Posted inଜାତୀୟ

ଲୋକ ସଭା ନିର୍ବାଚନ ସରିବା ପରେ ଅଫ୍‌ ଏୟାର ହେଲା ‘ନମୋ ଟିଭି’

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଅଫ୍‌ ଏୟାର ହୋଇଯାଇଛି ‘ନମୋ ଟିଭି’। ମାର୍ଚ୍ଚ ୩୧ରୁ ଅନ୍‌ ଏୟାର ହୋଇଥିବା ଏହି ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୁଣା ଭାଷଣ ଓ ଭାଜପା ସହ ସମ୍ପର୍କିତ ସାମଗ୍ରୀକୁ ପ୍ରସାରଣ କରାଯାଉଥିଲା। ମେ ୧୭କୁ ଏହି ଚ୍ୟାନେଲର ପ୍ରସାରଣ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଡାଇରେକ୍ଟ ଟୁ ହୋମ୍‌(ଡିଟିଏଚ୍‌)ର ଦୁଇ ବରିଷ୍ଠ ଅଧିକାରୀ। ନମୋ ଚ୍ୟାନେଲର ପ୍ରସାରଣ ଦୁଇ-ତିନି ଦିନ ପୂର୍ବରୁ ବନ୍ଦ ହୋଇଯାଇଛି ବୋଲି ଡିଟିଏଚ୍‌ ବରିଷ୍ଠ ଅଧିକାରୀ କହିଛନ୍ତି। ସେହି ସମୟରେ ଭାଜପା ସଂଚାଳିତ କରୁଥିବା ଇଣ୍ଟରନେଟର ସିଗ୍‌ନାଲ ମିଳିବା ବନ୍ଦ ହୋଇଯାଇଥିଲା ବୋଲି ସେ କହିଛନ୍ତି। ଅନ୍ୟ ଅଧିକାରୀଙ୍କ କହିବା ଅନୁସାରେ, ମେ ୧୭କୁ ୭ମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପ୍ରଚାର ସରିଥିବା ଯୋଗୁ ଏହାର ପ୍ରସାରଣ ବନ୍ଦ ହୋଇଥିଲା। ଏହାର ସତ୍ୟତା ଜାଣିବା ପାଇଁ ଭାଜପା ସୋସିଆଲ ମିଡିଆର ମୁଖ୍ୟ ମାଲବୀୟଙ୍କୁ ପ୍ରଶ୍ନ କରାଯାଇଥିଲା। ଯେଉଁଦିନ ସମସ୍ତ ନିର୍ବାଚନ ପ୍ରଚାର ଶେଷ ହୋଇଥିଲା ସେହି ଦିନ ପ୍ରସାରଣ ବନ୍ଦ ହୋଇଥିଲା ବୋଲି ମାଲବୀୟ କହିଛନ୍ତି। ଏଥିସହ ଭାଜପା ଡିଟିଏଚ୍‌କୁ ୨ ମାସ ପର୍ଯ୍ୟନ୍ତ ପ୍ରୋଗ୍ରାମ ପ୍ରସାରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିପାଇଁ ପ୍ରତିମାସ ୨୫ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି।


All Right Reserved By

୧୭ତମ ଲୋକ ସଭାର ସୁନ୍ଦରୀ ଏମ୍‌ପି

ନୂଆଦିଲ୍ଲୀ,୨୭।୫: ଦେଶର ୧୭ତମ ଲୋକ ସଭାକୁ ନବନିର୍ବାଚିତ ହୋଇ ଆସିଛନ୍ତି ପଶ୍ଚିମବଙ୍ଗର ମିମି ଚକ୍ରବର୍ତ୍ତୀ। ୩୦ ବର୍ଷ ବୟସ୍କା ମିମି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ...

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

ଏ ଯୁଗର ଶ୍ରବଣ କୁମାର: ସ୍କୁଟରରେ କରାଇଲେ ମା’ଙ୍କର ତୀର୍ଥଯାତ୍ରା

ରାୟପୁର,୨୮।୪: ଛତିଶଗଡ଼ରେ ବାସ କରୁଛନ୍ତି କର୍ନାଟକର ମୈସୁରଓ୍ବାଲୀ ଗ୍ରାମ ନିବାସୀ ଡି. କୃଷ୍ଣ କୁମାର। ଗତ ୪ ବର୍ଷ ତଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା।...

ବିହାରରେ ଏନ୍‌ଡିଏ ଆଗରେ ମେଣ୍ଟ ପଛରେ

ପାଟନା,୨୩।୫: ବିହାରର ୩୫ଟି ଯାଗ ଲୋକ ସଭା ଆସନରେ ଏନ୍‌ଡିଏ ଏବେ ସୁଦ୍ଧା ଅଗାରେ ଥିବା ସୂଚନା ମିଳିଛି। ଏଠାରେ ମେଣ୍ଟ କେବଳ ପାଟଳିପୁତ୍ର ଆସନରେ...

ମଧ୍ୟପ୍ରଦେଶରେ ଜଳ ସଙ୍କଟ: ପାଣି ଉପରେ ପହରା ଲଗାଇଲେ ସରକାର

ଭୋପାଳ,୯।୬: ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୟାଙ୍କରରେ ବିଭିନ୍ନ ଅଞ୍ଚଳରେ...

ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ବାରମୂଳା,୭।୬: ଜମ୍ମୁ-କଶ୍ମୀର ବାରମୂଳା ଜିଲାର ସୋପେର ଅଞ୍ଚଳରେ ଏକ ପୋଲିସ ଷ୍ଟେଶନ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ମାଡ ହୋଇଛି। ଏଥିରେ ୨ ପୋଲିସକର୍ମୀ...

ବିବାଦୀୟ ମନ୍ତବ୍ୟ: କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗିଲେ ହନୁମାନ ସେନା

ଚେନ୍ନାଇ,୧୬।୫: କମଲ ହାସନଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ମର୍ମରେ ହନୁମାନ ସେନା ପକ୍ଷରୁ କମଲଙ୍କ ଉପରକୁ ଚପଲ ଫିଙ୍ଗାଯାଇଛି। ସେ...

ମଧ୍ୟ ପ୍ରଦେଶର ୨୮ ଆସନରେ ଭାଜପା ଆଗରେ ୨୮ହଜାରରେ ସିନ୍ଧିଆ ପଛରେ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ପ୍ରାୟ ୨୮ ଆସନରେ ଭାଜପା ଆଗରେ ଥିବା ବେଳେ ଏଠାକାର କଂଗ୍ରେସର ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୮ ହଜାର ଭୋଟରେ ପଛରେ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *