Posted inଜାତୀୟ

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା ଦେଇଥିବାରୁ ଏମିତି ଏକ ନିୟମ ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ପାଣି ନଷ୍ଟ କରୁଥିବା ବ୍ୟକ୍ତି ଯଦି ଏହିପରି ୩ଥର କରନ୍ତି ତେବେ ତାଙ୍କର ପାଣି କନେକସନ୍‌ କାଟି ଦିଆଯିବ। ଜଳ ଯୋଗାଣ ସମିତିର ମୁଖ୍ୟ ଲଖନ ରାଜଗୋର ରବିବାର ସୂଚନା ଦେଇଛନ୍ତି, ଦାହୋଦରେ ପାଣିର ଅଭାବ ଦେଖାଦେଇଛି। ଏଠାରେ ଜଳାଭାବ ପୂରଣ କରୁଥିବା କାଡାଣା ବନ୍ଧ ଓ ପାଟା ଡୁଙ୍ଗରି ନଗରର ଜଳସ୍ତର ବହୁ ତଳକୁ ଚାଲି ଯାଇଛି। ତେଣୁ ଏଠାରେ ଦିନେ ଛାଡି ଦିନେ ଜଳ ଯୋଗାଣ କରିବାକୁ ପଡୁଛି। ସେଥିପାଇଁ ପାଣି ବଞ୍ଚାଇବାକୁ ଯାଏ ଏଭଳି ନିୟମ କରାଯାଇଛି। ଏହି ଚେତାବନୀ ପରେ ଯଦି କେହି ଉପଭୋକ୍ତା ପାଣି ନଷ୍ଟ କରୁଛନ୍ତି ତେବେ ୨-୩ ଥର ଧରାପଡିଲେ ଜରିମାନା ସହ ବିନା ନୋଟିସରେ ତାଙ୍କ ପାଣି କାଟି ଦିଆଯିବ ବୋଲି ସୂଚନା ଦିଆଯାଇଛି।


All Right Reserved By

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସୋନଭଦ୍ର ଜିଲାର ୪୮୧ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍ବେଚ୍ଛାସେବୀ...

ଭୂସ୍ଖଳନରୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଜମ୍ମୁ,୨୬ା୫(ପି.ଟି.): ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ରମ୍ବାନା ଜିଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। କଶ୍ମୀର ସହ ଦେଶର ଅନ୍ୟାନ୍ୟ ଭାଗକୁ...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ...

ରାଜୀବ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ, ୨୬।୫: ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ତଥା ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ ନୋଟିସ...

ମୁଲାୟମ ସିଂ ଅସୁସ୍ଥ

ଲକ୍ଷ୍ନୌ,୨୬।୪: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଶୁକ୍ରବାର ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏମରଜେନ୍ସି...

ଚୁପ୍‌ ରହିଛନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୩।୬: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ପୁରା ଚୁପ୍‌...

ଏସ୍‌ପି ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ହତ୍ୟା କଲେ ମାଓବାଦୀ

ରାୟପୁର,୧୯।୬: ଛତିଶଗଡ଼ ବିଜାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସମାଜବାଦୀ ପାର୍ଟି(ଏସ୍‌ପି)ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ମାଓବାଦୀମାନେ ହତ୍ୟା କରିଛନ୍ତି। ମଙ୍ଗଳବାର...

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *