Posted inଜାତୀୟ

ସିଦ୍ଧୁ ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି: ଅମରିନ୍ଦର

ଜଳନ୍ଧର, ୧୯।୫: ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ କୁଆଡେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ହଟାଇ ସେହି ଆସନରେ ବସିବାକୁ ଚାହୁଁଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ କ୍ୟାପ୍ଟଟେନ୍‌ ଅମରିନ୍ଦର। ରବିବାର ଲୋକଭସମା ନିର୍ବାଚନ ପାଇଁ ଭୋଟ ଦେବାକୁ ଆସିଥିବାବେଳେ ସେ କହିଛନ୍ତି, ସିଦ୍ଧୁ ଜଣେ ମହତ୍ତ୍ୱାକାଂକ୍ଷୀ ମଣିଷ। ମୁଖ୍ୟମନ୍ତ୍ରୀ ପଦ ହାସଲ ପାଇଁ ସେ ମୋତେ ଗାଦିରୁ ହଟାଇବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସ ୨୦୧୯ ଲୋକ ସଭା ନିର୍ବାଚନରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ ଟିକେଟ ନ ମିଳିବାରୁ ସେ କଂଗ୍ରେସ ବିରୋଧରେ ଖୋଲିଖୋଲି ଅଭିଯୋଗ କରିଥିଲେ। ଏହାକୁ ସମର୍ଥନ ଦେଇଥିଲେ ସିଦ୍ଧୁ। ଏହାପରଠାରୁ ଅମରିନ୍ଦର ଏବଂ ସିଦ୍ଧୁଙ୍କ ଭିତରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।


All Right Reserved By

ଜୁନ୍‌ ୯ରେ ତିରୁପତି ଗସ୍ତ କରିବେ ମୋଦି

ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା...

ଦ୍ୱିତୀୟ ଥର ମୋଦି ସରକାର:ଶପଥ ନେଲେ ୨୪ କ୍ୟାବିନେଟ, ୯ ସ୍ବାଧୀନ, ୨୪ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବିପୁଳ ବିଜୟ ପରେ ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ...

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ...

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ...

ଆଲିଗଡ ବଳାତ୍କାର ଘଟଣାକୁ ‘ଭୟାନକ’ କହିଲେ ରାହୁଲ

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାକୁ ‘ଭୟାନକ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।...

ମୁର୍ଶିଦାବାଦରେ ୧୭.୫୪ ପ୍ରତିଶତ ଭୋଟିଂ: ମତଦାନ କେନ୍ଦ୍ରରେ ଉତ୍ତେଜନା, ୩ ଟିଏମ୍‌ସି କର୍ମକର୍ତ୍ତା ଆହତ

ମୁର୍ଶିଦାବାଦ,୨୩।୪:  ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳୁ ମତଦାତାମାନେ ବହୁ ଉତ୍ସାହର ସହ ଭୋଟଦାନ କରିଥିବା ବେଳେ ୧୧ ଆଶାୟୀ ପ୍ରାର୍ଥୀଙ୍କ...

ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୧୫।୫: ଝାଡ଼ଖଣ୍ଡରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି। ସ୍ଥାନୀୟ ରାଜପୁର ଥାନା ଅନ୍ତର୍ଗତ ବେଙ୍ଗୋକୋଲା ପଞ୍ଚାୟତର ପଥେଲ ଗାଁର ବଘମରିଠାରେ ମାଓବାଦୀମାନେ ସଡ଼କ ନିର୍ମାଣ କାର୍ଯ୍ୟରେ...

ହଠାତ୍‌ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଗଲା ୧୧ ଜୀବନ

ଚମ୍ପାରଣ,୧୦।୬: ଝାରଖଣ୍ଡ ଚମ୍ପାରଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସାଢ଼େ ୩ଟାରେ ଏକ ଯାତ୍ରୀବାହୀ ବସ୍‌ ଟ୍ରକକୁ ଧକ୍କା ଦେଇଛି। ଫଳରେ ଏହି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *