୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବଣ୍ଟାଯାଇଥିବା ନକଲି ମଦ ପିଇ ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଥିଲେ। ସେତେବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ ବିରୋଧୀମାନେ ମଧ୍ୟ ଏହାକୁ ଇସ୍ୟୁ କରି ତୁମ୍ବିତୋଫାନ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏବେ ମଦମୃତ୍ୟୁ ସଂଖ୍ୟାକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲାପାଳଙ୍କ କଥାରେ ତାଳମେଳ ନ ଥିବା ଚର୍ଚ୍ଚାକୁ ଆସିଛି। ଜିଲା ପ୍ରଶାସନ ୫ ଜଣଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମୃତ୍ୟୁ ସଂଖ୍ୟା ୮ ଦର୍ଶାଉଛନ୍ତି। ଭଦ୍ରକ ଓ କଟକରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ଅନୁଯାୟୀ ମୃତ୍ୟୁ ସଂଖ୍ୟା ୧୦ ବୋଲି କୁହାଯାଉଛି। ଏହାମଧ୍ୟରେ ତିହିଡି ଥାନା ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ମଦ ବ୍ୟବସାୟୀ ଓ ସହଯୋଗୀଙ୍କୁ ଗିରଫ କରିଛି। କିନ୍ତୁ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏକ ନିର୍ଦ୍ଦିଷ୍ଟ ଦଳର ସହଯୋଗୀଙ୍କୁ ଏଯାଏ ଧରାଯାଇ ନାହିଁ। ମଦମୃତ୍ୟୁ ଘଟଣା ପରେ ଫନୀ ବାତ୍ୟା ହେବାର ସୁଯୋଗ ନେଇ ପୋଲିସ ପ୍ରକୃତ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି।
ମଦମୃତ୍ୟୁ ଘଟଣା ପଦାକୁ ଆସିବା ପରେ ବିରୋଧୀ ଭାଜପାର ନେତାମାନେ ଭଦ୍ରକ ଜିଲା ଗସ୍ତରେ ଆସି ଶାସକ ଦଳକୁ ଟାର୍ଗେଟ୍‌ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ସେତେବେଳେ ଅବକାରୀ କମିଶନଙ୍କ ପକ୍ଷରୁ ଘଟଣାର ତଦନ୍ତ ନିଦ୍ଦେର୍ଶ ଦିଆଯାଇଥିଲା। ଏହାମଧ୍ୟରେ ୧୯ ଦିନ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଅବକାରୀ ବିଭାଗ ବିଷାକ୍ତ ମଦ ପିଇ କେତେଜଣ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏବଂ ଜିଲା ଚିକିତ୍ସାଧିକାରୀ(ସିଡିଏମ୍‌ଓ) ବାରିଶ ଦାସ ଦେଉଥିବା ତଥ୍ୟ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ମୃତ ଓ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖି ନ ଥିବାବେଳେ ସେମାନଙ୍କ ପାଖରେ କୌଣସି ସହାୟତା ପହଞ୍ଚିପାରି ନାହିଁ। ଗତ ୧୪ ତାରିଖରେ ଭାଜପା ପକ୍ଷରୁ ମଦମୃତ୍ୟୁ ତଦନ୍ତ କାର୍ଯ୍ୟରେ ଅବହେଳା କରାଯାଉଥିବା ଦର୍ଶାଇ ପୀରହାଟଠାରେ ଗଣଧାରଣା, ପ୍ରତିବାଦ ସଭା କରାଯାଇଥିଲା। ପୀରହାଟ ଅଞ୍ଚଳରେ ମଦବେପାରୀଙ୍କ ସହ ପୋଲିସ ଓ ଅବକାରୀ ବିଭାଗ କର୍ମକର୍ତ୍ତା ହାତ ମିଳାଇଥିବାରୁ ଏହି ଅଞ୍ଚଳରେ ଖୋଲାଖୋଲି ମଦ ବ୍ୟବସାୟ ଚାଲିଥିବା ଉକ୍ତ ସଭାରେ ଅଭିଯୋଗ କରାଯାଇଥିଲା। ୨୦୧୭ରେ ଏହି ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ରୁ ଅଧିକ ଅସୁସ୍ଥ ହୋଇଥିଲେ। ଏହାସତ୍ତ୍ୱେ ପ୍ରଶାସନ ଚେତି ନ ଥିଲା। ଏହାର ଫଳସ୍ବରୁପ ଗତ ଏପ୍ରିଲ ୩୦ ତାରିଖରେ ତିହିଡ଼ି ଓ ଚାନ୍ଦବାଲିରେ ମଦମୃତ୍ୟୁର ବିଭୀଷିକା ଘଟିଲା ବୋଲି ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିଛନ୍ତି। ଉଭୟ ପ୍ରଶାସନ ଓ ଅବକାରୀ ବିଭାଗ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ରାଶି ପ୍ରଦାନ ନ କରିବା ସମସ୍ତଙ୍କୁ ଚକିତ କରିଛି। ଏ ସମ୍ପର୍କରେ ଜିଲାପାଳ ଦାସଙ୍କୁ ପଚାରିବାରୁ କହିଛନ୍ତି, ମଦର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ମୃତ ବ୍ୟକ୍ତିଙ୍କ ଭିଶାରା ରିପୋର୍ଟ ଆସିବା ପରେ ପ୍ରକୃତ ମଦମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେଲେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


All Right Reserved By

୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି।...

୩ ଦିନ ପରେ ଗଣତି, ବଢୁଛି ଉତ୍କଣ୍ଠା

ବାଲେଶ୍ୱର ଅଫିସ, ୧୯।୫-ଭୋଟ ଗଣତି ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେମାନେ ଆଶା, ଆଶଙ୍କାରେ ରହି...

ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିବା ଦୁଇ ନାବାଳକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଆନନ୍ଦପୁର,୪। ୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ଦୁଇ ନାବାଳକ ଜଣେ ଏକ ଦାମୀ...

ଆରମ୍ଭ ହେଲା ରଜ ଉତ୍ସବ

ଆନନ୍ଦପୁର,୧୩ା୬(ସ୍ବ.ପ୍ର): ଘଷିପୁରା ଆଦର୍ଶ ସେବାସଂଘ ଆନୁକୂଲ୍ୟରେ ଆୟୋଜିତ  ରଜ ଉତ୍ସବ ଗ୍ୟାରେଜ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ...

ବାଲିଖାଦାନରେ ବଟି ଆଦାୟ ନେଇ ଗଣ୍ଡଗୋଳ : ଖଣ୍ଡା, ପ୍ଲାଷ୍ଟିକ ବନ୍ଧୁକ ଜବତ, ୩ ଗିରଫ

ବାଲେଶ୍ୱର ଅଫିସ, ୨୫।୫: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଦହପଡ଼ା ପଞ୍ଚାୟତର କଣ୍ଟାବଣିଆ ବାଲିଖାଦାନରେ ଦାଦା ବଟି ଆଦାୟକୁ ନେଇ ଗଣ୍ଡଗୋଳ ହୋଇଛି। ଏନେଇ...

ବୃତ୍ତି ପରୀକ୍ଷା ପାଇଁ ୪ ଛାତ୍ର ମନୋନୀତ

ହାଟଡ଼ିହୀ,୮।୬(ଡି.ଏନ୍‌.ଏ.): ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ୪ ଜଣ ଛାତ୍ର ବୃତ୍ତି ପରୀକ୍ଷା...

ବକେୟା ଟଙ୍କା ମାଗିବାରୁ ଆକ୍ରମଣ: ୯ ଜଣଙ୍କ ନଁ।ରେ ଥାନାରେ ମାମଲା

ଭଦ୍ରକ ଅଫିସ, ୧୯।୬: ବାହାଘରର ଫୁଲସଜ୍ଜା ବକେୟା ଟଙ୍କା ମାଗିବାରୁ ଦୋକାନୀ ସମେତ ୨ ସହଯୋଗୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ...

ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ:ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୮।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି।...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *