Posted inଖେଳ

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୯।୫- ଭାରତୀୟ ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସ୍ବୀକାର କରିଛନ୍ତି। ଘରୋଇ ସହର ଯାଜପୁରର ଜଣେ ଝିଅଙ୍କ ସହ ତାଙ୍କର ଗତ ୩ ବର୍ଷ ହେବ ସମ୍ପର୍କ ରହିଛି ବୋଲି ୨୩ ବର୍ଷୀୟ ଭାରତର ଏହି ଦ୍ରୁତତମ ମହିଳା ଆଥଲେଟ କହିଛନ୍ତି। ସେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍‌ ଭାବେ ସମଲିଙ୍ଗୀ ସମ୍ପର୍କରେ ରହିଥିବା କଥା ସ୍ବୀକାର କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ପ୍ରଥମେ ଏହି ସମ୍ପର୍କକୁ ଦୀର୍ଘ ସମୟଧରି ଆଗକୁ ଚାଲୁ ରଖିବାକୁ ଏହି ଯୋଡି ଚିନ୍ତା କରି ନ ଥିଲେ। ତେବେ ୨୦୧୮ ସେପ୍ଟେମ୍ବର ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ସମଲିଙ୍ଗୀ ସମ୍ପର୍କରେ ଐତିହାସିକ ରାୟ ଦେବା ପରେ ଏହି ଯୋଡ଼ି ସାଥୀ ହୋଇ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟଙ୍କ ରୁଲିଙ୍ଗ୍‌ ସେକସନ ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କରେ କୌଣସି କ୍ଷତି ନାହିଁ କୁହାଯାଇଛି। ତେଣୁ ଆମେ ଦୁଇଜଣ ବିବାହ କରି ଏକ ଛୋଟ ପରିବାର ସହ ଜୀବନ ଅତିବାହିତ କରିବୁ ବୋଲି ଦୂତୀ କହିଛନ୍ତି। ମୋ ସାଥୀ ହେଉଛନ୍ତି ମୋ ନିଜ ସହରର। ସେ ମଧ୍ୟ ଜଣେ ବଡ଼ କ୍ରୀଡ଼ା ପ୍ରଶଂସକ। ମୋ ସଂଘର୍ଷ ଓ ସଫଳତାର କାହାଣୀରେ ସେ ପ୍ରଭାବିତ ପ୍ରେରଣା ପାଇଛନ୍ତି ଓ ଏହା ପରେ ଆମେ ଦୁହେଁ ନିକଟତର ହୋଇଥିଲୁ ବୋଲି ଦୂତୀ କହିଛନ୍ତି। ତେବେ ନିଜ ପାର୍ଟନର ବା ସାଥୀଙ୍କ ନାମ କହିବାକୁ ଦୂତୀ ମନା କରିଦେଇଛନ୍ତି। ସେ ନିଜେ ଚାହିଁଲେ ତାଙ୍କ ନାମ ସମସ୍ତଙ୍କୁ କହିପାରିବେ। ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ଓ ଏ ନେଇ ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ଦୂତୀ କହିଛନ୍ତି।
ଯେଉଁ ଭଳି ଚାହୁଁଛୁ, ଆମେ ସେହିଭଳି ବଞ୍ଚିବାକୁ ପ୍ରୟାସ କରିବୁ। ଆମେ କୌଣସି ଅପରାଧ କରିନାହୁଁ। ନିଜ ଇଚ୍ଛା ଅନୁସାରେ ଆମେ ସ୍ବାଧୀନ ଭାବେ ବଞ୍ଚିବାକୁ ଚାହୁଁ। ଦେଶ ପାଇଁ ଖେଳୁଥିବାରୁ ମୁଁ ସମସ୍ତଙ୍କ ନଜରରେ ରହିଛି। ଖେଳ ଛାଡିବା ପରେ ମୋ ପାଖରେ ବହୁତ ସମୟ ରହିବ ଓ ସାରା ଜୀବନ ମୋତେ ବଞ୍ଚିବାକୁ ପଡିବ। ଗତ ଦୁଇ ବର୍ଷ ହେବ ମୋର ସାଥୀ ମୋତେ ସମର୍ଥନ କରିଆସୁଛନ୍ତି। ବଡ଼ବଡ଼ ଇଭେଣ୍ଟରେ ଭାଗ ନେବା ଅବସରରେ ସେ ମୋ ସହିତ ଆସି ନ ଥାନ୍ତି। ତେବେ ଖେଳୁଥିବା ବେଳେ ଦୂରରେ ଥାଇ ସେ ମୋ ପାଇଁ ପ୍ରାର୍ଥନା କରିଥାନ୍ତି। ଆମେ ଏପର୍ଯ୍ୟନ୍ତ ଅଧିକ ସମୟ ସାଥୀ ହୋଇ ବିତାଇନାହୁଁ। ସେ ମୋତେ ସବୁବେଳେ ସମର୍ଥନ ଜଣାଇ ଆସିଛନ୍ତି।
ତେବେ ଏ ସମ୍ପର୍କରେ ମୁଁ ମାତାପିତାଙ୍କୁ କିଛ ଜଣାଇନାହିଁ ବୋଲି ଦୂତୀ ସ୍ପଷ୍ଟ କରିଛନ୍ତି। ଘରେ ଆମ ସମ୍ପର୍କକୁ ସମସ୍ତେ ଗ୍ରହଣ କରିବେ ବୋଲି ଦୂତୀ ଆଶା ପ୍ରକାଶ କରିଛନ୍ତି। ଯାଜପୁରର ଚକ ଗୋପାଳପୁର ଗ୍ରାମରେ ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଦୂତୀଙ୍କୁ ଜଣେ ଆଥଲେଟ ହିସାବରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆଥଲେଟ ହିସାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ସେ ରାଜ୍ୟ ତଥା ଦେଶକୁ ଆନ୍ତର୍ଜାତିକସ୍ତରରେ ଗୌରବାନ୍ବିତ କରିଛନ୍ତି। ଗତ ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେ ୧୦୦ ଓ ୨୦୦ ମିଟର ଦୌଡ଼ରେ ଏହି ସଫଳତା ପାଇଥିଲେ। ଦୀର୍ଘ ୩୨ ବର୍ଷ ପରେ ସେ ପ୍ରଥମ ଭାରତୀୟ ଭାବେ ଏସିଆଡ୍‌ରେ ୧୦୦ମି ଦୌଡ଼ରେ ରୌପ ପଦକ ଜିତିଥିଲେ। ସେହି ପରି ୧୬ ବର୍ଷ ପରେ ସେ ଦେଶ ପାଇଁ ଏହି ରୌପ୍ୟ ପଦକ ହାସଲ କରିଥିଲେ। ଏବେ ଦୂତୀ ହାଇଦ୍ରାବାଦରେ ରହି ପ୍ରଶିକ୍ଷଣ ଜାରି ରଖିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ସେ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଦେହରେ ଅତ୍ୟଧିକ ପୁରୁଷ ହର୍‌ମୋନ ହାଇପର ଆଣ୍ଡ୍ରୋଜେନିଜମ୍‌ କାରଣରୁ ସେ ପ୍ରଥମେ ଇଣ୍ଟନ୍ୟାସନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ଦ୍ୱାରା ବାସନ୍ଦ ହୋଇଥିଲେ। ସେ କୋର୍ଟ ଅଫ ଅର୍ବିଟ୍ରେଶସନ ଅଫ୍‌ ସ୍ପୋଟର୍‌ସ (କାସ୍‌)ରେ ଆବେଦନ କରି ବିଜୟୀ ହେବା ସହ କ୍ରୀଡ଼ାକୁ ପୁଣି ପ୍ରତ୍ୟାବର୍ତ୍ତନ ସଫଳତା ହାସଲ କରିଥିଲେ।


All Right Reserved By

Posted inଖେଳ

କର ବା ମର ସ୍ଥିତିରେ ବାଙ୍ଗାଲୋର

କୋଲକାତା,୧୯।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୫ତମ ମୁକାବିଲାରେ ଶୁକ୍ରବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ...

୨୦୧୧ରେ କ୍ରିକେଟ ପଡ଼ିଆରେ ଘଟିଥିଲା ଏମିତି ଘଟଣା : ଯାହା ଦେଖି ଡରି ଯାଇଥିଲେ ଦର୍ଶକ

କାର୍ଲିଫର୍ନିଆ: ଆସନ୍ତା ୩୦ ତାରିଖରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୧୯। ବିଶ୍ୱକପ୍‌କୁ ନେଇ ସମସ୍ତ କ୍ରିକେଟପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି। ଖାସ୍‌ ଏଥିପାଇଁ କ୍ରିକେଟ ସହିତ...

ଫିଫା ସଭାପତି ଇନ୍‌ଫାଣ୍ଟିନୋଙ୍କ ଦ୍ୱିତୀୟ ଇନିଂସ

ପ୍ୟାରିସ୍‌, ୫।୬(ପିଟି)- ଜିଆନ୍ନି ଇନ୍‌ଫାଣ୍ଟିନୋ ବୁଧବାର ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ସଭାପତି ଭାବେ ଦ୍ୱତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଏଠାରେ ଅନୁଷ୍ଠିତ ଫିଫା...

ପଏଣ୍ଟ ଭାଗ କଲେ ଶ୍ରୀଲଙ୍କା- ବାଂଲାଦେଶ: ବର୍ଷାଯୋଗୁ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ,୧୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦ୍ୱିତୀୟଥର ପାଇଁ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ...

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର...

ଫିଟ୍‌ ହେବେ ନୀରଜ

ନୂଆଦିଲ୍ଲୀ,୧୭।୫(ପିଟି)- ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା କହୁଣି ଅସ୍ତ୍ରୋପଚାରରୁ ବିନା ଅସୁବିଧାରେ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିବେ। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ ସମେତ ଚଳିତ...

ଅବସର ପରେ ଚିତ୍ରକର ହେବେ ଧୋନୀ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)- ଜଣେ ଚିତ୍ରକର ହେବାଲାଗି ମହେନ୍ଦ୍ର ସିଂ ଧୋନୀ ପିଲାଦିନେ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ସାକାର କରିବେ। କ୍ରିକେଟ ଛାଡ଼ିବା ପରେ...

ଓ୍ବେଷ୍ଟଇଣ୍ଡିଜ୍‌ର ବିପଜ୍ଜନକ ଖେଳ ନେଇ ଫିଞ୍ଚ୍‌ ଚିନ୍ତିତ

ନଟିଂହାମ, ୬।୬ (ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *