Posted inଫୁରସତ

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ ଏବେ ଏଠାରେ ଗ୍ରାହକଙ୍କ ଭିଡ ଲାଗୁଥିବା କହିଛନ୍ତି ହୋଟେଲ ମାଲିକ। ଜଣେ ଗ୍ରାହକ ଏହାକୁ ୧ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବୁକ୍‌ କରିପାରିବେ। ଆଉ ଘଣ୍ଟା ପ୍ରତି ଏହାର ଭଡା ରହିଛି ପାଖାପାଖି ଭାରତୀୟ ମୁଦ୍ରାରେ ୩ ହଜାର ଟଙ୍କା। ସୂଚନା ମୁତାବକ, ଏହାର ଓଜନ ୧୫୪ କିଲୋଗ୍ରାମ୍‌। ଏହାର ନିର୍ମାତା କୁହନ୍ତି ଏହା ବିଶ୍ୱର ପ୍ରଥମ ସୁନା ବାଥ୍‌ଟବ୍‌। ଏହା ୧୮ କ୍ୟାରେଟ ସୁନାରେ ତିଆରି ହୋଇଛି। ଚାଇନା ଓ ଦକ୍ଷିଣ କୋରିଆର ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ସୁନା ବାଥ୍‌ଟବ୍‌ ତିଆରି କରାଯାଇଛି। କାରଣ ଏହି ପର୍ଯ୍ୟଟକମାନେ ଜାପାନ ଆସିଲେ ମହଙ୍ଗା ବାଥ୍‌ଟବ୍‌ ଡିମାଣ୍ଡ କରିଥାଆନ୍ତି। ଏହାସହ ଚାଇନାର ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସି ଦାମୀ ବାଥ୍‌ଟବ୍‌ ଖୋଜୁଥିବାରୁ ଜାପାନ ସରକାରଙ୍କ ସହାୟତାରେ ଉକ୍ତ ହୋଟେଲରେ ଏହି ସୁନା ବାଥ୍‌ଟବ୍‌ ଲଗାଯାଇଛି।


All Right Reserved By

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା...

ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ

ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍‌ ଖାଇବାକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍‌ ଅବା କୌଣସି ଫାଷ୍ଟ ଫୁଡ୍‌, ବର୍ଗର...

ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି...

ଓଡ଼ିଶାର ସର୍ବବୃହତ୍‌ ପରିବାର: ଗୟାବନ୍ଧ ଗ୍ରାମର ଶ୍ରୀଚନ୍ଦନ ପରିବାର, ସଦସ୍ୟ ୧୨୩; ପାଲଟିଛି ଦୃଷ୍ଟାନ୍ତ

ଆଜିର ସମୟରେ ପରିବାର ଛୋଟରୁ ଛୋଟ ହୋଇ ଚାଲିଥିବାବେଳେ ଶ୍ରୀଚନ୍ଦନ ପରିବାର କିନ୍ତୁ ବ୍ୟତିକ୍ରମ। ୧୨୩ ସଦସ୍ୟ ବିଶିଷ୍ଟ ଏହି ପରିବାର ସମସ୍ତଙ୍କ ପାଇଁ ପାଲଟିଛି...

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର...

ରୋଜଗାର ଟଙ୍କାରେ ଔଷଧ କିଣୁଥିଲି: ହୋମିଓପାଥି ଡାକ୍ତର ପ୍ରେମଲତା ଦେବୀ

ହୋମିଓପାଥି ଡାକ୍ତର ତଥା ସାମାଜିକ କର୍ମୀ ପ୍ରେମଲତା ଦେବୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ବାଣପୁର ଗମ୍ଭାରିମୁଣ୍ଡା ପଞ୍ଚାୟତ ଅଧୀନ କରଡ଼ାପଲି ଗାଁରେ...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ଯେଉଁଠି ମହିଳାଙ୍କଠାରୁ ମାଡ଼ ଖାଇବା ଲାଗି ପୁରୁଷ ଦିଅନ୍ତି ଟଙ୍କା…

ମାଡ଼ ଖାଇବା ଲାଗି ଟଙ୍କା ଦେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଲଣ୍ଡନରେ ରହିଛି ଏକ ଜିମ୍‌। ଏଠାରେ ମହିଳା ପହିଲ୍‌ମାନ୍‌ଙ୍କଠାରୁ ମାଡ଼...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *