଛନ୍ତି ଯେ,...

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଭାଜପା

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଭାଜପା ଆସନ୍ତା ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *