Posted inଜାତୀୟ

୧୦୦% ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ଆବେଦନ ଖାରଜ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌(ଇଭିଏମ୍‌) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବୃହତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଶୁଣାଇ ସାରିଥିବାବେଳେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଚେନ୍ନାଇର ‘ଟେକ୍‌ ଫର୍‌ ଅଲ୍‌’ ସଂଗଠନ ପକ୍ଷରୁ ଦାଏର ପିଆଇଏଲ୍‌ର ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଦେବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ୨୧ ବିରୋଧୀ ଦଳ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ମେ ୭ରେ ସିଜେଆଇଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଇଭିଏମ୍‌ ସହ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ସଂଖ୍ୟା ୫୦ ପ୍ରତିଶତକୁ ବଢ଼ାଇବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଦାବି କରାଯାଇଥିଲା।


All Right Reserved By

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ,...

୫ ଘଣ୍ଟା ଡାଉନ୍‌ ରହିବା ପରେ ଏୟାର ଇଣ୍ଡିଆ ସର୍ଭର ପୁଣି କାମକଲା: ଦେଶ-ବିଦେଶରେ ଶହଶହ ଯାତ୍ରୀ ହଇରାଣ

ନୂଆଦିଲ୍ଲୀ, ୨୭।୪: ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର୍‌ ସାଢ଼େ ୩ଟାଠାରୁ ଡାଉନ୍‌ ରହିଥିଲା। ଫଳରେ ଦେଶ ବିଦେଶର ଶହଶହ ଯାତ୍ରୀ ହଇରାଣ ହୋଇଥିଲେ। ତେବେ...

ଭାଜପା ମୋତେ ମାରି ଦେବାକୁ ଚାହୁଁଛି: ହାର୍ଦ୍ଦିକ

ରାଜକୋଟ,୨୦।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଭାଜପା ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଭାଜପା ଚେଷ୍ଟା କରୁଛି ତାଙ୍କୁ ଆକ୍ରମଣ କରି ମାରି...

ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୫।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି। ଏଥିରେ ବଲିଉଡ୍‌ କଳାକାର ମଧ୍ୟ ସାମିଲ ଅଛନ୍ତି।...

ଶପଥ ଗ୍ରହଣ ପୂର୍ବରୁ ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୩୦।୫: ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ...

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା...

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ଫଳରେ ଏଥିରେ କାମ...

କ୍ୟାବିନେଟ ବୈଠକ: ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ କରାଗଲା ବଡ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୩୧।୫ : ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଛି।...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *