ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ ସୁନା ନଦୀର ଜଳ ପ୍ରଦୂଷିତ କରୁଥିବା ଅଭିଯୋଗ ହୋଇଛି। ଯୋଡ଼ା ପୌରପାଳିକାର ୱାର୍ଡ ନଂ ୪ ତଥା ଯୋଡ଼ା ମୁଖ୍ୟ ରାସ୍ତାର ସୁନା ନଦୀ ପୋଲ ପାର୍ଶ୍ୱରେ ଦୀର୍ଘ ବର୍ଷ ହେବ ଏକ ବେଆଇନ ଭାବେ ସର୍ଭିସିଂ ସେଣ୍ଟର କରି ସୁନା ନଦୀରୁ ସିଧାସଳଖ ଜଳ ନେଇ ଦୈନିକ ଶହ ଶହ ଛୋଟ ବଡ଼ ଯାନବାହାନ ଧୋଇ ଏଥିରୁ ନିର୍ଗତ ମୋବିଲ ଓ ତେଲ ମିଶ୍ରିତ ଦୂଷିତ ଜଳକୁ ସିଧାସଳଖ ସୁନା ନଦୀରେ ଛାଡ଼ିଦିଆଯାଉଛି। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ ପୌରପାଳିକା ନୀରବ ରହୁଛି। ଏ ନେଇ ସୋମବାର ସର୍ଭିସିଂ ସେଣ୍ଟରର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ ନାମ ପ୍ରକାଶ ନ କରି କହିଛନ୍ତି ଯେ, ପୌରପାଳିକାକୁ ପ୍ରତିମାସ ଏହି ସର୍ଭିସିଂ ସେଣ୍ଟର ବାବଦକୁ ପ୍ରାୟ ୩ହଜାର ଟଙ୍କା ଦିଆଯାଉଛି। ଏହାର ରସିଦ କଥା ପଚାରିବାରୁ, ରସିଦ ମିଳେ ନାହିଁ ବୋଲି ସେ କହିଥିଲେ। ଏ ନେଇ ଯୋଡ଼ା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ପଚାରିବାରୁ ଟଙ୍କା ନିଆଯିବା କଥା ସେ ଜାଣିନାହାନ୍ତି। ସୁନା ନଦୀରୁ ଜଳ ନେବାର ତଦାରଖ କରିବା ଦାୟୀତ୍ୱ ଜଳ ସମ୍ପଦ ବିଭାଗର ବୋଲି ସେ କହିଛନ୍ତି। ତଥାପି ସେ ସୋମବାର ଅପରାହ୍ନ ସୁଦ୍ଧା ସର୍ଭିସିଂ ସେଣ୍ଟରକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ ହଜାର ଟଙ୍କା କିଏ ନେଉଛି, ଏହାର ମଧ୍ୟ ତଦନ୍ତ କରିବେ ବୋଲି ସେ କହିଛନ୍ତି। ସେପଟେ ତଳ ମୁଣ୍ଡର ଜନସାଧାରଣ ଏହି ନଦୀରେ ଗାଧୋଇବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଶୀଘ୍ର ଦୃଷ୍ଟି ଦେବା ସହିତ ପୌରପାଳିକାର କେଉଁ ଅସାଧୁ କର୍ମଚାରୀମାନେ ମୋଟା ଅଙ୍କର ଲାଞ୍ଚ ନେଇ ଏହି ସର୍ଭିସିଂ ସେଣ୍ଟରକୁ ସୁରକ୍ଷା ଦେଉଛନ୍ତି ଏହାର ମଧ୍ୟ ତଦନ୍ତ କରିବା ଉଚିତ ବୋଲି ମତାମତ ପ୍ରକାଶ ପାଉଛି ା


All Right Reserved By

ବର୍ଷା ଋତୁ ଆରମ୍ଭ ସତ୍ତ୍ୱେ ସରିଲାନି ପୋଲ କାମ; ୬ରୁ ଅଧିକ ଗାଁ ବିଚ୍ଛିନ୍ନ ହେବା ଆଶଙ୍କା

ଖଇରା, ୧।୭ (ଉତ୍କଳବନ୍ଧୁ ପଣ୍ଡା)-  ବାଲେଶ୍ୱର ଜିଲା ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କଣ୍ଟାବଣିଆ-ଡଗରପଡା ରାସ୍ତାର ଦିଘିତେନ୍ତୁଳି ଗ୍ରାମ ନିକଟରେ ନିର୍ମାଣାଧୀନ ଥିବା...

ମଦମୃତ୍ୟୁ ଘଟଣାର ତଦନ୍ତରେ ଶିଥିଳତା: ୧୯ରେ ଥାନା ଘେରିବ ଭାଜପା

ତିହିଡ଼ି, ୧୪।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପୀରହାଟ ଅଞ୍ଚଳରେ ମଦମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଛି।...

‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ...

ରାଜପଥରେ ଓଲଟିଲା ବିଲାତି ବୋଝେଇ ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ରୂପ୍‌ସା/ବସ୍ତା, ୨୯।୬(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ୍‌ଠାରେ ଏକ ବିଲାତି ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଏହି...

ଯୋଡ଼ା ନାବାଳିକା ଗଣବଳାତ୍କାର ଘଟଣା:‘ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅ’

କେନ୍ଦୁଝର,୨୯।୬ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ପଣସଗୋଡ଼ା ଅଞ୍ଚଳରେ ନାବାଳିକା ଗଣବଳତ୍କାର ଘଟଣା ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତନାଘନା...

ସକାଳୁଆ ଆସୁନାହାନ୍ତି କର୍ମଚାରୀ

ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ...

ଦୂଷିତ ପାଣି ପିଉଛନ୍ତି ଲୋକେ

ତେଲକୋଇ, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ହାଲପୋଡି ଗ୍ରାମରେ ଉକତ୍ଟ ଜଳ ସମସ୍ୟା ଦେଖାଦେଇଛି । ଗଭୀର କୂପ ଓ ପୋଖରୀ ଶୁଖି ଯାଇଥିବା...

ଖୋଜିଲେ ମିଳିବ ବାଟ

ପଦ୍ମପୁର, ୨୦।୫(ଡି.ଏନ.ଏ.)- ଜଣେ ଗୃହିଣୀ ହୋଇଥିଲେ ବି ତାଙ୍କ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ହାର୍‌ ମାନିଛି ଦାରିଦ୍ର୍ୟ। ପରିଶ୍ରମ ଓ ଚେଷ୍ଟା ତାଙ୍କୁ କରିଛି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *