Posted inଜାତୀୟ

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ ସରକାର ଗଠନ ପାଇଁ ମେଣ୍ଟ ରଣନୀତି ସ୍ଥିର କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀର ଏକ ହୋଟେଲରେ ନୈଶଭୋଜିର ଆୟୋଜନ କରିଥିଲେ। ଏଥିରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସାମୀଙ୍କ ସମେତ ୩୬ ସହଯୋଗୀ ଦଳର ନେତା ଯୋଗଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନକୁ ଦେଶ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ବୋଲି ଅଭିହିତ କରିବା ସହ ୨୦୨୨ ସୁଦ୍ଧା ଏକ ଶକ୍ତ, ବିକଶିତ ଓ ସମୃଦ୍ଧ ଭାରତ ଗଠନ ଲାଗି ସଂକଳ୍ପନାମା ଏଥିରେ ଗୃହୀତ ହୋଇଛି। ଏଲ୍‌ଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଏହି ସଂକଳ୍ପନାମା ଆଗତ କରିଥିଲେ। ଇଭିଏମ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉଠାଯାଉଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅନାବଶ୍ୟକ ବିବାଦ’ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


All Right Reserved By

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ...

ବିଭାଗ ବଣ୍ଟନ ପରେ ବସିଲା ମୋଦିଙ୍କ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ,୩୧।୫: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଶୁକ୍ରବାର ପ୍ରଥମ କ୍ୟାବିନେଟ ବୈଠକ ବସିଛି। ଏଥିରେ ଯୋଗଦେବା ଲାଗି ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ,...

ବରିଷ୍ଠ ନାଗରିକଙ୍କୁ ମିଳିବ ୩ହଜାର ଟଙ୍କା ପେନସନ୍‌

ଭିଜୟଓ୍ବାଡା,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ସେ...

ମାସେ ଧରି ଝିଅର ମୃତଦେହକୁ ନିଜ ପାଖରେ ରଖି ଶୋଉଥିଲେ ମା’ ବାପା

ମିର୍ଜାପୁର,୧୮।୬: ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। କଟରାର କୋତବାଲି ନିକଟସ୍ଥ ହଥିଆ ଫାଟକ ମହଲାରେ ଅବସରପ୍ରାପ୍ତ କନଷ୍ଟେବଳ ଦିଲାବର ଖାଁ ଓ...

ଦ୍ୱିତୀୟ ଇନିଂସ୍‌ରେ ପ୍ରଥମେ ମାଲଦିଭିସ୍‌ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବେଳେ ପ୍ରଥମେ ସେ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦିଭିସ୍‌ ଗସ୍ତ...

ଭାରତୀୟ ସେନାରେ ଯୋଗ ଦେଲେ ୩୮୨ ଅଧିକାରୀ

ଡେରାଡୁନ୍‌,୮।୬: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ(ଆଇଏମ୍‌ଏ)ରେ ଏକ ପାସିଂ ଆଉଟ୍‌ ପରେଡ୍‌ ପରେ ୩୮୨ ଜଣ ଅଧିକାରୀ ଭାରତୀୟ ସେନାରେ ଶନିବାର ଯୋଗ...

୫ ମହଲା ହୋଟେଲରେ ଅଗ୍ନିକାଣ୍ଡ: ନିଆଁ ଘେରରେ କେତେକ ପରିବାର

ଲକ୍ଷ୍ନୌ, ୨୫।୫: ଉତ୍ତରପ୍ରଦେଶ କାନପୁରରେ ଏକ ୫ ମହଲା ହୋଟେଲ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କଲେକ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଲକି ହୋଟେଲରେ କେତେକ ପରିବାର...

୧୭ତମ ଲୋକ ସଭାର ସୁନ୍ଦରୀ ଏମ୍‌ପି

ନୂଆଦିଲ୍ଲୀ,୨୭।୫: ଦେଶର ୧୭ତମ ଲୋକ ସଭାକୁ ନବନିର୍ବାଚିତ ହୋଇ ଆସିଛନ୍ତି ପଶ୍ଚିମବଙ୍ଗର ମିମି ଚକ୍ରବର୍ତ୍ତୀ। ୩୦ ବର୍ଷ ବୟସ୍କା ମିମି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *