Posted inଜାତୀୟ

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି ସେହି ଉତ୍ସାହ ଦେଖିବାକୁ ମିଳିଥିଲା ୧୦୩ ବର୍ଷୀୟ ଭୋଟର ଶ୍ୟାମ ସରନ ନେଗିଙ୍କ ନିକଟରେ। ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ରବିବାର ଅନୁଷ୍ଠିତ ହୋଇଥିବା ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନରେ ନେଗି ନିଜର ମତ ସାବ୍ୟସ୍ତ କରିଛନ୍ତି। ହିମାଚଳ ପ୍ରଦେଶର କଳ୍ପା ଗାଁର ବାସିନ୍ଦା ହେଉଛନ୍ତି ନେଗି। ଏହା ତାଙ୍କର ୩୨ ତମ ମତଦାନ। ଏହି ଶତାୟୁଙ୍କ ଭୋଟଦାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଡାକ୍ତରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ରବିବାର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟର ମତଦାନ ଚାଲିଥିବା ବେଳେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୩ ତାରିଖରେ ଫଳାଫଳ ଘୋଷଣା ହେବ।


All Right Reserved By

ମୋଦିଙ୍କୁ ଭେଟିବା ପାଇଁ ସଂସଦ ବାହାରେ ଅପେକ୍ଷା କରିଥିଲେ ଏହି ୮ବର୍ଷର ଝିଅ: ଜାଣନ୍ତୁ କାହିଁକି?

ଚେନ୍ନାଇ, ୨୩।୬: ଗ୍ଲୋବାଲ ଓ୍ବାର୍ମିଂ ବା ବିଶ୍ୱତାପମାନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗ୍ଲୋବାଲ ଓ୍ବାର୍ମିଂରୁ ଦେଶକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ୮...

କ୍ଷମା ମାଗିଲେ ସ୍ବାଧୀ ପ୍ରଜ୍ଞା: ମଉନ ବ୍ରତ ରଖି ତ୍ରୁଟି ସୁଧାରିବେ

ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା...

ଭାଜପାରେ ଯୋଗ ଦେବାର ଯୋଜନା ନାହିଁ: ଅଳ୍ପେଶ ଠାକୁର

ଅହମ୍ମଦାବାଦ,୨୮।୫: ଗୁଜରାଟ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। ହେଲେ...

ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ: ପରମେଶ୍ୱର

ବେଙ୍ଗାଲୁରୁ,୮।୭: କର୍ନାଟକରେ ଜେଡିଏସ୍‌ ଓ କଂଗ୍ରେସର ୧୪ ବିଧାୟକ ଇସ୍ତଫା ଦେବା ପରେ ଏବେ ଘୋର ସଙ୍କଟରେ କର୍ନାଟକ ସରକାର। ତେବେ ସରକାରଙ୍କୁ ବଞ୍ଚାଇବାକୁ ଦରକାର...

ପ୍ରାଇମେରୀ ସ୍କୁଲରେ ଯୋଗୀ ବାଣ୍ଟିବେ ଖଦି ପୋଷାକ

ଲକ୍ଷ୍ନୌ, ୨୦।୬: ଖଦିର ବିକାଶ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରାଇମେରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଖଦି...

ପରିବାର ଲୋକ ଶୁଦ୍ଧିକ୍ରିୟା ସାରିବାର କିଛି ସମୟ ପୂର୍ବରୁ ଘରେ ପହଞ୍ଚିଲେ ମୃତ ଘୋଷିତ କୃଷକ

ହାସନ,୨।୭: କର୍ନାଟକ ହାସନରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ନିଜ ପରିବାର କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ନିଜ...

କେରଳରେ ପୁଣି ୨ ନିପା ରୋଗୀ ଚିହ୍ନଟ

ଥିରୁଭାନନ୍ତପୁରମ, ୬।୬: କେରଳକୁ ପୁଣି ଫେରିଛି ନିପା ଭାଇରସ। ନିପା ଆକ୍ରାନ୍ତ ସନ୍ଦେହରେ ପୁଣି ଦୁଇଜଣ ରୋଗୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ...

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *