Posted inଜାତୀୟ

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ ୪ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗୋରଖପୁର ଜିଲାର ମାଧୋପୁର ପ୍ରାଥମିକ ବିଦ୍ୟାଳୟର ବୁଥ୍‌ ନଂ ୩୮୧ରେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ଜଣେ ପୋଲିଂ କର୍ମଚାରୀଙ୍କୁ ହୃତଘାତ ହୋଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କୁପଓ୍ବାରେ ୨୧୩ନଂ ବୁଥରେ ମଧ୍ୟ ଜଣେ ପୋଲି କର୍ମାଚରୀଙ୍କ ହୃତଘାତରେ ପରଲୋକ ଘଟିଛି। ମଧ୍ୟ ପ୍ରଦେଶର ଧାର ଲୋକ ସଭା ଆସନର ଜଲଓ୍ବତ ପୋଲିଂ ବୁଥ୍‌ରେ ନିୟୋଜିତ ଥିବା ଗୁରୁ ସିଂ ଚୋଗଡ ନାମକ ଜଣେ କର୍ମଚାରୀଙ୍କୁ ରବିବାର ସକାଳୁ ମୃତ୍ୟୁ ହୋଇଥିଲା। ସେହିପରି ଦେବାସ ଲୋଭ ସଭା ଆସନ ପାଇଁ ନିର୍ବାଚନ ହେଉଥିବାବେଳେ ଜଣେ ପୋଲିଂ କର୍ମାଚରୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୩ଟି ଏବଂ ମଧ୍ୟ ପ୍ରଦେଶର ୮ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଚାଲିଛି।


All Right Reserved By

ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ‘ଫନୀ’

ନୂଆଦିଲ୍ଲୀ,୨୯।୪: ଆଇଏମ୍‌ଡିର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ଫନୀ’ ଅଧିକ ଘନିଭୁତ ହୋଇ ୩୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ। ମେ ୧ ସୁଦ୍ଧା ଏହା...

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଏତିକିବେଳେ କିନ୍ତୁ ସହାୟତାର ହାତ ବଢାଇଛି...

୨୦୨୦ ନଭେମ୍ବରରେ ରାଜ୍ୟ ସଭାରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ସମ୍ଭାବନା

ନୂଆଦିଲ୍ଲୀ,୨୮।୫: ଦେଶର ୧୭ତମ ଲୋକ ସଭାରେ ଭାଜପା ନେତୃତ୍ୱାଧୀନ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟ ସଭାରେ ଏବେ ଏନ୍‌ଡିଏର ୧୦୨ ସଦସ୍ୟ...

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ...

ନାଥୁରାମଙ୍କୁ ଦେଶଭକ୍ତ କହିବା ଘଟଣା: ପ୍ରିୟଙ୍କା କହିଲେ ‘ହେ ରାମ୍‌’

ନୂଆଦିଲ୍ଲୀ, ୧୭।୫: ମାଲେଗାଁଓ ବିସ୍ଫୋରଣରେ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନର ଭାଜପା ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ...

ମା’ଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସୁଷମାଙ୍କୁ ଗୁହାରି କଲେ ଝିଅ

ହାଇଦ୍ରାବାଦ,୩୦।୪: ହାଇଦ୍ରାବାଦରେ ସାହିଦା ବେଗମଙ୍କ ଝିଅ ସୈୟଦା ଫାତିମା ନିଜ ମା’ଙ୍କୁ  ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ...

ପ୍ରିୟଙ୍କାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି

ନୂଆଦିଲ୍ଲୀ,୧୩ା୬: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଲାଗି କର୍ମୀମାନେ ଦାବି...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୪।୬: ମେ ୨୭ରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୬୦ରୁ ୩୩୭...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *