Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌ ପ୍ରମୁଖ ଦଳ ଗୁଡିକର ମୁଣ୍ଡ ବିଗାଡିଛି। ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ କର୍ମୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ସୋମବାର ଏକ ଅଡିଓ ଜାରି କରି ସେ କହିଛନ୍ତି ଏକ୍‌ଜିଟ୍‌ ପୋଲ୍‌ ଉପରେ ବିଶ୍ୱାସ ନ କରି ବରଂ ଅସଲ ଫଳାଫଳକୁ ଅପେକ୍ଷା ରଖିବା ଭଲ। ଏହି ସମୟରେ ଚୁପ୍‌ ରହିବା ସବୁଠାରୁ ବୁଦ୍ଧିମାନର ପରିଚୟ ବୋଲି ସେ କହିଛନ୍ତି। ଏହାସହ ଷ୍ଟ୍ରଙ୍ଗ ରୁମ୍‌ ଓ ମତଗଣନା କେନ୍ଦ୍ର ନିକଟରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କର୍ମକର୍ତ୍ତାଙ୍କ ବିଶ୍ୱାସ ବଢାଇବାକୁ ଯାଇ ସେ କହିଛନ୍ତି, ଆମମାନଙ୍କ କର୍ମର ଫଳ କେବେ ବେକାର ଯିବନି। ସୂଚନାଯୋଗ୍ୟ, ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଦେଖିଲେ ଏଥର ପୁଣି ଏନ୍‌ଡିଏ ସରକାର ଶାସନ କ୍ଷମତା ହାତେଇବ ବୋଲି କୁହାଯାଉଛି।


All Right Reserved By

ଅଫେରା ରାଇଜରେ ସାହିତ୍ୟକାର, ଅଭିନେତା ଗିରିଶ କନ୍ନଡ଼

ବେଙ୍ଗାଲୁର୍‌,୧୦।୬: ସାହିତ୍ୟକାର ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ମଲ୍ଟିପୁଲ୍‌ ଅର୍ଗାନ୍‌ ଫେଲ୍ୟୁର ଯୋଗୁ...

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ...

ପତ୍ନୀ, ଝିଅଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ପାଟନା,୧୧।୬: ବିହାରର ରାଜଧାନୀ ପାଟନାରେ ହୋଇଥିବା ଟ୍ରିପଲ୍‌ ମର୍ଡର ଘଟଣା ମଙ୍ଗଳବାର ସାରା ରାଜ୍ୟକୁ ଚମକାଇ ଦେଇଛି। ପାଟନାରେ ରହୁଥିବା ଜଣେ ବ୍ୟବସାୟୀ ନିଜ ଝିଅ...

ଝିଅ ବିବାହ ନିମନ୍ତ୍ରଣ ପତ୍ରରେ ପିତାଙ୍କ ବାର୍ତ୍ତା ଦେଖି ସମସ୍ତେ ପ୍ରଶଂସା କଲେ

ସୋଲେନ,୧୮।୫: ହିମାଚଳ ପ୍ରଦେଶର ସୋଲେନ ଜିଲାରେ ଭାଗ ସିଂ ଚନ୍ଦେଲ ନାମକ ଜଣେ ବ୍ୟକ୍ତିଙ୍କର ଆସନ୍ତା ୧୯ ତାରିଖରେ ଝିଅ ବିବାହ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ...

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ...

କ୍ୟାବିନେଟ ବୈଠକରେ ମୋବାଇଲ ଫୋନ୍‌ ବାରଣ କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧।୬: ଏଥର ଅଫିସିଆଲ୍‌ ମିଟିଙ୍ଗ ସହ କ୍ୟାବିନେଟ ବୈଠକରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ବୋଲି ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *