ବଜାରରୁ ୬୩୯୯ କୋଟି କାଢ଼ି ନେଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୦-୫: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମେ’ରେ ଅଦ୍ୟାବଧି ଭାରତୀୟ ପୁଞ୍ଜି ବଜାରରୁ ୬୩୯୯ କୋଟି ଟଙ୍କା କାଢ଼ି ନେଇଛନ୍ତି। ସାଧାରଣ ନିର୍ବାଚନ ଫଳାଫଳରେ ଅନିଶ୍ଚିତତା ଏବଂ ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ବିବାଦକୁ ନେଇ ଏଫ୍‌ପିଆଇ ନିରାଶ ଥିବା ଜଣାପଡିଛି। ଏହି କାରଣରୁ ଗତ ୩ ମାସ ହେବ ସେମାନେ ଭାରତୀୟ ପୁଞ୍ଜି ବଜାରରେ ନିବେଶ କରିବାରେ ଲାଗିପଡିଥିଲେ। ସେମାନେ ଏପ୍ରିଲରେ ଉଭୟ ଶେୟାର ଓ ବଣ୍ଡ ବଜାରରେ ମୋଟ ୧୬,୦୯୩ କୋଟି ଟଙ୍କା ନିବେଶ କରିଥିଲେ। ସେହିପରି ସେମାନେ ମାର୍ଚ୍ଚରେ ୪୫,୯୮୧ କୋଟି ଟଙ୍କା, ଫେବୃୟାରୀରେ ୧୧,୧୮୨ କୋଟି ଟଙ୍କା ନିବେଶ କରିଥିଲେ। କିନ୍ତୁ ମେ‘ରେ ସେମାନଙ୍କ ମତ ପରିବର୍ତ୍ତନ ହୋଇଥିଲା ଚିତ୍ର ବଦଳିଯାଇଥିଲା। ଡିପୋଜିଟୋରୀ ତଥ୍ୟ ଅନୁଯାୟୀ ମେ ୧୭ ସୁଦ୍ଧା ଏଫ୍‌ପିଆଇ ୪୭୮୬.୩୮ କୋଟି ଟଙ୍କା ଶେୟାରରୁ ଏବଂ ୧୬୧୨.୬୨ କୋଟି ଟଙ୍କା ବଣ୍ଡ ବଜାରରୁ କାଢ଼ି ନେଇଛନ୍ତି।


All Right Reserved By

ତନିଷ୍କର ସାବିତ୍ରୀ ଅଫର ଘୋଷଣା,ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୮-୫: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ସାବିତ୍ରୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୨୯ରୁ ଜୁନ ୨ ଯାଏ...

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ମୁମ୍ବାଇ,୨୬-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅସୁଲ ହେଉ ନ ଥିବା ଋଣ(ଏନ୍‌ପିଏ) ମାମଲାର ସମାଧାନ ଲାଗି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି। ସଂଶୋଧିତ ନିୟମରେ...

ନାଲ୍‌କୋ ପକ୍ଷରୁ ଆମ୍ବେଡକର ଜୟନ୍ତୀ

ଭୁବନେଶ୍ୱର,୧୮-୪: ରାଷ୍ଟ୍ରାୟତ୍ତ ନାଲ୍‌କୋ ପକ୍ଷରୁ ସ୍ଥାନୀୟ ନାଲ୍‌କୋ ନଗରଠାରେ ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଡ୍‌କରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନାଲ୍‌କୋ...

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ...

ଅଗଷ୍ଟରୁ ଅନ୍‌ଲାଇନରେ କିଣି ହେବ ବିଦେଶୀ ମୁଦ୍ରା

ନୂଆଦିଲ୍ଲୀ,୮-୬: ବିଦେଶ ଯିବାକୁ ଥିବା ବ୍ୟକ୍ତିବିଶେଷ ଅଥବା କ୍ଷୁଦ୍ର ବ୍ୟବସାୟୀ ଅଗଷ୍ଟରୁ ଅନ୍‌ଲାଇନରେ ବିଦେଶୀ ମୁଦ୍ରା କିଣିପାରିବେ। ଏଥିଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ଏକ...

କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଏଏଆଇ, ସିଆଇଆଇର ନିବେଦନ

କଲିକତା,୧୫-୫: ଫନୀ ଦ୍ୱାରା ପୁରୀ,ଖୋର୍ଦ୍ଧା,କଟକ ସମେତ ରାଜ୍ୟର ୧୪ଟି ଜିଲାର ୧୫୯ ବ୍ଳକ, ୧୮୧୬୮ ଗ୍ରାମ, ୫୨ଟି ସହରାଞ୍ଚଳ ଏବଂ ୧.୬୫ କୋଟି ଜନସାଧାରଣ ପ୍ରଭାବିତ...

ଔଦ୍ୟୋଗିତ ଉତ୍ପାଦନ, ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୬: ଖଣି ଓ ବିଜୁଳି ଉତ୍ପାଦନରେ ସୁଧାର ହେବା କାରଣରୁ ଏପ୍ରିଲରେ ଔଦ୍ୟୋଗିକ ଉପତ୍ାଦନ ବିକାଶ ହାର ୩.୪% କୁ ବୃଦ୍ଧି ପାଇଛି, ଯାହା କି,...

ବହୁଦୃଷ୍ଟିରୁ ବିରଳ ଥିଲେ ବିରଲ

ନୂଆଦିଲ୍ଲୀ,୨୫-୬: ଡ.ଉର୍ଜିତ ପଟେଲ ଆର୍‌ବିଆଇର ଡେପୁଟି ଗଭର୍ନର ପଦରୁ ଗଭର୍ନର ଭାବେ ପଦୋନ୍ନତି ପାଇବା ପରେ ଡ.ବିରଲ ଆଚାର୍ଯ୍ୟଙ୍କୁ ମଧ୍ୟ ପଦୋନ୍ନତି ମିଳିଥିଲା ଏବଂ ସେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *