ଜୀବନ ଜୀବିକା ଓ ଜୈବ ବିବିଧତା

”ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ
ପ୍ରତିଦ୍ୱନ୍ଦ୍ୱୀ ରୂପେ । ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରି କି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ । ଏହାର ଫଳସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ । ଶୁଖିଗଲାଣି ସୁନାବ୍ୟା ନଦୀ । ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା । ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ ।“

ଜୈବ ବିବିଧତା ବୋଇଲେ କ’ଣ ? ପରିବେଶର ସନ୍ତୁଳନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିର ପ୍ରାଣୀ ଉଦ୍ଭିଦର ସହାବସ୍ଥାନକୁ ଜୈବ ବିବିଧତା ବୋଲି କୁହାଯାଏ । ଆମେ ଜାଣୁ ଯେ ସବୁ ପ୍ରକାରର ଉଦ୍ଭିଦ ସମାନ ନୁହନ୍ତି କି ସବୁ ପ୍ରକାରର ପ୍ରାଣୀ ମଧ୍ୟ ସମାନ ନୁହନ୍ତି । ସମାନ ବି ନୁହନ୍ତି ସବୁ ପ୍ରକାରର ଅଣୁଜୀବ ା ଏପରି କି ଏକା ମା’ ପେଟରୁ ଜନ୍ମ ନେଇଥିବା ସବୁ ଭାଇ ଭଉଣୀଙ୍କ ମଧ୍ୟରେ ସମାନତା ପରିଲକ୍ଷିତ ହୋଇ ନ ଥାଏ।
ପ୍ରାଣୀ ଓ ଉଦ୍ଭିଦଗୁଡିକ ଦେଖିବାକୁ ମିଳେ ମେରୁଭୂମିରେ ହ୍ରଦ ଓ ଝରଣା ଇତ୍ୟାଦିରେ ଆବାସ ସ୍ଥଳୀ ଭେଦରେ ସେମାନଙ୍କଠାରେ ପରିଦୃଷ୍ଟି ହୁଏ ଭିନ୍ନତା।
ହେଲେ ନିଜକୁ ପଚାରନ୍ତୁ ତ ପୃଥିବୀର ଏତେ ପ୍ରକାରର ଜୈବ ବୈଚିତ୍ର୍ୟ ବା ବିବିଧତା ସୃଷ୍ଟି କରିଛି କିଏ ? ବିବିଧତାର ଜନନୀ ହେଉଛି ମୁଖ୍ୟତଃ ପ୍ରକୃତି । କିନ୍ତୁ ସେହି ନାନା ଜାତିର ଉଦ୍ଭିଦ ଓ ପ୍ରାଣୀକୁ ପ୍ରକୃତି କାହିଁକି ସୃଷ୍ଟି କରିଛି ? ବରଗଛ ଭଳି ଆମ୍ବ ଗଛ ଓ ନଡିଆ ଗଛ ଭଳି ଗୋରୁ ମେଣ୍ଢା, ଛେଳି, ବାଘ, ଭାଲୁ ସିଂହ ହାତୀ ଭଳି ସୃଷ୍ଟି କରିଛି । କାହିଁକି ? କଙ୍ଗାରୁକୁ ବାହିକ ଜନ୍ମ ଦେଇଛି ଅଷ୍ଟ୍ରେଲିଆରେ ଏବଂ ତିମିକୁ ସମୁଦ୍ରରେ ା ସବୁଜାତିର ଉଦ୍ଭିଦ ଓ ସବୁ ଜାତିର ପ୍ରାଣୀଙ୍କୁ ସୃଷ୍ଟି କରିସାରି କାହିଁକି ସବା ଶେଷରେ ସୃଷ୍ଟି କରିଛି ମଣିଷକୁ ?
ପୁଣି କେତେ ଜାତିର ଉଦ୍ଭିଦ ଓ ପ୍ରାଣୀକୁ ଜନ୍ମ ଦେଇଛି ସେ ? ବାସ୍ତବରେ ଦେଖିବାକୁ ଗଲେ, ବିଜ୍ଞାନକୁ ନେଇ ବେଶ୍‌ ବଡେଇ କରୁଥିବା ବିଜ୍ଞ ମଣିଷ ପାଖରେ ଏସବୁ ପ୍ରଶ୍ନର ଠିକ୍‌ ଉତ୍ତର ନାହିଁ । ଏହାର ଉତ୍ତର କେବଳ ପ୍ରକୃତି ହିଁ ଦେଇ ପାରିବ । ତେବେ ପୃଥିବୀର ସମସ୍ତ ପ୍ରାଣୀ ଓ ସମସ୍ତ ଉଦ୍ଭିଦର ମଙ୍ଗଳ ସାଧନ କରିବା ହିଁ ପ୍ରକୃତ ସୃଷ୍ଟି ଜୈବ ବିବିଧତାର ଏକମାତ୍ର ଉଦ୍ଦେଶ୍ୟ । ସୁତରାଂ ଜବୈ ବିବିଧତାକୁ ନିଖୁଣ ନ ରଖିପାରିଲେ ଜୀବଜଗତର ସ୍ଥିତି ଯେ ଶୋଚନୀୟ ଭାବରେ ବିପନ୍ନ ହୋଇପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

କିନ୍ତୁ ଜବୈ ବିବିଧତାର ସ୍ଥିତି ସିନା ପ୍ରକୃତି, ହେଲେ ବଡ ପରିତାପର ବିଷୟ ଯେ ଜୈବ ବିବିଧତାକୁ ହ୍ରଦ ହାରରେ ହ୍ରାସ କରି ଚାଲିଛି ମଣିଷ ା କେବଳ ମାଂସ ଲୋଭରେ ପୃଥିବୀରୁ ସବୁ ଦିନ ପାଇଁ ନିଶ୍ଚିହ୍ନ ହୋଇଗଲା ଡୋଡୋ।
ବିଲୁପ୍ତ ହୋଇଥିବା ପାସେଞ୍ଜର ପାରା; କେବଳ ଚମଡ଼ା ଲୋଭରେ ମଣିଷ ବଂଶ ବୁଡେଇ ଦେଲା ମାମଥ୍‌, କ୍ୱାଗା ଓ ସମୁଦ୍ର ଗାଈର; ରଙ୍ଗବେରଙ୍ଗ ପରରେ ମୋହିଯାଇ ନାଶ କରିଦେଲା ଦୁଇଆ ପକ୍ଷୀର କୁଳ ଏବଂ ଶିକାର ସଉକ ଚରିତାର୍ଥ କରିବା ପାଇଁ ଲୋପ କରିଦେଲା ଭାରତୀୟ ଚିତାର ବଂଶ। ଏମାନେ ପ୍ରକୃତିକୁ ଆଉ ଫେରି ପାରିବେନି।
ମାତ୍ର ମଣିଷ ତ ଧରିତ୍ରୀ ମାତାର ଏକମାତ୍ର ସନ୍ତାନ ନୁହେଁ। ପୃଥିବୀରେ ବସବାସ କରୁଛନ୍ତି ସମ୍ଭବତଃ ଅଶୀଲକ୍ଷ ଜାତିର ପ୍ରାଣୀ ଏବଂ ଉଦ୍ଭିଦ। ଏମାନଙ୍କ ମଧ୍ୟରେ କେବଳ କୀଟପତଙ୍ଗ ହେଉଛନ୍ତି ୫୫ ଲକ୍ଷ ଜାତିର। ଧରିତ୍ରୀର ଏହି ସମସ୍ତ ସନ୍ତାନମାନଙ୍କ ମଧ୍ୟୋ ମଣିଷ ହେଉଛି ଅନ୍ୟତମ ମିତ୍ର।
ହେଲେ ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦ ଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରିକି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ। ଏହାର ଫଳ ସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ। ଶୁଖିଗଲାଣି ସୁନାବ୍ୟା ନଦୀ। ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ। କିନ୍ତୁ ପ୍ରଶ୍ନ ଉଠେ, ପ୍ରତି ବର୍ଷ ପୃଥିବୀ ପୃଷ୍ଠରୁ ଅନ୍ତତଃ ଏକ ହଜାର ସଂଖ୍ୟକ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯାଉଥିବାର ପ୍ରଧାନ କାରଣମାନ କ’ଣ? ଅଟକଳ କରି କୁହାଯାଉଛି ଯେ ଆଗାମୀ ଅଳ୍ପ କେତୋଟି ଦଶକ ଭିତରେ ପାଖାପାଖି ୧୦ ଲକ୍ଷ ଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯିବେ।
କଳକାରଖାନା ପ୍ରତିଷ୍ଠା, ସହର ଓ ଜନବସତି ସ୍ଥାପନ ଓ କୃଷିକ୍ଷେତ୍ର ପ୍ରସ୍ତୁତି ଫଳରେ ଉଦ୍ଭିଦ ଓ ପ୍ରାଣିଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ବାସୋପଯୋଗୀ ସ୍ଥାନ ମିଳୁନାହିଁ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଯୋଗୁ ବୃଦ୍ଧି ପାଇ ଚାଲିଛି ପରିବେଶ ପ୍ରଦୂଷଣ। ଅବିଚାରିତ ଭାବରେ ଜୀବଜନ୍ତୁ ଶିକାର କରିବା ଓ ଗଛ କାଟିବା ଯୋଗୁ ସୁଗମ ହୋଇଯାଉଛି ସେମାନଙ୍କ ବିଲୁପ୍ତ ପ୍ରକ୍ରିୟା। ବିଦେଶୀ ବୃକ୍ଷଲତା ଓ ବିଦେଶୀ ଜୀବଜାତିର ଅନୁପ୍ରବେଶ ଫଳରେ ସ୍ଥାନୀୟ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ପଡ଼ୁଛି ପ୍ରତିକଳ ପ୍ରଭାବ। ସବୁଜ କୋଠରି ଗ୍ୟାସର ନିର୍ଗମନ ବୃଦ୍ଧି ପାଇ ବଢ଼ିବଢ଼ି ଚାଲିଛି ଜାଗତିକ ଉଷ୍ମତା। ଏ ସବୁର ପରିଣାମ ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥିତି ପାଇଁ ଆଦୌ ଶୁଭଙ୍କର ହୋଇପାରୁନାହିଁ।
ଏହା ସ୍ବୀକାର୍ଯ୍ୟ ଯେ ଖାଦ୍ୟ ଓ ବାସସ୍ଥାନ ପାଇଁ ସମଗ୍ର ଜୀବଜଗତ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଆମେ ମଣିଷମାନେ ମଧ୍ୟ ପ୍ରକୃତିରୁ ସଂଗ୍ରହ କରିଥାଉ ଆମର ଖାଦ୍ୟ, ଗୃହପାଳିତ ପଶୁଖାଦ୍ୟ, ବସ୍ତ୍ର, ଗୃହୋପକରଣ, ଇନ୍ଧନ ଓ ଔଷଧ ଇତ୍ୟାଦି। ବିଶେଷକରି କୃଷିଜୀବୀ, ମତ୍ସ୍ୟଜୀବୀ, ପଶୁପାଳକ ଏବଂ ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରୁଥିବା ବନବାସୀ ସଂପ୍ରଦାୟଙ୍କ ଜୀବନ ଧାରଣ ମୁଖ୍ୟତଃ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାଏ।
ସୁତରାଂ ଜୈବବିବିଧତାକୁ ଅକ୍ଷତ ରଖିବା ପାଇଁ ବାସସ୍ଥଳୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଚୋରା ଶିକାରୀ ଓ କାଠ ଚୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିଦେଶୀ ଉଦ୍ଭିଦ ଓ ଜୀବଜନ୍ତୁ ଆମଦାନୀରେ ଅଙ୍କୁଶ ଓ ବାୟୁମଣ୍ଡଳରେ ତାପମାତ୍ରା ହ୍ରାସ ଭଳି ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରିବା ସର୍ବୋଦୌ ଆବଶ୍ୟକ।
ଅବଶ୍ୟ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ଜୈବ ମଣ୍ଡଳ, ସଂରକ୍ଷଣ, ବ୍ୟାଘ୍ର, ହସ୍ତୀ, ଗଣ୍ଡା, କୁମ୍ଭୀର, ଶାଗୁଣା ଓ ଡଲଫିନ୍‌ ଆଦିର ସୁରକ୍ଷା ପାଇଁ ସରକାରୀ ସ୍ତରରେ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ଜୈବ ବିବିଧତାର ସଂରକ୍ଷଣରେ ଏଭଳି ପଦକ୍ଷେପମାନ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ଯାହା ହେଉ, ଜାହାଜରୁ କୌଣସି ଗୋଟିଏ ପେଚ ଗଳିପଡ଼ିଲେ ଜାହାଜଟି ତତ୍‌କ୍ଷଣାତ ଡୁବି ଯାଏନି। କିନ୍ତୁ ଗୋଟିକ ପରେ ଗୋଟିଏ କରି ପେଚମାନ ଗଳିପଡ଼ିଲେ ଜାହାଜଟି ଜଳ ସମାଧି ନେବାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇପଡେ। ସେହିପରି ପୃଥିବୀ ରୂପକ ପୋତଟିକୁ ପ୍ରାଣୀ ଓ ଉଦ୍ଭିଦ କୁଳ ହିଁ ଅନୁକୂଳ ଅବସ୍ଥାରେ ରଖିଛନ୍ତି। ମାତ୍ର ପ୍ରତିବର୍ଷ ଲୋପ ପାଇ ଚାଲିଛନ୍ତି ହଜାରେ ସରିଜ୍ଞ ଜୀବଜନ୍ତୁ ଓ ଉଦ୍ଭିଦ। ଯଦି ଏହି ପ୍ରକ୍ରିୟା ଅବ୍ୟାହତି ରହେ ତେବେ ଦିନେ ନା ଦିନେ ଆମ ପ୍ରିୟ ପୃଥିବୀର ମୃତ୍ୟୁ ଅବଶ୍ୟମ୍ଭାବୀ। ଏବଂ ପୃଥିବୀର ପରଲୋକ ହେବା ପୂର୍ବରୁ ଶ୍ମଶାନବାସୀ ହୋଇସାରିଥିବା ଅପରିଣାମଦର୍ଶୀ ଆମେ ମଣିଷମାନେ।
ସେଥିପାଇଁ ବେଦର ଶାନ୍ତି ସୂକ୍ତରେ ଆକାଶ ଅନ୍ତରୀକ୍ଷ, ପୃଥିବୀ, ଜଳ, ବୃକ୍ଷଲତା, ଔଷଧୀୟ ଗୁଳ୍ମ ଇତ୍ୟାଦିରେ ଶାନ୍ତି ଅକ୍ଷତ ରଖିବା ନିମନ୍ତେ ଯେଉଁ ଆହ୍ବାନ ଦିଆଯାଇଛି, ତାହା ଆଧୁନିକ ମଣିଷର ଗଭୀର ପ୍ରଣିଧାନଯୋଗ୍ୟ।
ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଆଲବର୍ଟ ସ୍ବେଇଜରଙ୍କ ଭାଷାରେ, ବିଶ୍ୱର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବଜାତିର ଯଥାର୍ଥ ମାନବିକତା।
ମଣିଷଠାରେ ମାନବିକତା ଅକ୍ଷୁଣ୍ଣ ରହିଲେ ହିଁ ଜୈବ ବିବିଧତା ଯେ ଅକ୍ଷତ ତଥା ଅପରିବର୍ତ୍ତନୀୟ ରହିପାରିବ, ଏହା ନିଃସନ୍ଦେହ।
ଜୈବ ବିବିଧତାକୁ ଅକ୍ଷତ ରଖିବାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲକ୍ଷ୍ୟ ନେଇ ହିଁ ପ୍ରତିବର୍ଷ ମେ ୨୨ ତାରିଖରେ ପାଳିତ ହୋଇଆସୁଛି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ।
ଜାଣି ରଖିବା ଉଚିତ ଯେ, ଜନସାଧାରଣଙ୍କ ଜୀବନ ଓ ଜୀବିକାର ନିରାପତ୍ତା ପାଇଁ ଜୈବ ବିବିଧତା ହିଁ ହେଉଛି ମେରୁଦଣ୍ଡ ସଦୃଶ।

ଡା. ନିତ୍ୟାନନ୍ଦ ସ୍ବାଇଁ

-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ, ବିଡାନାସୀ, କଟକ-୧୪


All Right Reserved By

ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ବର୍ତ୍ତମାନ ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ...

ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ...

ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି…

ଜୁଆଣି ପାଣି ପିଇଲେ ଅନେକ ଉପକାର ହୋଇଥାଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଏହା ହରମୋନସ୍ତରକୁ ନିୟନ୍ତ୍ରିତ କରିଥାଏ।...

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି,...

ସାବଧାନ! ଭଲ ଭାବରେ ବ୍ରଶ ନ କଲେ ହୋଇପାରେ ବ୍ରେନ୍‌ଷ୍ଟ୍ରୋକ କିମ୍ବା ହାର୍ଟଆଟାକ୍‌

ସାବଧାନ! ଯଦି ଭଲ ଭାବେ ବ୍ରଶ କରୁ ନ ଥିବେ ତେବେ ହାର୍ଟ ଆଟାକ୍‌ କିମ୍ବା ବ୍ରେନ୍‌ଷ୍ଟ୍ରୋକର ଶିକାର ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ,...

ଖରାଦିନେ ଏସବୁ ସମସ୍ୟାକୁ ଦୂର କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *