Posted inଫୁରସତ

କୁକୁରର ନାମକରଣ କରି ଜେଲ୍‌ ଗଲେ ମାଲିକ

ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି। ହେଲେ ଚାଇନାରେ ଏବେ ଏଥିପାଇଁ ପୋଷା ଜନ୍ତୁଙ୍କ ମାଲିକଙ୍କୁ ଜେଲ୍‌ ଯିବାକୁ ପଡିଛି। ଚାଇନାର ଜଣେ ୩୦ ବର୍ଷୀୟ ବ୍ୟକ୍ତି ଘରେ ୨ଟି କୁକୁର ପୋଷିଥିଲେ। ସେ ଏମାନଙ୍କ ନାମକୁ ନେଇ ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଓ ବାର୍ତ୍ତା ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କ ପୋଷା କୁକୁରଙ୍କ ନାଁ ଉଲ୍ଲେଖ କରିଥିଲେ। ଜଣକର ନାଁ ଚେଂଗୁଆନ୍‌ ଓ ଅନ୍ୟ ଜଣକର ନାଁ ଜିଗୁଆନ ରଖିଥିବା ଲେଖିଥିଲେ। ଏହି ୨ଟି ନାଁ ଚାଇନା ସରକାରୀ ଅଧିକାରୀ ଓ ସିଭିଲ୍‌ ସର୍ଭିସ୍‌ ଅଧିକାରୀଙ୍କ ନାଁ ରହିଛି। ବିବିସିର ରିପୋର୍ଟ ଅନୁଯାୟୀ, ଚାଇନାରେ ଏମିତି ନାଁ ରଖିବା ଅପରାଧ ବୋଲି କୁହାଯାଏ। ଏହା ବ୍ୟତୀତ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି କି କୁକୁର ମାଲିକଙ୍କର ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଶ ପାଇଁ କ୍ଷତିକାରକ। ତେଣୁ ଏହି ଅପରାଧରେ ଉକ୍ତ ବ୍ୟକ୍ତିଙ୍କୁ ୧୦ ଦିନ ଜେଲ ଦଣ୍ଡ ଭୋଗିବାକୁ ପଡିଛି।


All Right Reserved By

୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫା କଲେ ୭୦ ବର୍ଷୀୟ ବୃଦ୍ଧା

ଯେଉଁ ବସୁଧା ଆମକୁ ବଞ୍ଚିବାକୁ ସମସ୍ତ ଉପାଦାନ ଦେଉଛି ତାକୁ ଏବଂ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ। ତା’ର ଅବହେଳା...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଶାସନ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ

ଅବସରପ୍ରାପ୍ତ ଶାସନ ସଚିବ ତଥା ସମାଜସେବୀ ଡ. ଇଂ ନନ୍ଦନନ୍ଦନ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଭଦ୍ରକ ଜିଲା ବାଉଦପୁର ଗାଁରେ...

ଗଣିତ, ବିଜ୍ଞାନକୁ ଡରି ପାଠପଢ଼ା ଛାଡ଼ି ଦେଇଥିବା ବ୍ୟକ୍ତିଜଣକ ୮୫ ବର୍ଷରେ କଲେ ଗ୍ରାଜୁଏଶନ୍‌

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି...

ପ୍ରେମିକାଙ୍କୁ ଏମିତି ଗିଫ୍ଟ ଦେଲେ ଯୁବକ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା ନିକଟରେ ପ୍ରେମ ପ୍ରକାଶ କରିବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମନ ଜିଣିବା ପାଇଁ ଏମିତି...

ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ

ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍‌ ଖାଇବାକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍‌ ଅବା କୌଣସି ଫାଷ୍ଟ ଫୁଡ୍‌, ବର୍ଗର...

ସ୍କର୍ଟ ପିନ୍ଧି ଅଫିସ ଆସିଲେ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍‌ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ...

ଡିଗ୍ରୀଧାରୀ କୁକୁର ଗ୍ରିଫିନ

ବେଳେବେଳେ ପୋଷା ଜୀବଜନ୍ତୁ ମଣିଷ ଜୀବନର ବିଶେଷ ଅଙ୍ଗ ପାଲଟି ଯାଆନ୍ତି। ଯେମିତି କି ଆମେରିକା, ନ୍ୟୁୟର୍କରେ କ୍ଲାର୍କସନ୍‌ ବିଶ୍ୱବିଦ୍ୟାଳୟରେ ଅକୁପେଶନାଲ ଥେରାପିରେ ଡିଗ୍ରୀ କରୁଥିବା...

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *