ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉଦ୍ୟୋଗ ଜଗତ ଚୁପ୍‌

ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଚୁପ୍‌ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସରିବା ପରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ଜାରି କରାଯାଇଥିଲା। ତଦନୁଯାୟୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଏଥିରେ ଦର୍ଶାଯାଇଛି। ତେବେ ନିର୍ବାଚନ ଫଳାଫଳ ଆସନ୍ତା ୨୩ରେ ପ୍ରକାଶ ପାଇବ। ଏ ସମ୍ପର୍କରେ ପ୍ରମୁଖ ଉଦ୍ୟୋଗ ଜଗତ ପ୍ରତିନିଧି ଫିକି, ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ) ତଥା ଆସୋଚାମ୍‌ କୌଣସି ଟିପ୍ପଣୀ ଦେବାରୁ ଦୂରେଇ ରହିଛି। ଗୋଟିଏ ଉଦାହରଣରୁ ଏହା ସହଜରେ ବୁଝି ହେବ। ଚଳିତ ସପ୍ତାହରେ କ’ଣ କରିବାକୁ ହେବ ବୋଲି ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ସଚ୍ଚିଦାନନ୍ଦ ଶୁକ୍ଲା ଟୁଇଟ୍‌ ଜରିଆରେ ପ୍ରଶ୍ନ ପଚାରିବାରୁ ଏହାର ଉତ୍ତରରେ ଗ୍ରୁପ୍‌ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଚଳିତ ସପ୍ତାହରେ ଆମର ଏକମାତ୍ର ଗୋଟିଏ ଦିଗ ପ୍ରତି ନଜର ରହିଛି ବୋଲି ଉତ୍ତର ଦେଇଥିଲେ। ତାଙ୍କର ସ୍ପଷ୍ଟ ସଙ୍କେତ ମେ ୨୩ର ନିର୍ବାଚନ ଫଳାଫଳ ଆଡକୁ ଦର୍ଶାଉଛି। ଉଦ୍ୟୋଗ ଜଗତର ଅନ୍ୟତମ ପ୍ରତିନିଧି ପିଏଚ୍‌ଡିସିଆଇ ଅଧ୍ୟକ୍ଷ ରାଜୀବ ତଲଓ୍ବାର କହିଛନ୍ତି ଯେ, ଭାରତରେ ସମସ୍ତଙ୍କୁ ଜନତା ଜନାର୍ଦ୍ଦନଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ୍‌। ଯଦି ମତଦାତାଙ୍କୁ ଲାଗୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ଲାଗି ନିର୍ବାଚିତ କରିବା ଆବଶ୍ୟକ, ତେବେ ଅନ୍ୟ କୌଣସି ବିଚାର ସହ ତୁଳନା କରିବା ଅନୁଚିତ ହେବ। ଯେତେବେଳେ ଦେଶର ମତଦାତା ଚାହିଁଛନ୍ତି, ସେମାନେ ସରକାର ବଦଳାଇ ଦେଇଛନ୍ତି। ଏଭଳି ସ୍ଥିତିରେ ମୋଦିଙ୍କୁ ଦ୍ୱିତୀୟଥର ଲାଗି ନିର୍ବାଚିତ କରାଗଲେ ଏହା ଦେଶର ଅର୍ଥନୀତି ପ୍ରତି ଭଲ ହେବ। ଅନ୍ୟପକ୍ଷରେ ଆର୍‌ପିଜି ଏଣ୍ଟରପ୍ରାଇଜେର୍ସ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି ଯେ, ଏହା ନିଶ୍ଚିତ ଯେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍‌’ରୁ ଆରମ୍ଭ ହେବ। ବ୍ରୋକରେଜ କମ୍ପାନୀ ଏଡଲଭାଇସ ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ଯେ, ଏନ୍‌ଡିଏ ସରକାରଙ୍କୁ ସ୍ପଷ୍ଟ ବହୁମତ ମିଳିଲେ ବଜାରରେ ଉତ୍ସାହ ବୃଦ୍ଧି ପାଇବ ଏବଂ ନୀତିଗତ ନିଷ୍ପତ୍ତିରେ ଧାରାବାହିକତା ବଜାୟ ରହିବ। ଅପରପକ୍ଷରେ କୋଟାକ୍‌ ଇନ୍‌ଷ୍ଟିଚ୍ୟୁଶନାଲ ସିକ୍ୟୁରିଟିଜ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ନିର୍ବାଚନ ଫଳାଫଳ ବଜାରର ଆଶା ଅନୁରୂପ ଆସିଲେ ୨୩ ପରେ କିଛି ସମୟ ପାଇଁ ସେନ୍‌ସେକ୍ସରେ ବୃଦ୍ଧି ଦେଖିପାରିବା।


All Right Reserved By

ଅଧିକ ସୁବିଧାଜନକ ହେବ ଡିଜିଟାଲ ନେଣଦେଣ;ଆର୍‌ବିଆଇ ଜାରି କଲା ଭିଜନ ୨୦୨୧ ଡକ୍ୟୁମେଣ୍ଟ

ମୁମ୍ବାଇ,୧୭-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୁରକ୍ଷିତ, ସୁବିଧାଜନକ, ଦ୍ରୁତ ଏବଂ ଶସ୍ତା ଡିଜିଟାଲ ଦେୟ ପ୍ରଣାଳୀକୁ ନେଇ ଏକ ଭିଜନ ଡକ୍ୟୁମେଣ୍ଟ ଜାରି କରିଛି। ଆସନ୍ତା...

ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର...

କର୍ପୋରେଶନ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୮-୬: କର୍ପୋରେଶନ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଏ.ଆର୍‌. ରାଘବେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ୧୯୮୪ରେ କର୍ନାଟକର ଚିକ୍‌ମାଙ୍ଗାଲୋରଠାରେ...

ବେସିକ ଆକାଉଣ୍ଟଧାରୀଙ୍କୁ ମିଳିବ ଚେକ୍‌ବୁକ୍‌

ନୂଆଦିଲ୍ଲୀ,୧୧-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବେସିକ ଆକାଉଣ୍ଟଧାରୀଙ୍କ ଲାଗି ନିୟମ କୋହଳ କରିଛନ୍ତି। ଏଣିକି ସମ୍ପୃକ୍ତ ବ୍ୟାଙ୍କ ଏଭଳି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍‌ବୁକ୍‌ ସହ ଅନ୍ୟାନ୍ୟ...

ମେ’ରେ ବଢ଼ିଛି ବିମାନ ଯାତ୍ରା: ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ୨.୯୬%

ନୂଆଦିଲ୍ଲୀ,୧୯-୬: ଏପ୍ରିଲରେ ହ୍ରାସ ପାଇବା ପରେ ଘରୋଇ ବିମାନ ଯାତ୍ରା ମେ’ରେ ବୃଦ୍ଧି ପାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଦ୍ୱାରା ମଙ୍ଗଳବାର ଜାରି ସଦ୍ୟତମ...

ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଡ଼ି ଆମଦାନୀ ଉପରେ ଲାଗୁଥିବା ଶୁଳ୍କରେ ଭାରି ବୃଦ୍ଧି କରିବାକୁ ଚାହୁଁଛନ୍ତି। ତେବେ ସେ ଏହି ନିଷ୍ପତ୍ତିକୁ ଆସନ୍ତା...

ଜେଟ୍‌ଲୀଙ୍କ ସ୍ଥାନରେ ଗୋୟଲ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୬-୫: କେନ୍ଦ୍ରରେ ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅରୁଣ ଜେଟ୍‌ଲୀ ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ନାହିଁ। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଅସୁସ୍ଥତା କାରଣରୁ ଅର୍ଥମନ୍ତ୍ରୀ ଭଳି...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା;ରେଟିଂ ଏଜେନ୍ସି, ଅଡିଟର ସେବିର ଯାଞ୍ଚ ଘେରରେ

ନୂଆଦିଲ୍ଲୀ,୧୭-୬: ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ କମ୍ପାନୀର ମ୍ୟାନେଜମେଣ୍ଟ, ରେଟିଂ ଏଜେନ୍ସି, ଅଡିଟରଙ୍କ ସମ୍ପର୍କରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *