Posted inଖେଳ

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ଅବସର ନେଇସାରିଥିବା ଅଲ୍‌ରାଉଣ୍ଡର ଡ୍ବେନ୍‌ ବ୍ରାଭୋଙ୍କ ସହ କିରନ ପୋଲାର୍ଡ ସ୍ଥାନ ପାଇଛନ୍ତି। ବ୍ରାଭୋ ଗତବର୍ଷ ଅକ୍ଟୋବରରେ ଅବସର ନେଇସାରିଥିବାବେଳେ ପୋଲାର୍ଡ ଶେଷଥର ପାଇଁ ୨୦୧୬ ଅକ୍ଟୋବରରେ ଦିନିକିଆ କ୍ରିକେଟରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଷ୍ଟାର୍‌ ଅଲ୍‌ରାଉଣ୍ଡର ବ୍ରାଭୋ ମଧ୍ୟ ୨୦୧୪ ଅକ୍ଟୋବରରେ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ୨୦୧୬ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ଅନୁଷ୍ଠିତ ଟି୨୦ ଜାତୀୟ ଦଳ ପକ୍ଷରୁ ତାଙ୍କର ଅନ୍ତିମ ମ୍ୟାଚ୍‌ ଥିଲା। ବୋର୍ଡ ସହିତ ପାଉଣା ବିବାଦକୁ ନେଇ ମତାନ୍ତର ହେବାରୁ ୨୦୧୪ରେ ବ୍ରାଭୋଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତ ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲା। ସେବେଠାରୁ ଜାତୀୟ କ୍ରିକେଟ୍‌ ବୋର୍ଡ ଓ ବ୍ରାଭୋଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା।
ପୋଲାର୍ଡ ୨୦୧୬ରେ ପାକିସ୍ତାନ ବିପକ୍ଷରେ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ଗତବର୍ଷ ନଭେମ୍ବରରେ ଭାରତ ବିପକ୍ଷ ଟି୨୦ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ବିଶ୍ୱକପ୍‌ ଲାଗି ଘୋଷିତ ରିଜର୍ଭ ଖେଳାଳି ଲିଷ୍ଟରେ ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ଆମ୍ବ୍ରିସ, ଜନ୍‌ କ୍ୟାମ୍ପ୍‌ବେଲ, ଜୋନାଥନ କାର୍ଟର, ରୋଷ୍ଟନ ଚେଜ୍‌, ଶେନ୍‌ ଡାର୍‌ଓ୍ବିଚ, କେମୋ ପଲ୍‌, ଖାରୀ ପିୟର ଓ ରୟମନ ରେଇଫର୍‌ ସ୍ଥାନ ପାଇଛନ୍ତି। ‘ବିଶ୍ୱକପ୍‌ ମଝିରେ ଯଦି ଖେଳାଳି ବଦଳ ଆବଶ୍ୟକ ହୁଏ, ତେବେ ଏମାନଙ୍କ ମଧ୍ୟରୁ ଚୟନ କରାଯିବ’ ବୋଲି ସିଡବ୍ଲ୍ୟୁଆଇ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ରବର୍ଟ ହେନ୍ସ କହିଛନ୍ତି। ଇଂଲଣ୍ଡର ସାଉଥ୍‌ହମ୍ପଟନ୍‌ଠାରେ ରବିବାରଠାରୁ ଓ୍ବେଷ୍ଟଇଣ୍ଡିଜ ଏହାର ପ୍ରସ୍ତୁତି କ୍ୟାମ୍ପ୍‌ ଆରମ୍ଭ କରିଛି। ଆସନ୍ତା ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ମେ ୩୧ରେ ପାକିସ୍ତାନ ବିପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।


All Right Reserved By

Posted inଖେଳ

ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅ ବିଶ୍ୱକପରେ ରଚିଲେ ଇତିହାସ

ଚେଷ୍ଟର-ଲି- ଷ୍ଟିଟ, ୪।୭:ଚଳିତ ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ଇନଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧାଓ୍ବନ; ଦଳରେ ପନ୍ତ ସାମିଲ

ସାଉଥାମ୍ପ୍‌ଟନ,୨୦।୬(ପି.ଟି.)- ଭାରତୀୟ ତାରକା ଓପ୍‌ନର ଶିଖର ଧାଓ୍ବନ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ୩ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଥିଲେ। ତେବେ...

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ହେଲେ କ୍ଷତି ହେବ ୧୩୭ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୬: ହଠାତ୍‌ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ୪ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି...

ଅଭିନବ ଉପାୟରେ ବିଶ୍ୱକପ୍‌ ଶୁଭେଚ୍ଛା ଜଣାଇଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ପ୍ରବଳ ସମର୍ଥନ ମିଳୁଛି। ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ଠାରୁ ଆରମ୍ଭ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌...

ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା: ଇଞ୍ଜୁରି କାରଣରୁ ୩ ମ୍ୟାଚ୍‌ ଖେଳିପାରିବେନି ଧାଓ୍ବନ

ନଟିଂହାମ,୧୩।୬(ପି.ଟି.)- ଭାରତର ବିଶ୍ୱକପ୍‌ ଅଭିଯାନକୁ ଜୋରଦାର୍‌ ଝଟ୍‌କା ଲାଗିଛି। ବାମହାତ ବୁଢ଼ା ଅଙ୍ଗୁଳି ଭାଙ୍ଗିଯିବା କାରଣରୁ ଇନ୍‌ଫର୍ମ ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଗାମୀ...

ଅଷ୍ଟ୍ରେଲିଆର ଦ୍ୱିତୀୟ ବିଜୟ

ନଟିଂହାମ୍‌, ୭ା୬ (ପି.ଟି.)-ଷ୍ଟିଭ୍‌ ସ୍ମିଥ୍‌ ଓ ନାଥାନ କୁଲ୍‌ଟର ନାଇଲଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ମ୍ୟାଚରେ ଗତଥରର...

ଜେଣ୍ଡାନାଙ୍କ ଡବଲରେ ଜାପାନ ବିଜୟୀ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଶୁକ୍ରବାର ଏସୀୟ ଚାମ୍ପିୟନ ଜାପାନ ବିଜୟ ସହ ଅଭିଯାନ ଆରମ୍ଭ କରିଛି।...

ଫିଫା ମହିଳା ବିଶ୍ୱକପ୍‌ବ୍ରାଜିଲ ବିଜୟରେ ମାର୍ଟାଙ୍କ ବିଶ୍ୱ ରେକର୍ଡ

ଭାଲେନସିନେସ୍‌ (ଫ୍ରାନ୍ସ), ୧୯।୬(ଏଏଫ୍‌ପି): ଏଠାରେ ଚାଲିଥିବା ଫିଫା ମହିଳା ବିଶ୍ୱକପ୍‌ର ୭ମ ସଂସ୍କରଣରେ ବ୍ରାଜିଲ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍‌-ସି’ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *