ଶ୍ରୀମନ୍ଦିର କ୍ଷୟକ୍ଷତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ:ରଥଯାତ୍ରା ସୁଦ୍ଧା ଫେରିବ ସ୍ବାଭାବିକ ଅବସ୍ଥା

ପୁରୀ ଅଫିସ, ୧୯ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସ୍ଥାନୀୟ ଦଳୀୟ ନେତୃବୃନ୍ଦଙ୍କ ସହ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ସେବକ ମଧୁସୂଦନ ସିଂହାରୀ ପ୍ରମୁଖ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିସର ବୁଲିଥିଲେ। ଦେବୀଦେବଙ୍କୁ ଦର୍ଶନ କରିସାରିବା ପରେ ଶ୍ରୀମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏଏସ୍‌ଆଇ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ ମରାମତି କେମିତି ଚାଲିଛି ତାହା ବୁଝିଥିଲେ।
ପ୍ରାୟ ଦେଢ ଘଣ୍ଟା ମନ୍ଦିରରେ ବିତାଇବା ପରେ ବାହାରକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ ଯେ, ବାତ୍ୟାରେ ପୁରୀ ଅଞ୍ଚଳରେ ଅପୂରଣୀୟ କ୍ଷତି ହୋଇଛି। କିନ୍ତୁ ବାତ୍ୟା ଯେଉଁଭଳି ରୂପ ଧାରଣ କରିଥିଲା ସେଥିରେ ଯେତିକି କ୍ଷତି ହେବା କଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେପରି କିଛି ହୋଇନି। ତଥାପି ଅନେକ କ୍ଷୟକ୍ଷତି ହୋଇଛି। ଜନଜୀବନ, ପ୍ରାଣୀ ସମ୍ପଦ ସହିତ ଗରିବ ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ବି ଅନେକ କ୍ଷତି ଘଟିଛି। କଳ୍ପବଟ ବି ବାତ୍ୟାର ଶିକାର ହୋଇଛି। ବର୍ତ୍ତମାନ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଥିବା ବେଳେ ଅନେକ କାମ ବାକି ରହିଛି। ଟେଲିଫୋନ, ବିଜୁଳି, ପିଇବା ପାଣି ସ୍ବାଭାବିକ ହେବାରେ ଲାଗିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ସୁଦ୍ଧା ପୁରୀର ସ୍ବାଭାବିକ ଅବସ୍ଥା ଫେରିଆସିବ ବୋଲି କହିଥିଲେ ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ଶ୍ରୀମନ୍ଦିର କ୍ଷୟକ୍ଷତି ନେଇ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି। ପୂର୍ବରୁ ଏଏସ୍‌ଆଇ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ଏଏସ୍‌ଆଇ ଯୁଦ୍ଧକାଳୀନଭିତ୍ତିରେ କାମ ଆରମ୍ଭ କରିଦେଇଛି। ଖୁବ୍‌ ଶିଘ୍ର ମନ୍ଦିରର ମରାମତି କାମ ସରିବ ବୋଲି ଏଏସ୍‌ଆଇ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର କହିଥିଲେ।


All Right Reserved By

ପ୍ରଣବ କୁମାର ଦାସ ପ୍ରମୁଖ ସିସିଆଇଟି ନିଯୁକ୍ତ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ପ୍ରିନ୍ସିପାଲ ଚିଫ୍‌ କମିଶନର ଅଫ୍‌ ଇନ୍‌କମ୍‌ ଟ୍ୟାକ୍ସ(ପିଆର. ସିସିଆଇଟି) ଭାବେ ପଦୋନ୍ନତି...

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ...

ଚାନ୍ଦପୁର ଗଡ଼ା ନିକଟରେ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ସଫାରି; ୨ ମୃତ, ୪ ଗୁରୁତର

ରାହାମା,୨୧ା୫(ଡି.ଏନ.ଏ.): କଟକ-ପାରାଦୀପ ରୋଡ୍‌ର କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ଚାନ୍ଦପୁର ଗଡ଼ାଠାରେ ମଙ୍ଗଳବାର ଅପରାହ୍ନ ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ...

ପାଟକୁରା ପାଇଁ ପାଗଭିଡ଼ା

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ପାଟକୁରା ଆସନରେ ଏ ପର୍ଯ୍ୟନ୍ତ ଭୋଟ ହୋଇନାହିଁ। ପାଟକୁରା ବିଧାନସଭା ଆସନରୁ ବିଜେଡି...

କେନ୍ଦ୍ରାପଡ଼ାରେ ଭୋଟ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୨୩ା୫ : କେନ୍ଦ୍ରାପଡ଼ା ଲୋକସଭା ଓ ଏହାର ୪ଟି ବିଧାନସଭା (କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା) ନିର୍ବାଚନମଣ୍ଡଳୀର ଭୋଟ ଗଣତି ଗୁରୁବାର ସକାଳ...

କାଳବୈଶାଖୀ: କଟକ ଜଳାର୍ଣ୍ଣବ

କଟକ ଅଫିସ, ୬ା୬: କଟକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଗଞ୍ଜାମ ଜିଲାରେ ପାସହାର ୭୨ %

ବ୍ରହ୍ମପୁର ଅଫିସ,୨୧ା୫: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲାରେ ପାସ ହାର ୭୧.୮୫% ରହିଛି। ଜିଲାରେ ମୋଟ ୪୮ ହଜାର...

ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ହୋଇଥିବା ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *