Posted inଖେଳ

ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା

ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଆସିଫ୍‌ ଅଲ୍ଲୀ। ଆସିଫଙ୍କ ଦୁଇବର୍ଷର ଝିଅ ତୁର୍‌ ଫାତିମା କ୍ୟାନସରରେ ପୀଡିତ ହୋଇ ଆମେରିକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କ୍ୟାନସରର ଶେଷ ପର୍ଯ୍ୟାୟରେ ଥିବାରୁ ସୋମବାର ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟ ଖେଳାଯାଉଥିବା ଏକଦିବସୀୟ ସିରିଜର ଶେଷ ମ୍ୟାଚ୍‌ ଥିଲା। ପାକିସ୍ତାନ ଟିମ୍‌ରେ ସାମିଲ୍‌ ହୋଇ ମ୍ୟାଚ୍‌ ଖେଳିଥିଲେ ଆସିଫ୍‌। ଯଦିଓ ଏହି ମ୍ୟାଚ୍‌ରେ ଆସିଫ୍‌ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ, କିନ୍ତୁ ଖେଳୁଆଡ ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଉକ୍ତ ମ୍ୟାଚରେ ଆସିଫ ୧୭ଟି ବଲରୁ ସେ ୨୨ରନ୍‌ରେ ଆଉଟ ହୋଇଥିଲେ। ଇଂଲଣ୍ଡଠାରୁ ପାକିସ୍ତାନ ୫୪ରନରେ ପରାସ୍ତ ହୋଇଥିଲା। ଝିଅର ଅକାଳ ମୃତ୍ୟୁ ପରେ ସେ ପାକିସ୍ତାନ ଫେରି ପୁଣି ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବେ। ସୂଚନାଯୋଗ୍ୟ, ଗତ ମାସରେ ତୁର୍‌ ଫାତିମା କ୍ୟାନସରରେ ପୀଡିତ ଥିବା କଥା ନିଜ ଟୁଇଟରରେ ଘୋଷଣା କରିଥିଲେ ଆସିଫ୍‌।


All Right Reserved By

Posted inଖେଳ

ଟାଇଟଲ ସହ କୋର୍ଟକୁ ଫେରିଲେ ମୁରେ

ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ...

ଏପିଏଲ୍‌ ଆୟୋଜନକୁ ଅଗ୍ରାହ୍ୟ କଲା ବିସିସିଆଇ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)-ଭାରତରେ ଏହାର ଟି୨୦ ଲିଗ୍‌ (ଏପିଏଲ)ଆୟୋଜନ କରିବା ସୁଯୋଗ ଦେବା ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) କରିଥିବା ଅନୁରୋଧକୁ ବିସିସିଆଇ ଅଗ୍ରାହ୍ୟ...

ବିଶ୍ୱକପ୍‌ରେ ଭାରତଠାରୁ ହାରିବା ନୂଆ ନୁହେଁ

ଲଣ୍ଡନ, ୨୩ା୬ (ପି.ଟି.)-ରବିବାର ଖେଳାଯିବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ତାଙ୍କ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ...

ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗ: ସେରେନାଙ୍କୁ ଜରିମାନା

ଲଣ୍ଡନ, ୯ା୭- ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗରେ ସେରେନା ଓ୍ବିଲିୟମ୍ସଙ୍କୁ ୧୦,୦୦୦ ଡଲାର(୭,୯୮୮ ପାଉଣ୍ଡ) ଜରିମାନା କରାଯାଇଛି। ଅଲ୍‌ ଇଂଲଣ୍ଡ କ୍ଲବରେ ଚଳିତ...

ମହିଳା ଜାତୀୟ ବକ୍ସିଂ ଖେଳାଳିଙ୍କ ପାଇଁ ବର ଖୋଜୁଥିଲେ ମା’: ଲିଙ୍ଗ ପରିବର୍ତ୍ତନ କରି ଘରକୁ ଫେରିଲେ ଝିଅ

ଲକ୍ଷ୍ନୌ, ୨୪।୬: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳା ଜାତୀୟ ବକ୍ସିଂ ଖେଳାଳି ପ୍ରିୟଙ୍କା ପାଲ୍‌ ଲିଙ୍ଗ ପରିବର୍ତ୍ତନ କରି...

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫...

ଇଂଲଣ୍ଡରେ କ୍ରିକେଟ ମହାକୁମ୍ଭ 

ଲଣ୍ଡନ, ୩୦।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି...

ବିଶ୍ୱକପ୍‌: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା

ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *