Posted inଜାତୀୟ

ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ: ସୀମାରେ ରହିବ କଡ଼ା ନଜର

ଶ୍ରୀହରିକୋଟା,୨୨।୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାଠାରୁ ବୁଧବାର ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ପିଏସ୍‌ଏଲ୍‌ଭି-ସି-୪୬ରୁ ଉତ୍‌କ୍ଷେପଣ କରାଯାଇଛି। ଏହି ରାଡାର ଇମେଜିଂ ଆର୍ଥ ସାଟେଲାଇଟ୍‌ ଭୋର୍‌ ୫ଟା ୨୭ରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ୬ଶହ ୧୫ କିଲୋଗ୍ରାମ୍‌ ବିଶିଷ୍ଟ ରକେଟ ଉତ୍‌କ୍ଷେପଣର ୧୫ ମିନିଟ୍‌ ପରେ ରିସାଟ୍‌-୨-ବି ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରାଇଥିବା କୁହାଯାଉଛି। ପୃଥିବୀ ପୃଷ୍ଠରୁ ୫ ଶହ୫୫ କିଲୋମିଟର ଉଚ୍ଚରେ ଏହା ଅବସ୍ଥାପିତ ହୋଇଛି। ୩ଶହ କିଲୋଗ୍ରାମ୍‌ ରିସାଟ୍‌-୨-ବି ସହିତ ସିନ୍ଥେଟିକ୍‌ ରାଡାର ଇମେଜିଂ ମଧ୍ୟ ସଂଯୁକ୍ତ ରହିଛି। ଏହା ମହାକାଶରେ ଭାରତ ପାଇଁ ସୁରକ୍ଷା ଆଖି ଭଳି କାମ କରିବ। ଏହାଦ୍ୱାରା ସୀମାରେ କଡ଼ା ନଜର ରଖାଯାଇପାରିବ। ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଏହା ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହେବ।


All Right Reserved By

ଲିଚୁ ଯୋଗୁ ହୋଇନି ମସ୍ତିଷ୍କ ଜ୍ୱର: ଗବେଷକଙ୍କ ମତ

ନୂଆଦିଲ୍ଲୀ,୨୫।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣା ପାଇଁ କେତେକ ଲିଚୁକୁ ଦାୟୀ କରିଥିଲେ। ତେବେ ଏଥି ପାଇଁ ଲିଚୁର କୌଣସି ସମ୍ପର୍କ ନାହିଁ...

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ...

ବିହାରରେ ଏଲ୍‌ଜେପି ଦୁଇଭାଗ

ପାଟନା,୧୫ା୬: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ବିହାରରେ ଦୁଇଭାଗ ହୋଇଛି। ଦଳର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମା...

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର...

ମୁଖ ଦୁର୍ଗନ୍ଧ ବି ହୋଇପାରେ ଡାଏବେଟିସ୍‌ର ଲକ୍ଷଣ

ପାଟି ଦୁର୍ଗନ୍ଧ ହେବା ସମସ୍ୟା ଡାଏବେଟିସ୍‌ର ଅନ୍ୟ ଏକ ଲକ୍ଷଣ ହୋଇପାରେ। କୌଣସି ବ୍ୟକ୍ତିଙ୍କୁ ଡାଏବିଟିସ୍‌ ଗ୍ରାସ କଲେ ପ୍ରଥମେ ରକ୍ତଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଥାଏ।...

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର...

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା...

ମାଲେଗାଁଓ ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା

ପାଟନା. ୭।୬: ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ଭାଜପା ସାଂସଦ ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ସାଧ୍ୱୀ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *