Posted inଜାତୀୟ

ବିଶ୍ୱର ସବୁଠାରୁ ଉଚ୍ଚ ପୋଲିଂ ବୁଥ୍‌ରେ ହୋଇଛି ୧୪୩ ପ୍ରତିଶତ ମତଦାନ

ଶିମ୍‌ଲା,୨୦।୫: ଅବିଶ୍ୱାସ ଲାଗୁଥିଲେ ବି ସତ। ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ତାସିଗାଙ୍ଗ ଗାଁରେ ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ୧୪୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏହାସହ ସମସ୍ତ ମତ ଠିକ୍‌ ବୋଲି ମଧ୍ୟ ଜଣାପଡିଛି। ସ୍ପିତି ଘାଟିର ତାସିଗାଙ୍ଗରେ ଥିବା ସବୁଠାରୁ ଛୋଟ ପୋଲିଂ ବୁଥ୍‌ ‘କା’ରେ ମଧ୍ୟ ୮୧.୨୫ ପ୍ରତିଶତ ମତଦାନ ହୋଇଛି। ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୧୬ ହୋଇଥିବା ବେଳେ ସେଥିମଧ୍ୟରୁ ୧୩ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି। ତାସିଗାଙ୍ଗ ଭୋଟର ଲିଷ୍ଟରେ ମୋଟ ୪୯ ପଞ୍ଜିକୃତ ଭୋଟର ଥିବା ବେଳେ ୭୦ ଜଣ ଭୋଟ ଦେଇଥିବା କାଜା ସବ୍‌ଡିଭିଜନ୍‌ ମାଜିଷ୍ଟ୍ରେଟ୍‌ ଜୀବନ ନେଗି ସୂଚନା ଦେଇଛନ୍ତି। ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୩୬ ଜଣ ଗ୍ରାମୀଣ ଏଠାରେ ଭୋଟ ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲେ ୨୧ ପୁରୁଷ ୧୫ ମହିଳା। ହେଲେ ନିର୍ବାଚନ ଅଧିକାରୀଙ୍କ ମଧ୍ୟରୁ ଅନେକେ ଏହି ସର୍ବୋଚ୍ଚ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବାରୁ ଏହାର ପ୍ରତିଶତ ଅବିଶ୍ୱନୀୟ ଭାବେ ବଢିଯାଇଥିବା ପ୍ରକାଶ।


All Right Reserved By

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର...

ରାହୁଲ ଗାନ୍ଧୀଙ୍କୁ ନିଜ ରକ୍ତରେ ଲେଖିଲେ ଚିଠି, ‘ଦୟାକରି ଇସ୍ତଫା ଦିଅନ୍ତୁ ନାହିଁ ’

ଲକ୍ଷ୍ନୌ, ୩୦।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ...

୪ ଜେସିବି ଜଳାଇଲେ ମାଓବାଦୀ

ପାଟନା,୨।୫: ବିହାର ଗୟା ଜିଲାରେ ଗୁରୁବାର ମାଓବାଦୀମାନେ ୪ଟି ଜେସିବି ଗାଡ଼ିରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ ବାରାଛତିଠାରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ...

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ...

ଭାରତ-ମ୍ୟାନ୍‌ମାର୍‌ ସୀମାରେ ଅପରେଶନ୍‌ ସନ୍‌ ସାଇନ୍‌-୨: ଉଗ୍ରବାଦୀଙ୍କ ଶିବିର ଧ୍ୱଂସ; ୮୦ ଗିରଫ

ଦିସ୍‌ପୁର,୧୬।୬: ଉତ୍ତର-ପୂର୍ବ ଅଞ୍ଚଳରେ ଭାରତ-ମ୍ୟାନ୍‌ମାର୍‌ ସୀମାରେ ଭାରତୀୟ ସେନାର ୨ଟି ବାଟାଲିୟନ୍‌, ବିଶେଷ ସୁରକ୍ଷା ବଳ ତଥା ଆସାମ ରାଇଫଲସ୍‌ ପକ୍ଷରୁ ମିଳିତ ଭାବେ ଅପରେଶନ୍‌...

ଦେଶ ପାଇଁ ଆବଶ୍ୟକ ଜଣେ ଭଲ ପ୍ରଧାନମନ୍ତ୍ରୀ; ଚୌକିଦାର ନୁହେଁ: ପ୍ରକାଶ ରାଜ୍‌

ପାଟନା,୨୮।୪: ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ; ଚୌକିଦାର ନୁହେଁ। ଚୌକିଦାର ଖୋଜିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନ ଥାଏ। ଚୌକିଦାର...

ପଛରେ ପଡିଲେ ଶତ୍ରୁ

ପାଟନା,୨୩।୫: ବିହାରର ପାଟନା ସାହିବ ଆସନରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲାଗିଛି ଝଟକା। ଅଭିନେତାରୁ ନେତା ପାଲଟିଥିବା ସିହ୍ନା ଶେଷ ମୁହୂର୍ତ୍ତରେ ଭାଜପା ଛାଡି...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କମଲ ହାସନଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୨୭।୫: ମକଲ ନିଧି ମଇଅମର ଅଧ୍ୟକ୍ଷ ତଥା ଭେଟେରାନ୍‌ ଅଭିନେତା କମଲ ହାସନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *