ପାକିସ୍ତାନୀ ବୋଟ୍‌ରୁ ୬୦୦ କୋଟିର କୋକେନ୍‌ ଜବତ

ନୂଆଦିଲ୍ଲୀ,୨୨ା୫: ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ଗୁଜରାଟ ଉପକୂଳରେ ଏକ ପାକିସ୍ତାନୀ ବୋଟ୍‌କୁ ପିଛା କରି ସେଥିରୁ ୬୦୦ କୋଟି ଟଙ୍କା ମୂଲ୍ୟର କୋକେନ୍‌ ଜବତ କରିଛି। ଉକ୍ତ ବୋଟ୍‌ରେ ଥିବା ୬ ଜଣ କର୍ମଚାରୀଙ୍କୁ ତଟରକ୍ଷୀ ବାହିନୀ ହାଜତକୁ ନେଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକର ସୂଚନାକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କରାଚୀରେ ପଞ୍ଜୀକୃତ ହୋଇଥିବା ‘ଅଲ୍‌-ମଦିନା’ ନାମକ ମାଛଧରା ବୋଟ୍‌ରୁ ୧୯୪ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହୋଇଛି। ଏହି ଚଢ଼ାଉରେ ତଟରକ୍ଷୀ ବାହିନୀର ଗୋଟିଏ ଜାହାଜ, ଦୁଇଟି ଇଣ୍ଟରସେପ୍ଟର ବୋଟ୍‌ ସାମିଲ ହୋଇଥିଲେ। ଧରାପଡିବା ପୂର୍ବରୁ ପାକିସ୍ତାନୀ ବୋଟ୍‌ର କର୍ମଚାରୀମାନେ ନିଶାଦ୍ରବ୍ୟକୁ ସମୁଦ୍ର ମଧ୍ୟକୁ ଫିଙ୍ଗିଦେଇଥିଲେ।


All Right Reserved By

ଭର୍ଜିନିଆ ମ୍ୟୁନିସ୍‌ପାଲ ବିଲ୍ଡିଂରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ବ୍ୟକ୍ତି: ୧୧ ମୃତ

ଭର୍ଜିନିଆ,୧।୬: ଆମେରିକା ଭର୍ଜିନିଆରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥବରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା...

ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା...

ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

ଆବୁ ଧାବି,୨୫।୪: ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ଜଣ ମହିଳା ମୁନିରା ଅବଦୁଲ୍ଲା ଦୁର୍ଘଟଣା ପରେ କୋମାକୁ ଚାଲି ଯାଇଥିଲେ। ହେଲେ ଏବେ ୨୮ ବର୍ଷ ପରେ...

ତିବ୍ବତ୍‌ରୁ ମିଳିଲା ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ

ଲାସା,୨।୫: ତିବ୍ବତ୍‌ ମାଳଭୂମିର ଏକ ଗୁମ୍ଫାରୁ ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ ମିଳିଛି। ଏଠାକାର ଜିହାୟେଠାରେ ଥିବା ବୈଶିଆ କାରଷ୍ଟ ଗୁମ୍ଫାରୁ ସର୍ବିଆର...

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ...

ପାକିସ୍ତାନରେ ବଢି ଚାଲିଛି ଦରଦାମ

ଇସଲାମାବାଦ,୨୦।୫: ପାକିସ୍ତାନରେ ଦରଦାମ ଦିନକୁ ଦିନ ଆକାଶ ଛୁଆଁ ହୋଇଛି। ଇମ୍ରାନ ଖାଁଙ୍କ ସରକାର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ରଖିବାରେ ଅସମର୍ଥ ହୋଇଛନ୍ତି। ବିଶେଷ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *