ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସକ୍ରିୟ: ରୋଗୀଙ୍କଠାରୁ ନେଇଗଲେ ୪ ହଜାର

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜରପଡ଼ା ଥାନା କତଡ଼ା ଗ୍ରାମର ଖଗେଶ୍ୱର ପ୍ରଧାନଙ୍କୁ ତାଙ୍କ ସ୍ତ୍ରୀ ସୁଲୋଚନା ପ୍ରଧାନ ପୁରୁଷ ଓ୍ବାର୍ଡରେ ଭର୍ତ୍ତି କରିଛନ୍ତି। ସୋମବାର ଖଗେଶ୍ୱରଙ୍କ ଛାତି ଏକ୍ସ-ରେ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମଙ୍ଗଳବାର ଦମ୍ପତି କାଜୁଆଲଟି ପାଖରେ ଥିବା ଏକ୍ସ-ରେ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କାଜୁଆଲଟି ସମ୍ମୁଖରେ ଛିଡ଼ା ହୋଇଥିବା ଦଲାଲ ଜଣଙ୍କ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ ଦ୍ୱାରା ୩୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିବ ବୋଲି କହିଥିଲେ। ଏପରିକି ବୃଦ୍ଧାଙ୍କୁ ନେଇ ଡାକ୍ତରଖାନାର ବୀମା ଅଫିସକୁ ଯାଇଥିଲେ। ୫ ଶହ ଟଙ୍କା କାଗଜପତ୍ର ବାବଦକୁ ବୃଦ୍ଧାଙ୍କ ଠାରୁ ନେବା ପରେ ପୁଣି ସାଢ଼େ ୩ହଜାର ଟଙ୍କା ନେଇ ଆଉ ଫେରି ନ ଥିଲେ। ବୃଦ୍ଧା ଜଣଙ୍କ ଅପେକ୍ଷା କରି ଶେଷରେ ସନ୍ଧ୍ୟାରେ ମେଡିକାଲକୁ ଫେରି ସ୍ବାମୀଙ୍କ ଆଗରେ ଠକେଇ ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।


All Right Reserved By

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା...

ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା : କଲେଜରେ ତାଲା ପକାଇଲେ ଛାତ୍ରୀଛାତ୍ର

ଭାପୁର, ୨୫।୪(ଡି.ଏନ୍‌.ଏ.)- ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ଭାପୁରସ୍ଥିତ ଦେବେନ୍ଦ୍ର  ଶତପଥୀ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ...

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର...

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ ୨୬୩ ଛାତ୍ରୀଛାତ୍ର

ବଇଣ୍ଡା,୮।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୨୬ଟି...

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ସହର ଉପକଣ୍ଠ ଆମ୍ବପାଳ ନତଡ଼ାଠାରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ଅନୁଗୋଳରେ ରଜନୀକାନ୍ତ ବିଜୟୀ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ଥର ପାଇଁ ବିଜୟ ଲାଭ କରିଛନ୍ତି ବିଜେଡିର ରଜନୀକାନ୍ତ ସିଂ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରତାପ...

ଢେଙ୍କାନାଳ ଡାକପାଳଙ୍କୁ ଦାବିପତ୍ର

ବଇଣ୍ଡା,୪।୬(ଡି.ଏନ.ଏ.)ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଅଧୀନରେ ଥିବା କିଶୋରଗଞ୍ଜ ଉପ ଡାକଘର ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଫଳରେ ଲୋକେ ଠିକ୍‌...

୨ୟ ରାଉଣ୍ଡରେ ତାଳଚେରରେ ବ୍ରଜକିଶୋର ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୨ୟ ରାଉଣ୍ଡରେ ବିଜେଡିର ବ୍ରଜକିଶୋର ପ୍ରଧାନ ଆଗୁଆ ଅଛନ୍ତି। ଦ୍ୱିତୀୟ ରାଉଣ୍ଡରେ ବ୍ରଜ ୨୦୪୪ ଖଣ୍ଡ ଭୋଟ ପାଇଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *