ନିର୍ବାଚନ ଫଳାଫଳ ଉପରେ ଆମେରିକା କମ୍ପାନୀଙ୍କ ନଜର;ଚାଇନା ଛାଡି ଭାରତରେ କରିବେ ନିବେଶ

ନୂଆଦିଲ୍ଲୀ,୨୨-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢି ଚାଲିଥିବା ବେଳେ ଏହା ଉପରେ ଆମେରିକା କମ୍ପାନୀଙ୍କ ନଜରରେ ରହିଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିଲେ ଆମେରିକା କମ୍ପାନୀଗୁଡିକ ଚାଇନା ପରିବର୍ତ୍ତେ ଭାରତ ବଜାରକୁ ନିବେଶ କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗୋଟିଏ ପଟେ ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ଏହି କ୍ଷେତ୍ରରେ କମ୍ପାନୀଗୁଡିକ ଲାଗି ଏକ ପ୍ରମୁଖ ବିକଳ୍ପ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। କେନ୍ଦ୍ରରେ ଏକ ମଜଭୁତ ସରକାର ଆସିଲେ ବ୍ୟବସାୟ ଏବଂ ନିବେଶ କ୍ଷେତ୍ରରେ ଅନୁକୂଳ ସ୍ଥିତି ଉପୁଜିବ ବୋଲି କମ୍ପାନୀଗୁଡିକ ଭାବୁଛନ୍ତି।
ରବିବାର ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏନ୍‌ଡିଏକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ବିଦେଶୀ କମ୍ପାନୀଗୁଡିକ ବେଶ୍‌ ଉତ୍ସାହିତ ଅଛନ୍ତି। ଆର୍ଥତ୍କ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଆଗାମୀ ସରକାର ଢାଞ୍ଚାଗତ ଭାବେ ଦୃଢ ଏବଂ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ଆଶା ରହିଛି। ଏହା ହେଲେ କମ୍ପାନୀଗୁଡିକ ଭାରତରେ ବୃହତ୍‌ ନିବେଶ ଲାଗି ମନ ବଳାଇବେ। ଭାରତ ଆମେରିକା ଷ୍ଟ୍ରାଟେଜିକ ଏବଂ ପାର୍ଟନରଶିପ ପ୍ଲାଟଫର୍ମର ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି ଯେ, ଅଧିକାଂଶ ଆମେରିକା କମ୍ପାନୀଙ୍କ ନଜର ୨୩ ମେ’ର ନିର୍ବାଚନ ଫଳାଫଳ ଉପରେ ରହିଛି। ଏଭଳି ସମୟରେ ଆମେରିକା ସମେତ ୟୁରୋପୀୟ କମ୍ପାନୀଗୁଡିକୁ ଘରୋଇ ବଜାରକୁ ଆକୃଷ୍ଟ କରିବା ଲାଗି ଅବସର ଭାରତ ନିକଟରେ ରହିଛି। ଚାଇନା ସହ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ଫାଇଦା ଭାରତ ଲାଭ କରିବାର ସମ୍ଭାବନା ଉପୁଜିଛି।
ଚାଇନା-ଆମେରିକା ବାଣିଜ୍ୟ ଯୁଦ୍ଧ ଯୋଗୁ କମ୍ପାନୀଗୁଡିକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ ପ୍ରାୟ ୨୦୦ ଆମେରିକୀୟ କମ୍ପାନୀ ଭାରତରେ ମାନୁଫାକଚରିଂ ହବ୍‌ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ୨୩ ମେ’ର ଫଳାଫଳ ଏଥି ଲାଗି ବିଶେଷ ଗୁରୁତ୍ୱ ବହନ କରୁଛି। ମୋଦି ସରକାର ପୁଣି ଥରେ କ୍ଷମତାକୁ ଫେରିଲେ ନିବେଶ କରିବା ସହଜ ହେବା ସହ ନିୟମ ସରଳୀକରଣ, ନିଷ୍ପତ୍ତି ପ୍ରକ୍ରିୟା ତ୍ୱରିତ ହେବା ଏବଂ ଦୁର୍ନୀତି କମିବ ବୋଲି କମ୍ପାନୀଗୁଡିକ ଚିନ୍ତା କରୁଛନ୍ତି। କମ୍ପାନୀଗୁଡିକୁ ଭାରତରେ ଭଲ ପରିବେଶ ମିଳିଲେ ସେମାନେ ଏଠାରେ ନିଜର ହବ୍‌ ସ୍ଥାପନ କରିବେ। ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଅନୁକୂଳ ପ୍ରଭାବ ପକାଇବ। ନିବେଶ ବଢିଲେ ନିଯୁକ୍ତି ମଧ୍ୟ ବୃଦ୍ଧି ଘଟିବ। ଏହା ବାଦ ବାଣିଜ୍ୟ ନିଅଣ୍ଟ ମଧ୍ୟ କମିବ। ବର୍ତ୍ତମାନ ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ହେବାରୁ ଦେଶ ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଉଛି।


All Right Reserved By

ଜିଏସ୍‌ପି ଉପରେ ଭାରତ ନିର୍ଭଳଶୀଳ ନୁହେଁ:ଗୋୟଲ

ନୂଆଦିଲ୍ଲୀ,୮-୬: ଆମେରିକାର ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେଜ(ଜିଏସ୍‌ପି) ପ୍ରତି ଭାରତ ବ୍ୟାକୁଳ କି ନିର୍ଭରଶୀଳ ନୁହେଁ। ଏହା ନିଜର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବାକୁ ସକ୍ଷମ ବୋଲି...

ୟୁନାଇଟେଡ ବ୍ୟାଙ୍କର ଆର୍ଥତ୍କ ଫଳାଫଳ

କଲିକତା,୧୫-୫: ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ବ୍ୟାଙ୍କର କାରବାର ୨.୦୮ ଲକ୍ଷ...

ନାଲ୍‌କୋ ଅଧ୍ୟକ୍ଷଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ

ଭୁବନେଶ୍ୱର,୧୮-୬:ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ ମିଳିଛି। ଉଲ୍ଲେଖନୀୟ ବୃତ୍ତିଗତ ସଫଳତା ଏବଂ ସାମାଜିକ ଅବଦାନ ଲାଗି ଚାନ୍ଦଙ୍କୁ...

ବଜାରରେ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌ ୩୧୦, ଆର୍‌ଟି ଫିଚର ସହ

ହୋସୁର,୨୮-୫: ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌-୩୧୦ ବଜାରକୁ ଆସିଛି। ଏଥିରେ କମ୍ପାନୀ ରେସ୍‌ ଟ୍ୟୁନ୍‌ଡ(ଆର୍‌ଟି) ସ୍ଲିପର କ୍ଲଚ ସୁବିଧା ରଖିଛି।...

୫ବର୍ଷରେ ସମ୍ପତ୍ତି ବଢ଼ିଛି ୭୫ ଲକ୍ଷ କୋଟି

ମୁମ୍ବାଇ,୨୪-୫: ଏନ୍‌ଡିଏ ୨୦୧୪ରୁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ ସମ୍ପତ୍ତି ୭୫.୨୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଏହି ସମୟରେ ବେଞ୍ଚମାର୍କ ସେନ୍‌ସେକ୍ସ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

ଏକକ ଏସିଆନ ମୁଦ୍ରା ଲାଗି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍‌ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ...

ଭାରତର ୭.୫%ବିକାଶ ହାରରେ ବିଶ୍ୱବ୍ୟାଙ୍କ କାଏମ

ନୂଆଦିଲ୍ଲୀ,୬-୬: ଭାରତର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ନିଜର ପୂର୍ବାନୁମାନରେ ଏବେ ସୁଦ୍ଧା କାଏମ ରହିଛି।...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *