କାଚ ଓ ବାତ୍ୟା ପରବର୍ତ୍ତୀ ବିଭୀଷିକା

”ଭଂଗା କାଚକୁ ସଂଗ୍ରହ
କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ ପ୍ରଦୂଷଣର ମୁଖ୍ୟାଂଶ ହୋଇଥାଏ। ଗାଡ଼ିଟିଏ ରାସ୍ତାରେ ଧକ୍କା ହେବା ଦ୍ୱାରା ଗାଡ଼ିର କାଚ ଗୁଣ୍ଡ ହୋଇ ରାସ୍ତାସାରା ମୋତି ଗୁଣ୍ଡ ପରି ଚିକ୍‌ ଚିକ୍‌ ଦେଖାଯାଏ। ଅନ୍ୟ ଛୋଟମୋଟ ଗାଡ଼ି ଚକରେ ପଶି କଣା କରାଏ। ସାଇକେଲ ଲିକ୍‌ ହୁଏ, ପାଦରେ ପଶିଥାଏ। ଏପରି କି ଚପଲ ଓ ଜୋତା ଫୁଟାଇବା ଫଳରେ ଅନ୍ୟ ଆଘାତ ଅପେକ୍ଷା କାଚଜନିତ କ୍ଷତ ଅଧିକ ସଂକ୍ରମଣ ଘଟାଇଥାଏ।“

କାଚର ଆବିଷ୍କାର ଚାଇନା ଦେଶରେ ହୋଇଥିଲା। କାଚର ଗୋଟିଏପଟେ ପ୍ରଲେପ ଲଗାଇ ମଣିଷ ନିଜର ପ୍ରତିଛବି ଏଥିରେ ଦେଖିପାରିଲା ‘କାଚ’ ଆଲୋକ ପାଇଁ ପ୍ରତିବନ୍ଧକ ନ ଥିବାରୁ ଏହା ମଧ୍ୟଦେଇ ଆଲୋକ ଯାଇପାରେ। କାଚକୁ ବିଭିନ୍ନ ପ୍ରକାରର ରାସାୟନିକ ଓ ପ୍ରଲେପ ମାଧ୍ୟମରେ ଗୋଟିଏପଟେ ଆଲୋକ ପ୍ରତିରୋଧ ଓ ଅନ୍ୟ ଗୋଟିଏ ପଟେ ଆଲୋକାଭିମୁଖୀ କରାଯାଇପାରୁଛି ଓ ବିଭିନ୍ନ ରଙ୍ଗର ସୁଦୃଶ୍ୟ କାଚମାନ ଗଢ଼ା ଯାଇପାରୁଛି।
ଏବେ ଘର ତିଆରି ଓ ପରବର୍ତ୍ତୀ ଘରମୁଦା ପାଇଁ କାଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଘରକୁ ସୁଦୃଶ୍ୟମାନ କରିବା ସହିତ ଆଲୋକ ସଞ୍ଚାଳନ ପାଇଁ ବ୍ୟବହାର କରାଯାଇଥାଏ। ଅନେକ ଥାକ, ଆଲମାରୀ ଓ ର଼୍ୟାକ୍‌ମାନଙ୍କରେ ବିଭିନ୍ନ କାଚ ଲଗାଯାଇଥାଏ।
ମାତ୍ର ଏବେ ଘଟିଯାଇଥିବା ”ଅତ୍ୟନ୍ତ ମହାବାତ୍ୟା ଫନୀ“ର ତାଣ୍ଡବଲୀଳା ଓ ପ୍ରଳୟ ପରେ ଜଣାପଡ଼ିଛି ଯେ ‘କାଚ’ କେତେ କ୍ଷତିକାରକ ଓ ଅସ୍ବାସ୍ଥ୍ୟକର। ପ୍ରଚଣ୍ଡ ପବନ ମାଡ଼ରେ ତାହାସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଛି। ଘର ଦ୍ୱାର, ବାହାର, ଗାଡ଼ି, ଝରକା, କବାଟ, ପାର୍ଟିସନ୍‌ ଓ ପ୍ରବେଶକକ୍ଷ ସବୁ କାଚ ଭାଙ୍ଗି ଗୁଣ୍ଡହୋଇ ପାହାଡ଼ ପରି ଜମା ହୋଇଛି। ଏହା ବହୁତଳ ପ୍ରାସାଦ ପାଇଁ ଅନେକ କ୍ଷତିସାଧନ କରିଛି। ଯଦିଓ କାଚ ପାଇଁ କୌଣସି ବ୍ୟକ୍ତି ମରିନାହାନ୍ତି ତଥାପି ମରିଯିବା ମଧ୍ୟ ଅସମ୍ଭବ ନୁହେଁ। ତା’ର ତୀକ୍ଷ୍ନ ଧାର ଅତି ସହଜରେ ଖଣ୍ଡା ଓ ଛୁରି ପରି କ୍ଷତ କରିପାରେ, ଫୁଟାଇ ଦେଇପାରେ।ସେହିସବୁ ଭଂଗା କାଚକୁ ସଂଗ୍ରହ କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ ପ୍ରଦୂଷଣର ମୁଖ୍ୟାଂଶ ହୋଇଥାଏ। ଗାଡ଼ିଟିଏ ରାସ୍ତାରେ ଧକ୍କା ହେବା ଦ୍ୱାରା ଗାଡ଼ିର କାଚ ଗୁଣ୍ଡ ହୋଇ ରାସ୍ତାସାରା ମୋତି ଗୁଣ୍ଡ ପରି ଚିକ୍‌ ଚିକ୍‌ ଦେଖାଯାଏ। ଅନ୍ୟ ଛୋଟମୋଟ ଗାଡ଼ି ଚକରେ ପଶି କଣା କରାଏ। ସାଇକେଲ ଲିକ୍‌ ହୁଏ, ପାଦରେ ପଶିଥାଏ। ଏପରି କି ଚପଲ ଓ ଜୋତା ଫୁଟାଇବା ଫଳରେ ଅନ୍ୟ ଆଘାତ ଅପେକ୍ଷା କାଚଜନିତ କ୍ଷତ ଅଧିକ ସଂକ୍ରମଣ ଘଟାଇଥାଏ। ଏଥିଲାଗି ଆମକୁ ଅଧିକ ସତର୍କତା ଗ୍ରହଣ କରିବାକୁ ପଡ଼ିବ। ଘରେ, କବାଟରେ, ଝରକାରେ, ର଼୍ୟାକ୍‌, ଶୋ’କେସ୍‌ରେ ଯଥାସମ୍ଭବ କମ୍‌ କାଚ ଲଗାଇବା। ନଚେତ ଫାଇବର ଲଗାଇବା। ପ୍ରବେଶ ପଥରେ ମଧ୍ୟ ସେହିପରି କାଚ ଲଗାଇବା ଉଚିତ। ବହୁତଳ ପ୍ରାସାଦର ଝରକାକୁ ଷ୍ଟିଲ୍‌ ଜାଲି ଲଗାଇଯାଇପାରେ, ଫାଇବର ଉଡ ମଧ୍ୟ ଲଗାଯାଇପାରେ।
ପବନର ସାଧାରଣ ଗତିପଥ ଓ ବାତ୍ୟାର ଗତିପଥ ଜାଣିପାରିଲେ ସେଥିପାଇଁ କାଚ ଘର ଓ କବାଟର ଠିକ୍‌ ନିର୍ଦ୍ଧାରଣ କରିବା ଯଥାର୍ଥ ଅଟେ। କାଚର ପୃଷ୍ଠକୁ ସଫା କରିବାବେଳେ ସତର୍କତା ଅବଲମ୍ବନ କରିବା ମଧ୍ୟ ଦରକାର। ଅଧା ଭଙ୍ଗା କାଚର ଚିଜ ଘରେ ନ ରଖି ପକେଇଦେବା ଉଚିତ ଓ ଟେବୁଲର ଧାର ନ ରଖି ଓ୍ବାଲ୍‌ କଡକୁ ରଖାଯିବା ଠିକ୍‌। ତୈଳାକ୍ତ ହାତରେ, ଲାଜୁଆପଦାର୍ଥ ଲାଗିଥିଲେ ଓ ସର୍ଫ କିମ୍ବା ଡିଟରଜେଣ୍ଟ ବା ଡିସ୍‌ଇନ୍‌ଫେକ୍ଟାଣ୍ଟ୍‌ରେ ଧୋଇବାବେଳେ ମଧ୍ୟ ଏହାସବୁ ଖସୁଡ଼ିଯାଇ ଭାଙ୍ଗିଯାଇଥାଏ। ସେଥିଲାଗି ସତର୍କତା ଜରୁରୀ।
କ୍ଷତ ହେଲେ ପ୍ରଥମେ ପରିଷ୍କାର କରି ରକ୍ତକ୍ଷରଣ ବନ୍ଦ କରିବା ଦରକାର। କ୍ଷତ ଅଳ୍ପ ହୋଇଥିଲେ ପ୍ରେସର ବ୍ୟାଣ୍ଡେଜ୍‌ରେ ବନ୍ଦ ହୁଏ। ବଡ଼ ଓ ଦୀର୍ଘ ହୋଇଥିଲେ ଷ୍ଟିଚ୍‌ ପଡ଼େ, ଟି.ଟି. ଦିଆଯାଏ, କ୍ଷତମଲମ ଓ ଆଣ୍ଟିବାୟୋଟିକ୍‌ ମଧ୍ୟ ସାତଦିନ ଯାଏ ନେବାକୁ ପଡ଼େ। ଏହାସହିତ ସର୍ତକତାର ସହିତ ମଧ୍ୟ ଚଳିବାକୁ ପଡ଼େ।
ପ୍ରବାଦ ଅଛି ”କାଚଘରେ ରହୁଥିବା ଲୋକେ ପର ଘରକୁ ଟେକା ପକେଇବା ଅନୁଚିତ“। ମାତ୍ର କାଚ ଘର ଯେ ବାତ୍ୟା ସମୟରେ ଏକ ପ୍ରାଣଘାତକ ବିପଦ ତାକୁ ସମସ୍ତଙ୍କୁ ମନେରଖି କାର୍ଯ୍ୟ କରିବାକୁ ପଡ଼ିବ।

ଡ. ରାମଚନ୍ଦ୍ର ରାଉତ

-ଗୋପାଳପୁର, ହରିହର ଭେଟ, ବାଙ୍କୀ, କଟକ


All Right Reserved By

ଓଜନ ହ୍ରାସ ପାଇଁ ଖାଆନ୍ତୁ ରୁଟି

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ...

ବ୍ଲଡପ୍ରେସର

ଆମ ଶରୀରରେ ରକ୍ତ ସଂଚାଳନ ସକ୍ରିୟ ରହିବା ଦରକାର। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସନ୍ତୁଳିତ ରକ୍ତ ସଂଚାଳନକୁ...

ଅଧିକ ସମୟ ଇ-ରିଡିଂ କରୁଥିଲେ..

ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ...

ଚିକେନ ମଷ୍ଟାର୍ଡ

ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ...

ଭୁଲ୍‌ରେ ମଧ୍ୟ ଏହିସବୁ ରୋଗୀ ଖାଆନ୍ତୁ ନାହିଁ ତରଭୁଜ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି...

ଓଜନ ବୃଦ୍ଧିକୁ ରୋକେ ପିଜୁଳି ପତ୍ର ଚା’

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ...

ସକାଳେ ପିଇଲେ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ କପେ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ...

କାହିଁକି ପିଇବେ ଉଷୁମ ଲେମ୍ବୁ ପାଣି…

ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *