Posted inଫୁରସତ

ଆମ୍ବର ମୂଲ୍ୟ ୫ଶହ ଟଙ୍କା

ଗୀଷ୍ମରେ ଆମ୍ବର ସ୍ବାଦ ସମସ୍ତେ ଅଳ୍ପ ବହୁତେ ଚାଖିଥିବେ। ହେଲେ ମଧ୍ୟ ପ୍ରଦେଶର ଅଲିରାଜପୁର ଜିଲାର କଠିଓ୍ବାଡା ଅଞ୍ଚଳରେ ମିଳୁଥିବା ‘ନୁରଜାହାଁ’ ପ୍ରଜାତିର ଆମ୍ବ କେହି କେହି ଚାଖି ନ ଥାଇ ପାରନ୍ତି। ଏହି ଆମ୍ବର ଲମ୍ବ ପାଖାପାଖି ୧ ଫୁଟ ହୋଇଥିବା ବେଳେ ଏହାର ଟାକୁଆର ଓଜନ ୧୫୦ରୁ ୨୦୦ଗ୍ରାମ ହୋଇଥାଏ। ଏହା ଖୁବ୍‌ କମ୍‌ ପରିମାଣରେ ମିଳୁଥିବାରୁ ଲୋକେ ଫଳ ଆରମ୍ଭରୁ ହିଁ ଏହାକୁ ବୁକ୍‌ କରି ନିଅନ୍ତି। ଆଉ ଏହାର ଚାହିଦାକୁ ଦେଖି ଏହାର ଦାମ୍‌ ୫ଶହ ଟଙ୍କା ଛୁଇଁଥାଏ। ଇନ୍ଦୋରଠାରୁ ପାଖାପାଖି ୨୫୦ କିଲୋମିଟର ଦୂର କଠିଓ୍ବାଡାରେ ଥିବା ଏହି ‘ନୁରଜାହାଁ’ ପ୍ରଜାତିର ବିଶେଷଜ୍ଞ ଇସାକ ମନସୁରୀ କୁହନ୍ତି, ଚଳିତ ବର୍ଷ ଭଲ ପାଗ ଥିବାରୁ ଏଥର ଅମଳ ଭଲ ହେବ। ଜାନୁୟାରୀ ସୁଦ୍ଧା ଏହି ଆମ୍ବର ବଉଳ ଧରୁଥିବା ବେଳେ ଜୁନ୍‌ ଶେଷ ସୁଦ୍ଧା ଏହା ପାଚି ଯାଇଥାଏ। ଆଉ ଗୋଟିଏ ଆମ୍ବର ଓଜନ ୨.୫ରୁ ୩.୭୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ମୌସୁମି ଉପରେ ବିଶେଷ କରି ଫଳର ପରିମାଣ ନିର୍ଭର କରିଥାଏ। ଛୋଟ ପିଲା ଭଳି ଏହାର ଯତ୍ନ ନେବାକୁ ପଡିଥାଏ ବୋଲି କୁହନ୍ତି ମନସୁରୀ ।


All Right Reserved By

ଏହି ଦେଶରେ ଆରମ୍ଭ ହୋଇଛି କଏଦୀଙ୍କ ପାଇଁ ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ

ଚାଇନାର ଗୁଆଙ୍ଗଡଙ୍ଗ ନିକଟରେ ଥିବା ଜେଲ୍‌ର କଏଦୀମାନଙ୍କ ପାଇଁ ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି। ଏହା ଜରିଆରେ କଏଦୀମାନେ ମାସକୁ ୩ ହଜାର ଟଙ୍କାର...

ଚିନ୍ତାମୁକ୍ତ ହେବା ପାଇଁ ଯେଉଁଠି ଲୋକେ କାନ୍ଦିବା ଅଭ୍ୟାସ କରନ୍ତି

ନିକଟରେ ଜାପାନର କିଛି ଗବେଷକ ଏମିତି ତଥ୍ୟ ଦେଇଛନ୍ତି। ଚିନ୍ତାମୁକ୍ତ ହେବା ପାଇଁ ହସିବା ବଦଳରେ କାନ୍ଦିବା ଜରୁରୀ ବୋଲି ସେମାନେ କହିଛନ୍ତି। କାରଣ କାନ୍ଦିବା...

ସ୍କର୍ଟ ପିନ୍ଧି ଅଫିସ ଆସିଲେ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍‌ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ...

ଅପରାଧୀଙ୍କୁ ଧରିବ ଡ୍ରଗ୍‌ସ ପରୁଫ୍ୟୁମ୍‌

ଡ୍ରଗ୍‌ସ କାରବାର ରୋକିବା ପାଇଁ ନେଦରଲାଣ୍ଡ ପୋଲିସ ଏକ ଭିନ୍ନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଖୁବ୍‌ଶୀଘ୍ର ପୋଲିସ ସ୍ଥାନୀୟ ଲୋକଙ୍କୁ ଡ୍ରଗ୍‌ସ ପରଫ୍ୟୁମ୍‌ ଦେବ।...

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କେବେ କେବେ ସିଟି ବଜାଇ ବଡଙ୍କ ଠାରୁ ଗାଳି ଖାଇବା ଅନୁଭବ କାହାର ନା କାହାର ଥାଇପାରେ। ହେଲେ କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ...

ଶବ୍ଦକୁ ନେଇ ଅତିଷ୍ଠ ବ୍ୟକ୍ତି ଏସି ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି...

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ

ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ...

ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା

କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *