ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ରକ୍ତ ମିଳୁନି। ଏହି ଅଭାବ ଦୂର କରିବା ପାଇଁ ଉଦ୍ୟମ କରୁଛି ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଗୁଣ୍ଠବନ୍ଧ, ମାରୱାଡି ମହିଳା ସମିତି, ନେଚର୍ସ ଲଭର୍ସ ଓଡିଶା ଏବଂ ବକ୍ସିଂ ଓଡ଼ିଶା। ଏଥିରେ ସହଯୋଗ କରୁଛି ରକ୍ତ ଭଣ୍ଡାର, ମହାତ୍ମା ହେଲ୍‌ପିଂ ହ୍ୟାଣ୍ଡ୍‌ସ। ରବିବାର ଷଷ୍ଠ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଡା.ରଶ୍ମୀତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ୪ ଜଣ ପ୍ରଥମ ଥର ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମରେ ଦୁଇ ଭାଇ ରାକେଶ କୁମାର ବିଷୋୟୀ ଓ ବିକାଶ ବିଷୋୟୀ ମିଳିତ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଜ୍ଞାନୀ ଚନ୍ଦନ ଜାନୀ, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୀପକ ପାତ୍ର, ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ମହାତ୍ମା ହେଲ୍‌ପିଂ ହ୍ୟାଣ୍ଡ୍‌ସ ସଂଯୋଜକ ଏମ୍‌.ଭେଙ୍କଟ ରାମଣା, ଏସ୍‌.ଚିଟି ବାବୁ, ଏ.ସୁରେଶ, ଏମ୍‌.ଆଦର୍ଶ, ସୁଶିଲ କୁମାର, ସନିଆ ଗୌଡ଼, ସଞ୍ଜୟ ପାତ୍ର, ଏ.ବାବୁଲା ପାତ୍ର, ଈଶ୍ୱର ପ୍ରସାଦ ଗୌଡ଼, ମଣ୍ଟୁ ଜେନା, ସ୍ବରୂପ କୁମାର ପଣ୍ଡା, ନବୀନ କୁମାର ସାହୁ, ନେଚର୍ସ ଲଭର୍ସ ଓଡ଼ିଶାର ଆବାହକ ଶ୍ରୀନିବାସ ରାଜନାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଏହି ଶିବିର ଶେଷ ସୁଦ୍ଧା ମୋଟ ୬ ଶିବିରରେ ସମୁଦାୟ ୧୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।


All Right Reserved By

୪ ମାସ ଦରମା ପାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ...

ଲିଙ୍ଗରାଜ ହାଇସ୍କୁଲରୁ ଚୋରି

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ଥାନା ନିମିନା ଗ୍ରାମପଞ୍ଚାୟତ ସାନବରଗଁାସ୍ଥିତ ଲିଙ୍ଗରାଜ ହାଇସ୍କୁଲରୁ ରବିବାର ରାତିରେ ଚୋରି ହୋଇଛି। ସ୍କୁଲ ମୁଖ୍ୟ ଫାଟକ ଓ ଅଫିସ ଗୃହ...

ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଫୁଲବାଣୀ ଅଫିସ, ୪ା୬-କନ୍ଧମାଳ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଜିଲାର...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

ଆଜି ସରିବ ଯାତ୍ରା, ନିଜସ୍ବ ମନ୍ଦିରକୁ ବାହୁଡ଼ିବେ ମା’

ବ୍ରହ୍ମପୁର ଅଫିସ,୨୯ା୪-ମାସାଧିକ ସମୟ ଧରି ଅନୁଷ୍ଠିତ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାର ଶେଷ ହେବ।   ରବିବାର ଥିଲା ମା’ଙ୍କ ଯାତ୍ରାର...

ଭାଜପାକୁ ଫେରିଲେ ବିଜୟ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ...

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୧ା୪-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ(ଏସ୍‌ଡବ୍ଳ୍ୟୁଏମ) କାର୍ଯ୍ୟର ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *