ବିମାନ ଯାତ୍ରା ବେଳେ ମୁହଁ ହେବ ବୋର୍ଡିଂ ପାସ୍‌;ଡିଜି ଯାତ୍ରା ନାମରେ ଆରମ୍ଭ ହେବ ପ୍ରକଳ୍ପ

ନୂଆଦିଲ୍ଲୀ,୨୨-୫: ଏଣିକି ଦେଶର ସମସ୍ତ ବିମାନ ବନ୍ଦରରେ ଖୁବ୍‌ଶୀଘ୍ର ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଓ ଲମ୍ବା ଲାଇନରୁ ମୁକ୍ତି ମିଳିବାକୁ ଯାଉଛି। ବେଙ୍ଗାଲୁରୁ ବିମାନ ବନ୍ଦରରୁ ନୂତନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଇଲେକ୍ଟ୍ରୋନିକ ମାଧ୍ୟମରେ ଯାତ୍ରୀମାନେ ମୁହଁକୁ ଯାଞ୍ଚ କରି ବିମାନ ବନ୍ଦରରେ ପ୍ରବେଶ କରିପାରିବେ ବୋଲି ଜଣାପଡିଛି।
ଅସଲରେ ବିମାନ ବନ୍ଦରରେ ଏକ ଡିପାର୍ଚର କଣ୍ଟ୍ରୋଲ ସିଷ୍ଟମ ଲଗାଯିବ, ଯାହା କି ବାୟୋମେଟ୍ରିକ ଆଇଡି ଜରିଆରେ ଚେକ୍‌-ଇନ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବ। ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‘ଡିଜି ଯାତ୍ରା’ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ଚଳିତ ବର୍ଷର ତୃତୀୟ ତ୍ରୈମାସରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପ୍ରକଳ୍ପ ଅଧୀନରେ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ବାହାରେ ଡିଜି ଯାତ୍ରା କିଓସ୍କ ଲଗାଯିବ। ଏଥିରେ ଯାତ୍ରୀଙ୍କୁ ନିଜର ରେଜିଷ୍ଟ୍ରେଶନ କରିବାକୁ ହେବ। ଘରୋଇ ଯାତ୍ରୀଙ୍କୁ ସର୍ବପ୍ରଥମେ ଏହି ପ୍ରକଳ୍ପ ଅଧୀନକୁ ଅଣାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିଦେଶ ଯାଉଥିବା ଯାତ୍ରୀଙ୍କୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବ। ପ୍ରଥମେ ଭିସ୍ତାରା ଏୟାରଲାଇନ୍ସ ଜରିଆରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ପରେ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଏହି ପ୍ରକଳ୍ପ ଅଧୀନକୁ ଅଣାଯିବ। ସୂଚନାଥାଉ କି, ବର୍ତ୍ତମାନ ଯାତ୍ରୀମାନଙ୍କୁ ନିଜର ଟିକଟ, ପରିଚୟପତ୍ର ଏବଂ ବୋର୍ଡିଂ ପାସ୍‌କୁ ଏୟାରପୋର୍ଟ ଟର୍ମିନାଲର ଏକାଧିକ ସ୍ଥାନରେ ଦେଖାଇବାକୁ ପଡିଥାଏ।
ଏଥିଲାଗି ଯାତ୍ରୀ ଲମ୍ବା ଲାଇନରେ ଛିଡା ହେବାକୁ ବାଧ୍ୟ ହୁଏ। ବାରମ୍ବାର ବୋର୍ଡିଂ ପାସ୍‌ ଓ ପରିଚୟ ପତ୍ର ଦେଖାଇ ଯାତ୍ରୀ ଥକିଯାଏ ଓ ବିରକ୍ତ ହୁଏ। ଲମ୍ବା ଚେକିଂ କାରଣରୁ ବିମାନ ଯାତ୍ରୀଙ୍କୁ ଯାତ୍ରାର ପ୍ରାୟ ୪୫ମିନିଟ୍‌ରୁ ୧ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚତ୍ବାକୁ ପଡିଥାଏ। ଡିଜି ଯାତ୍ରା ପ୍ରକଳ୍ପ ଆରମ୍ଭ ହେବା ପରେ ଯାତ୍ରୀଙ୍କୁ ନିଜର ଟିକେଟ, ବୋର୍ଡିଂ ପାସ୍‌, ପରିଚୟ ପତ୍ର ବାରମ୍ବାର ଦେଖାଇବାର ଝଞ୍ଜଟରୁ ମୁକ୍ତି ମିଳିବ। କେବଳ ବାୟୋମେଟ୍ରିକ ଅଥବା କ୍ୟୁଆର୍‌ କୋଡ୍‌ ଜରିଆରେ ତାଙ୍କର ପରିଚୟ ସତ୍ୟତା ଯାଞ୍ଚ ହୋଇଯିବ। ଏହାଦ୍ୱାରା ବିମାନ ବନ୍ଦରରେ ଥିବା ଏକାଧିକ ଯାଞ୍ଚ ସ୍ଥାନରେ ସହଜରେ ପ୍ରବେଶ ମିଳିଯିବ। ଏହାଦ୍ୱାରା ଲମ୍ବା ଲାଇନରେ ଛିଡା ହେବାକୁ ପଡିବନି ଓ ସମୟ ସାଶ୍ରୟ ହେବ। ଏହି ସୁବିଧାର ଲାଭ ନେବା ଲାଗି ଯାତ୍ରୀଙ୍କୁ ନିଜର ନାମ, ଇ-ମେଲ୍‌ ଆଇଡି, ମୋବାଇଲ ନମ୍ବର ଏବଂ ଆଧାର କାର୍ଡ ଭଳି ପରିଚୟ ପତ୍ର ସହାୟତାରେ ଏକ ୟୁନିକ ଡିଜି ଆଇଡି ତିଆରି କରିବାକୁ ହେବ। ଟିକେଟ ବୁକିଂ ସମୟରେ ଏହି ଆଇଡିର ବ୍ୟବହାର କରିବାକୁ ହେବ। ଏହା ପରେ ଯାତ୍ରୀଙ୍କ ଯାତ୍ରା ସ୍ଥାନର ବିମାନ ବନ୍ଦରକୁ ଏୟାରଲାଇନ୍ସ କମ୍ପାନୀ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ କରାଇବେ। ପ୍ରଥମଥର ବିମାନରେ ଯାତ୍ରା କରୁଥିଲେ ଯାତ୍ରୀଙ୍କ ଆଇଡିର ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ସଫଳ ହେବା ପରେ ତାଙ୍କ ମୁହଁର ବାୟୋମେଟ୍ରିକ ନିଆଯାଇ ଆଇଡି ସହ ଯୋଡିଦିଆଯିବ।
ଥରେ ଏହି ପ୍ରକ୍ରିୟା ସଫଳ ହେବା ପରେ ବାରମ୍ବାର ବୋର୍ଡିଂ ପାସ୍‌, ପାସପୋର୍ଟ ଅଥବା ଅନ୍ୟ ପରିଚୟପତ୍ର ସାଙ୍ଗରେ ନେବାର ଅଥବା ପ୍ରଦର୍ଶନ କରିବାର ଆବଶ୍ୟକତା ପଡିବ ନାହିଁ। ବେଙ୍ଗାଲୁରୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଲିମିଟେଡ ଏମ୍‌ଡି ତଥା ସିଇଓ ହରି ମରାର୍‌ କହିଛନ୍ତି ଯେ, ଏଣିକି ଯାତ୍ରୀଙ୍କ ମୁହଁ ହିଁ ହେବ ତାଙ୍କର ବୋଡିର୍ର୍ଂ ପାସ୍‌। ଏହି ସୁବିଧା ଯୋଗୁ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡିବନି। ସେମାନଙ୍କୁ ଲମ୍ବା ଲାଇନରେ ଛିଡା ହେବାର ଆବଶ୍ୟକତା ରହିବ ନାହିଁ।


All Right Reserved By

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,୨୩-୫: ଚଳିତ ଆର୍ଥତ୍କ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ଲାଗି ବିଭିନ୍ନ ଶିଳ୍ପ ସଙ୍ଗଠନ...

ରାସନ କାର୍ଡଧାରୀଙ୍କୁ ମିଳିପାରେ ୧ କେଜି ଚିନି

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ସାର୍ବଜନୀନ ବିତରଣ ପ୍ରଣାଳୀ ଅର୍ଥାତ ରାସନ କାର୍ଡ ଜରିଆରେ ଶସ୍ତା ଦରରେ ୧୬.୩ କୋଟି ଅତିରିକ୍ତ ପରିବାରଙ୍କୁ ୧ କେଜି ଚିନି...

ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ...

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ...

ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର...

ରାଜ୍ୟ ସମବାୟ ବ୍ୟାଙ୍କର ବ୍ୟାଙ୍କ ଅନ୍‌ ହ୍ବିଲ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧-୫ : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ବ୍ୟାଙ୍କ ଅନ୍‌ ହ୍ବିଲ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷ ପ୍ରଭାବିତ ପୁରୀ...

ବ୍ରିଟେନର ଅତିଧନୀ ତାଲିକା: ହିନ୍ଦୁଜା ଭ୍ରାତା ଶୀର୍ଷରେ

ଲଣ୍ଡନ,୧୩।୫: ବ୍ରିଟେନର ଅତିଧନୀଙ୍କ ତାଲିକାରେ ଏନ୍‌ଆର୍‌ଆଇ ହିନ୍ଦୁଜା ଭ୍ରାତା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।  ୨୨ ବିଲିୟନ ପାଉଣ୍ଡ(ପ୍ରାୟ ୨ ଲକ୍ଷ କୋଟି ଟଙ୍କା) ସମ୍ପତ୍ତି ସହ...

ବଜେଟ ପୂର୍ବରୁ ଉଦ୍ୟୋଗ ଜଗତକୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୯-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ପ୍ରମୁଖ ଉଦ୍ୟୋଗ ସଂଗଠନଗୁଡ଼ିକର ପ୍ରତିନିଧିଙ୍କୁ ଭେଟିବେ। ଆସନ୍ତା ୧୧ରେ ହେବାକୁ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *