Posted inଜାତୀୟ

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ, ଡ୍ରଗ୍ସ, ମଦ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ରବିବାର ସୂଚନା ଦେଇଛନ୍ତି। ୨୦୧୪ ତୁଳନାରେ ଏଥର ପାଖାପାଖି ତିନିଗୁଣ ଅଧିକ ଅର୍ଥ ଜବତ ହୋଇଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଟ ୧୨୦୬ କୋଟି ଟଙ୍କାର ନଗଦ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା ବୋଲି ଇସି ମହାନିର୍ଦ୍ଦେଶକ (ନିର୍ବାଚନ ଖର୍ଚ୍ଚ) ଦିଲୀପ ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୦ରେ ଇସି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ। ମାର୍ଚ୍ଚ ୧୦ରୁ ମେ ୧୯ ମଧ୍ୟରେ ୮୩୯.୦୩ କୋଟି ଟଙ୍କାର ନଗଦ ଅର୍ଥ, ୨୯୪.୪୧ କୋଟି ଟଙ୍କାର ମଦ, ୧୨୭୦.୩୭ କୋଟି ଟଙ୍କାର ଡ୍ରଗ୍ସ, ୯୮୬.୭୬ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମର୍ଗୀ ଏବଂ ୫୮.୫୬ କୋଟି ଟଙ୍କାର ଶାଢ଼ୀ, ହାତଘଡ଼ି ଏବଂ ଭୋଟରଙ୍କୁ ବଣ୍ଟାଯିବାକୁ ଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।


All Right Reserved By

ଅପରେଶନ୍‌ ଅଲ୍‌ ଆଉଟ୍‌: ୫ ମାସରେ ୧୦୧ ଆତଙ୍କବାଦୀ ନିହତ

ଶ୍ରୀନଗର, ୧।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଯିବା ପାଇଁ ସେନା ପକ୍ଷରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ଗତ ୫ ମାସ ମଧ୍ୟରେ ସର୍ଚ୍ଚ ଅପରେଶନ୍‌...

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବେଜ୍‌ବିହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା...

ପ୍ରଥମଥର ପାଇଁ ଲୋକ ସଭାରେ ଖାତା ଖୋଲିପାରିଲାନି ଲାଲୁଙ୍କ ଦଳ

ପାଟନା, ୨୪।୫: ଲୋକ ସଭା ନିର୍ବାଚନରେ ଏଥର ଖାତା ଖୋଲିପାରି ନାହିଁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱଧୀନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)। ବିହାରରେ ମୋଦି ଲହରରେ...

ଭାଜପାର ଓପନିଂ ବ୍ୟାଟିଂରେ ଚଉକା ଛକା: କଂଗ୍ରେସ ପଛରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଓପନିଂ ବ୍ୟାଟିରେ ଭାଜପା ଚଉକା ଛକା ବର୍ଷା କରୁଥିବା...

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି...

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମା’-ବାପା ଟ୍ରେନରେ କଟିଗଲେ

ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର...

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୬: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଗୋଟିଏ ପଟେ ପାକିସ୍ତାନ ସରକାର ଭାରତ ସହ ଆଲୋଚନା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ସୀମାରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *