ଚକଟା ଅଟା ଫ୍ରିଜ୍‌ରେ ରଖୁଛନ୍ତି କି? ଏଥିରେ ପ୍ରସ୍ତୁତ ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ…

ପ୍ରାୟତଃ ଅଧିକାଂଶ ମହିଳା ସମୟ ବଞ୍ଚାଇବା ପାଇଁ ସକାଳ ଓ ରାତି ପାଇଁ ଏକା ସାଥିରେ ଅଟା ଚକଟି ଦେଇଥାନ୍ତି। ଏହି ଚକଟା ଅଟାକୁ ଫ୍ରିଜ୍‌ରେ ରଖି ରୁଟି କରିଥାନ୍ତି। ହେଲେ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଫ୍ରିଜ୍‌ରେ ଥିବା ଅଟା ଚକଟାରେ ପ୍ରସ୍ତୁତ ରୁଟି ଖାଇଲେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ବୈଜ୍ଞାନିକ ମତ ଅନୁଯାୟୀ, ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିଦେବା ଭଲ। କାରଣ ଏହା ପାଣିରେ ପଡ଼ିବା ପରେ ଏଥିରେ ରାସାୟନିକ ପଦାର୍ଥ ପରିବର୍ତ୍ତନ ହୋଇଥାଏ, ଯାହା ସ୍ବାସ୍ଥ୍ୟପାଇଁ ହାନିକାରକ ହୋଇଥାଏ।

ଚକଟା ଅଟାକୁ ଫ୍ରିଜ୍‌ରେ ରଖିବା ଫଳରେ ଫିଜ୍‌ରେ ଥିବା ଜୀବାଣୁ ସେଥିରେ ପ୍ରବେଶ କରି ତାହାକୁ ଖରାପ କରିଥାଏ। ଏଥିରେ ପ୍ରସ୍ତୁତ ରୁଟି ଖାଇଲେ ନାନା ପ୍ରକାର ରୋଗ ହୋଇଥାଏ।

ଫିଜ୍‌ରେ ଥିବା ଚକଟା ଅଟାରୁ ତିଆରି ରୁଟି ଖାଇବା ଅନୁଚିତ ବୋଲି ଆୟୁର୍ବେଦରେ ମତ ପ୍ରକାଶ ପାଇଛି। ଏହାର ସ୍ବାଦ ତାଜା ଅଟାର ରୁଟିପରି ହୋଇ ନ ଥାଏ।
ଏହି ରୁଟି ଖାଉଥିବା ଲୋକଙ୍କଠାରେ ସର୍ବଦା ଗ୍ୟାସ ସମସ୍ୟା ଦେଖାଯାଇଥାଏ।


All Right Reserved By

ଗର୍ଭାବସ୍ଥାରେ ପିଉଛନ୍ତି କି ମୃଦୁପାନୀୟ? ପଡ଼ିପାରନ୍ତି ଏହି ସମସ୍ୟାରେ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ପେଟରେ ବଢ଼ୁଥିବା ଶିଶୁ ଉପରେ ପଡ଼ିବ। ଅନେକ...

ଏହିସବୁ ରୋଗୀ ଖାଆନ୍ତୁ ନାହିିଁ ଆମ୍ବ: ଜାଣନ୍ତୁ କ’ଣ ଉପୁଜିଥାଏ ସମସ୍ୟା

ଫଳର ରାଜା ଆମ୍ବ, ଯାହାକୁ ଖାଇବାକୁ ଅଧିକାଂଶ ଲୋକଙ୍କୁ ପସନ୍ଦ ହୋଇଥାଏ। ପୋଟାସିୟମ, କପର ଓ ଆଇରନରେ ଭରପୂର ଆମ୍ବ ଯେ ସମସ୍ତଙ୍କ ପାଇଁ ଲାଭଜନକ...

ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ହୋଇଥାଏ ଜାଣନ୍ତୁ

୧୯୯୮ରେ ମାଲେସିଆରେ ପ୍ରଥମେ ନିପା ଭାଇରସ ଦେଖାଦେଇଥିଲା। ମାଲେସିଆର ସଂଗଇ ନିପା ଗାଁର ଲୋକେ ପ୍ରଥମେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଗାଁର ନାମାନୁସାରେ...

ସୁଗାର ଫ୍ରି ଖାଦ୍ୟ ଓ ଦାନ୍ତ

ଡାଇବେଟିସ ରୋଗୀ ବିଶେଷ ଭାବରେ ଖାଦ୍ୟପେୟ ପ୍ରତି ସଚେତନ ରହିଥାଆନ୍ତି।  ସେମାନଙ୍କୁ ମିଠାଜାତୀୟ ଏବଂ କେତେକ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି...

ହାତରେ ମେହେନ୍ଦି ଲଗାଉଥିଲେ…

ହାତରେ ମେହେନ୍ଦି ଲଗାଇବାକୁ ପ୍ରତ୍ୟେକ ଯୁବତୀ ଭଲ ପାଆନ୍ତି। କିନ୍ତୁ ସମସ୍ତଙ୍କ ହାତରେ ଏହାର ରଙ୍ଗ ଗାଢ଼ ଆସେ ନାହିଁ। ଏହାର ରଙ୍ଗ ଗାଢ଼ କରିବାକୁ...

ସଂଗୀତ ଶୁଣିଲେ ଦୂର ହୋଇଥାଏ ଏହି ରୋଗ

ପ୍ରତିଦିନ ୩୦ ମିନିଟ୍‌ ସଂଗୀତ ଶୁଣିଲେ କ୍ୟାନସର ପରି ମାରାତ୍ମକ ରୋଗ ଭଲ ହୋଇଥାଏ ବୋଲି ତାଇବାନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନସର...

ଫୁସ୍‌ଫୁସ୍‌ କ୍ୟାନସର୍‌ରୁ ରକ୍ଷାକରେ ଗାଜର

ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ...

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *