Posted inଜାତୀୟ

ମୋଦି ଧ୍ୟାନ କରୁଥିବା ଗୁମ୍ଫାରେ ରହିବାକୁ ଚାହିଁଲେ ଗୋଟିଏ ରାତି ପାଇଁ ଦେବାକୁ ପଡିବ ୯୯୦ଟଙ୍କା

ଡେରାଡୁନ,୨୦।୫: ଗେରୁଆ ବସ୍ତ୍ରପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାହା ଏବେ ବେଶ୍‌ ଚର୍ଚ୍ଚିତ। ଶନିବାର ଏହି ଫଟୋଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ହେଲେ ଏହି ଗୁମ୍ଫାକୁ ଲାଗି ରହିଥିବା ଆଉ ଗୋଟିଏ ଗୁମ୍ଫା ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିବା ସୂଚନା ମିଳିଛି। ଯେଉଁଥିରେ ଶୌଚାଗାର ସଂଲଗ୍ନ ହୋଇ ରହିଛି। ଗରଓ୍ବାଲ ମଣ୍ଡଲ ବିକାଶ ନିଗମ(ଗିଏମ୍‌ଭିଏନ୍‌) ଓ୍ବେବସାଇଟ୍‌ ମାଧ୍ୟମରେ ଏହାକୁ ବୁକ୍‌ କରାଯାଇ ପାରିବ। ଗୋଟିଏ ରାତି ପାଇଁ ଏହାର ଭଡା ରଖାଯାଇଛି ୯୯୦ ଟଙ୍କା। ସୂଚନାଯୋଗ୍ୟ, ଏହା ପ୍ରାୟ ୧.୫ କିଲୋମିଟର ପାହାଡ଼ ଉପରେ ଅବସ୍ଥିତ ଥିବା ବେଳେ ଏହି ଗୁମ୍ଫାରେ ରହିଛି ଏକ ଛୋଟ ଝରକା। ଯାହା ମଧ୍ୟ ଦେଇ କେଦାରନାଥ ମନ୍ଦିର ଦୃଶ୍ୟମାନ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଏହି ଗୁମ୍ଫାରେ ୧୭ ଘଣ୍ଟା ସମୟ ଅତିବାହିତ କରିଥିଲେ।


All Right Reserved By

ନକଲି ଆଇପିଏସ୍‌ ଅଫିସର ହୋଇ ଲୋକଙ୍କୁ ଲୁଟୁଥିବା ଦ୍ୱାଦଶ ଫେଲ୍‌ ଯୁବକ ଗିରଫ

ଜୟପୁର,୧।୬: ଜଣେ ନକଲି ଆଇପିଏସ୍‌ ଅଫିସରଙ୍କୁ ଏସଓଜି ଗିରଫ କରିଛି। ନକଲି ଆଇପିଏସ୍‌ ହୋଇ ଲୋକଙ୍କ ଲୁଟୁଥିବା ଅଭୟ ମୀଣା ଦ୍ୱାଦଶ ଫେଲ ହୋଇଥିଲେ ମଧ୍ୟ...

ଯୁବକ ସମୟରେ କରିଥିଲେ ଅପରାଧ; ବୃଦ୍ଧାବସ୍ଥାରେ ପଡ଼ିଲେ ଧରା

ଝାବୁଆ,୧୭।୪: କୁହାଯାଏ ସତ କେବେ ଲୁଚି ରହେନା। ଏହାର ଏକ ଉଦାହରଣ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଦେଖିବାକୁ ମିଳିଛି। ଯୁବକ ସମୟରେ ଅପରାଧ କରି ଜଣେ...

ମୋଦିଙ୍କୁ ଭେଟିଲେ ଜଗନ୍‌ ମୋହନ

ନୂଆଦିଲ୍ଲୀ, ୨୬।୫: ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଓ୍ପାଇଏସ୍‌ଆର୍‌ କଂଗ୍ରେସ ଅଧ୍ୟକ୍ଷ ଓ୍ବାଇ.ଏସ୍‌ ଜଗନ୍‌ ମୋହନ ରେଡ୍ଡୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୋଲିସ ସହାୟତା ଲୋଡିଲେ ୧୩ ବର୍ଷର ବାଳିକା ବଧୂ: ଠିକ୍‌ ସମୟରେ ପହଞ୍ଚିପାରିଲା ନି ପୋଲିସ

ପାଟନା,୨୯।୪: ବିହାର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକା ବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ।...

ଟିଭିରେ ଦେଖିଲେ ମୋଦିଙ୍କ ମା’

ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍‌ସ୍ଥିତ...

ଭାଜପାକୁ ଫେରିଲେ ବିଜୟ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ...

ହିଂସା ଲାଗି ଭାଜପାକୁ ଦୋଷଦେଲେ ମମତା

କୋଲକାତା,୧୧ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସାକାଣ୍ଡ ଲାଗି ଭାଜପାକୁ ଦୋଷ ଦେଇଛନ୍ତି। କେନ୍ଦ୍ର ଓ ଭାଜପା କର୍ମୀମାନେ ମୁଖ୍ୟତଃ ଏଥିଲାଗି ଦାୟୀ। ରାଜ୍ୟ...

ମମତାଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ୍‌: ଆଜି ପଶ୍ଚିମବଙ୍ଗ ଯିବି, ଦେଖିବା କ’ଣ ହେଉଛି

ଲକ୍ଷ୍ନୌ, ୧୬।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *