ହଣ୍ଡୁରାସରେ ବିମାନ ଦୁର୍ଘଟଣା : ୫ ମୃତ

ଟେଗୁସିଗାଲପା,୧୯।୫: ହଣ୍ଡୁରାସ ଦ୍ୱୀପ ନିକଟରେ ଏକ ବଡ ବିମାନ ଦୁର୍ଘଟଣା ହୋଇଛି। ଶନିବାର ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪ଜଣ କାନାଡା ଓ ଜଣେ ଆମେରିକାର ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିମାନଟି ରୋଆତରୁ ହଣ୍ଡୁରାସ ଦ୍ୱୀପ ମଧ୍ୟରେ ଥିବା ସମୁଦ୍ରରେ ପଡିଯିବାରୁ ଦୁର୍ଘଟଣା ଘଟିଥିଲା। ଛୁଟି କାଟିବାକୁ ଏଠାକୁ ଆସିଥିବା ୫ ଜଣ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ହଣ୍ଡୁରାସ ଦ୍ୱୀପରେ ଥିବା ବିମାନ ବନ୍ଦରରୁ ଉଡିବାର ମାତ୍ର କେଇ ମିନିଟ୍‌ ମଧ୍ୟରେ ବିମାନଟି ଡିକ୍ସନ କୋବ ସହର ନିକଟରେ ଥିବା ସମୁଦ୍ରରେ ପଡି ଯାଇଥିଲା।


All Right Reserved By

ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ...

ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲଣ୍ଡନ,୨୨ା୪(ପି.ଟି): ବିଶ୍ୱର ଲକ୍ଷଲକ୍ଷ ଲୋକ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ସହଜରେ ମନେରହିବା ଭଳି ପାସଓ୍ବାର୍ଡ ‘୧୨୩୪୫୬’ ଏବଂ ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ...

ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି...

ସ୍ମାର୍ଟଫୋନ୍‌ ବ୍ୟବହାର ନ କଲେ କମ୍ପାନୀ ଦେଉଛି ମାଗଣା ପିଜା

ସ୍କାରାମେଣ୍ଟୋ, ୧୫।୬: ଏବେ ପୃଥିବୀରେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିବାରେ ଲାଗିଛି। ତେବେ ଏହାଦ୍ୱାରା ପିଲାଙ୍କଠାରୁ ବୟସ୍କଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ବୋଲି କାର୍ଲିଫର୍ନିଆର ଏକ...

ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର...

ଆମେରିକା ଭିଜା: ଆବେଦନକାରୀଙ୍କୁ ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡ଼ିଆ ତଥ୍ୟ

ଓ୍ବାଶିଂଟନ,୨।୬: ଆମେରିକା ଭିଜା ବ୍ୟବସ୍ଥାରେ ଏବେ ନୂଆ ନିୟମ ସଂଯୁକ୍ତ କରାଯାଇଛି। ଏବେ ଏଥିପାଇଁ ଆବେଦନକାରୀଙ୍କୁ ସୋସିଆଲ୍‌ ମିଡ଼ିଆ ତଥ୍ୟ, ଇମେଲ୍‌ ଠିକଣା ତଥା ଫୋନ୍‌...

ମାଲଦ୍ୱୀପରେ ମୋଦି: ସର୍ବୋଚ୍ଚ ସମ୍ମାନରେ ହେବେ ସମ୍ମାନିତ

ମାଲେ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର କୋଚିରୁ ମାଲଦ୍ୱୀପ ଗସ୍ତ କରିଛନ୍ତି। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ମୋଦିଙ୍କର ଏହା...

ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ

ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *