ଓଏନ୍‌ଜିସି ସହାୟତାକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର ପାଇଁ ଓଏନ୍‌ଜିସି ଗତ ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)କୁ ଆର୍ଥିକ ସହାୟତା ସ୍ବରୂପ ୫କୋଟି ଟଙ୍କା ଦାନ କରିଥିଲା। ଏଥିଲାଗି ବୁଧବାର ଓଏନଜିସି ସଂସ୍ଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେହିପରି କୋଣାର୍କ କେବଳ କଳାକୃତି ନୁହେଁ ଏହା ଓଡ଼ିଆ ଆତ୍ମପରିଚୟ । ଓଡ଼ିଆ ଜାତି ଏକ ବୈଜ୍ଞାନିକ ପୃଷ୍ଠଭୂମିର ଆଧାରରେ ବିଶ୍ୱର ଆଶ୍ଚର୍ଯ୍ୟ କୋଣାର୍କକୁ ନିର୍ମାଣ କରିଥିଲା। ଗତ ୩ ତାରିଖରେ ‘ଫନୀ’ ପ୍ରଭାବରେ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ମରାମତି ଓ ସଂରକ୍ଷଣ ଦାୟିତ୍ୱ ଏଏସ୍‌ଆଇ ତୁଲାଉଥିବା ବେଳେ ଓଏନଜିସିର ଏହି ଆର୍ଥିକ ସହାୟତା ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।


All Right Reserved By

ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକ ଜୁନ୍‌ ୨୫ ସୁଦ୍ଧା ସରିବ ସବୁ କାମ

ପୁରୀ ଅଫିସ, ୩୦ା୫- ଜୁନ୍‌ ୨୫ତାରିଖ ପୂର୍ବରୁ ସବୁ କାମ ଶେଷ ହୋଇଯିବ। ରଥଯାତ୍ରା ବେଳକୁ କୌଣସି ଅସୁବିଧା ହେବନାହିଁ। ଯାତ୍ରୀ, ପର୍ଯ୍ୟଟକଙ୍କ ସୁବିଧାକୁ ପ୍ରାଧାନ୍ୟ...

ବାତ୍ୟା ପୀଡ଼ିତଙ୍କ ଗୁହାରି: ‘ରିଲିଫ ନୁହେଁ, ମୋ କାଠ କିଣ’

ଭୁବନେଶ୍ୱର, ୯ା୬ (ବ୍ୟୁରୋ): ରିଲିଫ୍‌ରେ ପେଟ ପୂରୁନାହିଁ, ଘରେ ମୋର ୭ ପ୍ରାଣୀ କୁଟୁମ୍ବ। ମାସେ ହେବ କାମ ଧନ୍ଦା ନାହିଁ, ପାଖରେ ଟଙ୍କାଟିଏ ମଧ୍ୟ...

ବିପର୍ଯ୍ୟୟ କାରଣ ନେଇ ୩୦ରେ ଆଲୋଚନା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସ ପ୍ରଦର୍ଶନ ଖରାପ ହେବାପରେ ରାଜ୍ୟରେ ଦଳୀୟ ନେତାମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ବାପ-ପୁଅ ରାଜନୀତି କଥା ଉଠାଇ ରବିବାର ବରିଷ୍ଠ...

ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୭ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ...

ନିର୍ବାଚନରେ ହାରିବି ଅଥବା ଜିତିବି ଜଣାନାହିଁ, ହେଲେ ଲୋକଙ୍କ ସେବା ଜାରି ରଖିବି: ଦାମ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଗୁରୁବାର ଭୋଟ ଗଣତି। ଏହା ପରେ କିଏ ଜିତିବ, କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। ବିଭିନ୍ନ...

ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ପରିଚାଳନା ବୈଠକ ଆରମ୍ଭ

ପୁରୀ ଅଫିସ, ୧୧।୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଚାଲିଛି ବିଦ୍ୟୁତ ମରାମତି : ରେଳ ଚଳାଚଳ ବନ୍ଦ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା କାଇପଦର ଷ୍ଟେଶନ ନିକଟରେ ୩୨ କେଭି ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାରୁ ରବିବାର ପୁରୀ-ଗୁଣପୁର ପାସେଞ୍ଜର,ଭୁବନେଶ୍ୱର-ବ୍ରହ୍ମପୁରପାସେଞ୍ଜର,ଭୁବନେଶ୍ୱର-ବିଶାଖାପାଟଣା...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *