Posted inଜାତୀୟ

ମୋବାଇଲ୍‌ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା

ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ବାମୀଙ୍କ ସହ ରହୁଥିବା ରଜିଆ ନିଜ ୨ ବର୍ଷର ଶିଶୁକନ୍ୟା ଶୋହଓ୍ବରଙ୍କୁ ଧରି ବାପଘରକୁ ଯାଇଥିଲେ। ସେଠାରେ ତାଙ୍କ ପରିବାରର କେହି ଜଣେ ଚାର୍ଜର ଲଗାଇ ମୋବାଇଲ୍‌ ଚାର୍ଜ କରୁଥିବାବେଳେ ସୁଇଚ୍‌ ଅଫ୍‌ ନ କରି ମୋବାଇଲଟିକୁ ନେଇଯାଇଥିଲେ। ଫଳରେ ପ୍ଲକରେ ଚାର୍ଜରଟି ଲାଗି ରହିଥିଲା। ଶୋହଓ୍ବର ଖେଳୁଥିବାବେଳେ ଚାର୍ଜର ତାରଟିକୁ ପାଟିରେ ପୂରାଇ ଦେଇଥିଲେ। ବିଦ୍ୟୁତ ଆଘାତରେ ଶିଶୁଟିର ମୃତ୍ୟୁ ହୋଇଥିଲା।


All Right Reserved By

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର...

ବିମୁଦ୍ରୀକରଣରେ ଚାକିରି ହରାଇଥିଲେ ୫୦ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ବେକାର ହୋଇଥିଲେ। ଏନେଇ...

ମୁସଲମାନ୍‌ ଯୁବକଙ୍କୁ ବିବାହ କଲେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ

ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍‌ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା...

ସାବଧାନ,ନଜର ରଖୁଛି ସିସିଟିଭି: ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା

ବଡ଼ଦୋରା,୧୫।୬: ଗୁଜରାଟର ଅହମ୍ମଦାବାଦ୍‌ ଓ ରାଜକୋଟ ପରେ ଏବେ ବଡ଼ଦୋରାରେ ରାସ୍ତାରେ ଛେପ ପକାଉଥିବା ଏବଂ ପରିସ୍ରା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଲାଗୁ...

ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା

ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା...

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ...

ଶୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶୋପିଆନ,୧୧।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାର ଅଓ୍ବନିରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ...

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *