ଜୁନ୍‌ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ-୨୦୧୯ ‘ଆମ ଆମ୍ବ ବଜାର’ ଆସନ୍ତା ଜୁନ୍‌ ୧ରୁ ଅନୁଷ୍ଠିତ ହେବ। ୫ଦିନ ବ୍ୟାପି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା ବିକ୍ରୟ ମେଳା ଚଳିତବର୍ଷ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି) ପରିସରରେ ଆୟୋଜନ ହେବ। ଏଥିଲାଗି ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଓର୍‌ମାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓର୍‌ମାସର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟଂପ୍ରଭା ମହାନ୍ତି ଓ ଉପନିର୍ଦ୍ଦେଶକ(ବିପଣନ) ସୁଜୋୟ କର ଉପସ୍ଥିତ ଥିଲେ। ରାଜ୍ୟର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ୮ ଜିଲା ଯଥା ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଓ ଗଜପତିର ଜିଲାସ୍ତରୀୟ ଅଧିକାରୀ, ଉତ୍ପାଦକ କମ୍ପାନୀ ଏବଂ ଗୋଷ୍ଠୀଗୁଡ଼ିକର ପ୍ରତିନିଧି ଓ କର୍ମକର୍ତ୍ତା ବୈଠକରେ ଯୋଗଦେଇଥିଲେ।
ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ବିଭିନ୍ନ ଉନ୍ନତ କିସମର ସଦ୍ୟ ହାତତୋଳା ତଥା ରାସାୟନିକ ପଦାର୍ଥ ବୋଳାଯାଇ ନ ଥିବା ଆମ୍ବକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ତା’ ସମ୍ପର୍କରେ ଅବଗତ କରାଇବା ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ସ୍ବୟଂପ୍ରଭା ମହାନ୍ତି ସୂଚନା ଦେଇଛନ୍ତି। ଉପରୋକ୍ତ ଜିଲାଗୁଡ଼ିକର ଆମ୍ବ ଚାଷୀମାନେ ମହୋତ୍ସବରେ ଯୋଗଦେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଉନ୍ନତ କିସମର ସ୍ବାଦିଷ୍ଟ ଆମ୍ବ ପ୍ରଦର୍ଶନ ଓ ବିକ୍ରିବଟା କରିପାରିବେ। ଏହି ଗ୍ରାମୀଣ ଚାଷୀମାନେ ମଧ୍ୟସ୍ଥିମାନଙ୍କ ଜରିଆରେ କମ୍‌ ଦରରେ ବେପାରୀଙ୍କୁ ଆମ୍ବ ବିକ୍ରି କରି ଲାଭାଂଶ ହରାଇ ବସୁଥିବା ବେଳେ ମହୋତ୍ସବରେ ଅଂଶଗ୍ରହଣ କରି ଖୁଚୁରା ବିକ୍ରିବଟାର ସୁଯୋଗ ପାଇବେ। ଏଥିସହ ଅଧିକ ଲାଭବାନ ହୋଇପାରିବେ। ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ସ୍ବାଦିଷ୍ଟ କିସମର ବିଭିନ୍ନ ଦେଶୀ ଆମ୍ବ ଯଥା ଆମ୍ରପାଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣପାଲି, ହିମସାଗର, ତୋଟାପୁରୀ, ସୁନ୍ଦରୀ ଆଦି ସମ୍ପର୍କରେ ଜନସାଧାରଣ ଅବଗତ ହୋଇପାରିବେ। ଚାଷୀଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କ ନିକଟରେ ଉତ୍କୃଷ୍ଟ ଆମ୍ବ ପହଞ୍ଚାଇବା ଓ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଏହି ମହୋତ୍ସବର ଲକ୍ଷ୍ୟ ବୋଲି କୁହାଯାଇଛି।


All Right Reserved By

ବିଶ୍ୱର ଶ୍ରେଷ୍ଠ ଏନ୍‌ଜିଓ ତାଲିକାରେ କିସ୍‌

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌) ଲଗାତାର ଚତୁର୍ଥ ଥର ପାଇଁ ନନ୍‌-ପ୍ରଫିଟ୍‌ ଆଇଭି ଲିଗ୍‌ରେ ସ୍ଥାନ...

ଗ୍ରୀଷ୍ମ ବଳୟରେ ସାରା ଓଡ଼ିଶା

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ପ୍ରଚଣ୍ଡ ତାତି। ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ଗ୍ରୀଷ୍ମ ବଳୟ ସାରା ଓଡ଼ିଶାକୁ ଘେରିରହିଛି। ପାରଦ ୪୬ ଡିଗ୍ରୀ ଉପରକୁ ଟପି...

ଅଂଶୁଘାତରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ବେଗୁନିଆପଡା,୧୨।୬(ଡି.ଏନ୍‌.ଏ.)- କ୍ଷେତ୍ର ପରିଦର୍ଶନ କରି ଫେରୁଥିବାବେଳେ ବୁଧବାର ବେଗୁନିଆପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ହୋତାଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା...

ଯୁବକଙ୍କୁ କୁମ୍ଭୀର ଟାଣିନେବା ଘଟଣା: ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଦାବି

ପଟ୍ଟାମୁଣ୍ଡାଇ, ୩।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ରବିବାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା...

ନେପାଳ ବସ୍‌ ଦୁର୍ଘଟଣା: ମଳିପଡ଼ାର ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୧୧।୬: କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ନେପାଳରେ ଦୁଇ ତୀର୍ଥ ଯାତ୍ରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଓଡ଼ିଆ ତୀର୍ଥଯାତ୍ରୀ। ଏଥିରୁ ଜଣେ...

ସୂର୍ଯ୍ୟ ପାତ୍ରଙ୍କ ପ୍ରସ୍ତାବକୁ ନେଇ ଚର୍ଚ୍ଚା: ନବୀନ ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଲୋକ ସଭାର ୫୪୨ରୁ ୪୮୩ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ଅବଶିଷ୍ଟ ୮ ରାଜ୍ୟର ୫୯ ଆସନରେ ରବିବାର ମତଦାନ ଅନୁଷ୍ଠିତ...

ତୃତୀୟ ରାଉଣ୍ଡ ଶେଷ: ହିନ୍ଦୋଳରେ ସୀମାରାଣୀ ନାୟକ ଆଗୁଆ

ହିନ୍ଦୋଳ, ୧୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ସୀମାରାଣୀ ନାୟକ ଆଗୁଆ ଅଛନ୍ତି। ତାଙ୍କୁ ୭୨୮୦ ଭୋଟ ମିଳିଛି। ସେହିପରି ଭାଜପାର ଅଶୋକ...

‘ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ, ୧୨ା୬: ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କୌଣସି ପ୍ରକାର କ୍ଷତି ହୋଇନାହିଁ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ମଧ୍ୟ ସୁରକ୍ଷିତ ଅଛି। ବାତ୍ୟାରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *