ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ ପ୍ରାଧାନ୍ୟ ଦେଇଥିଲେ ସେ। ଶାହିଦଙ୍କୁ ଭଲ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୈଫ୍‌ଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଗୋଟିଏ ପୁଅ ତୈମୁର ରହିଛି। ତୈମୁର ସୋସିଆଲ ମିଡିଆ ସେନ୍‌ସେଶନ୍‌ ପାଲଟିଥିବା ବେଳେ ମା’ କରିନା ବି କମ୍‌ ନୁହନ୍ତି। ସେ ତାଙ୍କର ଫିଟ୍‌ନେସ ଓ ଡାଏଟ୍‌କୁ ନେଇ ସଦା ଚର୍ଚ୍ଚାରେ ରହି ଆସିଛନ୍ତି। ପୁଅ ହେବା ସମୟରେ ବେଶ ମୋଟି ହୋଇଯାଇଥିଲେ ସେ। ଏହାସତ୍ତ୍ୱେ ସେ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଇ ପୁନର୍ବାର ପତଳି ହୋଇଥିଲେ। ତେବେ କ’ଣ ଆପଣ ଜାଣନ୍ତି କି କରିନା ଭାତ ଖାଇବାକୁ ଭଲ ପାଆନ୍ତି ବୋଲି। ହୁଏତ ନା। କାରଣ ଅନେକଙ୍କୁ ଲାଗେ ଭାତ ଖାଇବା ଦ୍ୱାରା ଜଣେ ମୋଟା ହୋଇଯାଏ। ତେଣୁ ଏହାକୁ ଖାଇବା ବନ୍ଦ କରିବା ଆବଶ୍ୟକ। କରିନା କିନ୍ତୁ ଏହା ମାନନ୍ତି ନାହିଁ। ଖେଚୁଡି ତାଙ୍କର ବହୁତ ପସନ୍ଦ।
ନିକଟରେ ତାଙ୍କର କିଛି ପ୍ରଶଂସକ ଓଜନ କମାଇବାକୁ ନେଇ କିଛି ଟିପ୍ସ ଦେବାକୁ କହିଥିଲେ। ଘରେ ପ୍ରସ୍ତୁତ ଖାଇବା ସବୁଠାରୁ ଭଲ ବୋଲି ସେ ଜବାବ ଦେଇଥିଲେ। ତେବେ ମା’ ମାନଙ୍କୁ ଖାଦ୍ୟରେ ପୌଷ୍ଟିକତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଓଜନ ଜଲଦି ହ୍ରାସ କରିବା ଅନାବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।


All Right Reserved By

କାହାକୁ ନିଜର କରିବେ କାର୍ତ୍ତିକ, ସାରା ନା ଅନନ୍ୟା

ମୁମ୍ବାଇ: ବଲିଉଡ୍‌ର ନବାଗତ ନାୟକ କାର୍ତ୍ତିକ ଆର୍ୟନଙ୍କ ପ୍ରେମରେ ପଡିଛନ୍ତି କୁଆଡେ ବଲିଉଡ୍‌ ଦୁନିଆର କେତେଜଣ ନବାଗତା ନାୟିକା ତଥା ଷ୍ଟାରକିଡ୍‌। ହେଲେ କାର୍ତ୍ତିକ କାହାକୁ...

‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ...

‘ଜବରିୟା ଯୋଡ଼ି’ରେ ପରିଣୀତି-ସିଦ୍ଧାର୍ଥ

‘ମୁମ୍ବାଇ:: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡି’ ଅଗଷ୍ଟ ୨ରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ନିର୍ମାତା ସୋମବାର...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ।...

ଡେଟିଂ କରୁଛନ୍ତି ଜ୍ୟାକଲିନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ଡେଟ୍‌ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *