ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ ତେବେ ତା’ଦ୍ୱାରା କେତେ ଉପକାର ମିଳେ ତାହା ଅନୁଭବୀ ହିଁ ଜାଣେ। କେତେକ ବ୍ୟାୟାମ କରିବା ସମୟରେ ଗୀତ ଶୁଣିବାକୁ ଭଲ ପାଆନ୍ତି। କାନରେ ଇୟର ଫୋନ୍‌ ଦେଇ ଓ୍ବାକିଂ, ଜଗିଂ କରୁଥିବାର ଅନେକଙ୍କୁ ଦେଖିବାକୁ ମିଳୁଛି। ହେଲେ ବ୍ୟାୟାମ ସମୟରେ ଗୀତ ଶୁଣିବା ଏକ ଭଲ ଅଭ୍ୟାସ ଏବଂ ତାହାର ସୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। ବ୍ୟାୟାମ ସମୟରେ ଗୀତ ଶୁଣିବାକୁ ସେମାନେ ‘ରିଲାକ୍ସ ଥେରାପି’ ନାମରେ ନାମିତ କରିଛନ୍ତି। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ରହିବା ସହ ମସ୍ତିଷ୍କର କାର୍ଯ୍ୟଧାରା ଆହୁରି ସକ୍ରିୟ ରହିଥାଏ। ଯଦି ଅଧିକ ସମୟ ବ୍ୟାୟାମ କରୁଛନ୍ତି ତେବେ ଥକା ଲାଗିବା ସ୍ବାଭାବିକ। ଏହି ସମୟରେ ମନରେ ପ୍ରଫୁଲ୍ଲତା ଭରିଦିଏ ଗୀତ ଶୁଣିବା। ବ୍ୟୟାମ ସମୟରେ ଗୀତ ଶୁଣୁଥିବା କେତେକ ବ୍ୟକ୍ତିଙ୍କ ଉପରେ ଗବେଷଣା କରି ସେମାନେ ଏପରି ମତବ୍ୟକ୍ତ କରିଛନ୍ତି।


All Right Reserved By

ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଅଭ୍ୟାସ କରି ପ୍ରତିଦିନ ସକାଳୁ...

ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍‌ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍‌ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି,...

ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..

ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର...

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ…

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ମଦ୍ୟପାନ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ...

ସୁସ୍ଥ ଦାନ୍ତ ପାଇଁ…

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ...

ଡାକ୍ତର-ରୋଗୀ ଉପାଖ୍ୟାନମ୍‌

ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ । ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… “ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ...

ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ...

ବର୍ଷାଦିନେ ଷ୍ଟ୍ରିଟ୍‌ଫୁଡ୍‌

ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *