Posted inଫୁରସତ

ମସଲ୍‌ ମମ୍‌ ମମଥା ସନଥକୁମାର: ମୋଟୀରୁ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ

କର୍ନାଟକ, ବାସଭପୁରର ମମଥା ସନଥକୁମାର ଦିନେ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଘର କାମ ଓ ପିଲା ସମ୍ଭାଳିବା କାମ କରୁଥିଲେ। ତାଙ୍କ ପରିବାର ଥିଲା ସମ୍ପୂର୍ଣ୍ଣଭାବେ ରକ୍ଷଣଶୀଳ। ସେଭଳି ପରିବାରର ବୋହୂ ହୋଇ ଦିନେ ସେ ବଡି ବିଲ୍ଡିଂରେ କ୍ୟାରିୟର୍‌ କରିବେ ଓ ସେଥିରେ ଚାମ୍ପିୟନ ହେବେ ବୋଲି କେହି ଭାବି ନ ଥିଲେ। ଏମିତିକି ମମଥା ବି ନୁହେଁ। ପୂର୍ବରୁ ସେ ଖୁବ୍‌ ମୋଟୀ ଥିଲେ। ୨୦୧୫ ନଭେମ୍ବର ମାସ ପର୍ଯ୍ୟନ୍ତ ୯୦କି.ଗ୍ରା. ଥିଲା ତାଙ୍କ ଓଜନ। ବର୍ଗର, ପିଜ୍ଜା, ସଫ୍ଟ ଡ୍ରିଙ୍କ ଆଦି ଥିଲା ତାଙ୍କର ବହୁତ ପ୍ରିୟ। ତେବେ ହଠାତ୍‌ ତାଙ୍କ ମନରେ ଓ୍ବାର୍କଆଉଟ୍‌ କରିବାର ଇଚ୍ଛା ଆସିଥିଲା। ଆଉ ମନଯୋଗର ସହ ବ୍ୟାୟାମ କରିଥିଲେ। ଫଳରେ ତାଙ୍କ ଓଜନ କମି ୬୨ କି.ଗ୍ରା. ହୋଇଗଲା। ଏହାପରଠାରୁ ଜିମ୍‌ ଯାଇ ବ୍ୟାୟାମ କରିବା ଯେମିତି ତାଙ୍କର ନିଶା ପାଲଟିଗଲା। ଆଉ ଧୀରେ ଧୀରେ ସେ ଜିମ୍‌ ଇନ୍‌ଷ୍ଟ୍ରକ୍ଟର ବି ହୋଇଗଲେ। ଏହି କ୍ୟାରିୟର୍‌ରେ ସେ ବେଶ୍‌ ଖୁସ୍‌ ଥିଲେ। ତା’ସହ ଝିଅ ଓ ସ୍ବାମୀଙ୍କ କଥା ବି ବୁଝୁଥିଲେ। ତେବେ ଦିନେ ତାଙ୍କ ସ୍ବାମୀଙ୍କ ଚାକିରି ଚାଲିଗଲା। ଫଳରେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ସେ ଅଣ୍ଟା ଭିଡିଲେ। ଇନ୍‌ଷ୍ଟ୍ରକ୍ଟର କାମ ସହ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ସ୍ଥିର କଲେ। ହେଲେ ପରିବାରର ସହଯୋଗ ନ ଥିଲା। ସ୍ବାମୀଙ୍କ ସହ ପରିବାରର ଅନ୍ୟ ଲୋକ ବି ଶରୀର ପ୍ରଦର୍ଶନ ନ କରିବାକୁ ବାରମ୍ବାର ତାଗିଦ୍‌ କଲେ। ତଥାପି ସେ ଅଟକି ନ ଥିଲେ। ସୋସିଆଲ୍‌ ମିଡିଆରେ ବି ନିଜର ବଳିଷ୍ଠ ଶରୀରର ଫଟୋ ଶେୟାର କରୁଥିଲେ। ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ। ଯାହାକି ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଉଥିଲା। ଆଉ ଶେଷରେ ସେ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ । ଆଉ ଝିଅ ପାଇଁ ସାଜିଲେ ମସଲ୍‌ ମମ୍‌। ଏବେ ତାଙ୍କ ପରିବାର ବି ତାଙ୍କ ସହ ଅଛନ୍ତି। ତାଙ୍କ ସ୍ବାମୀଙ୍କୁ ଚାକିରି ମିଳିଯାଇଛି। ମମଥା ଜିମ୍‌ରେ ସମୟ ଦେବା ସହ ପେସାଦାର ବଡିବିଲ୍ଡର ପାଲଟିଛନ୍ତି।


All Right Reserved By

ଜୀବନସାଥୀ ଖୋଜିବା ପାଇଁ ଦେବାକୁ ପଡ଼େ ୫୫ ହଜାର ଟଙ୍କା

ଡିଏନ୍‌ଏ ଟେଷ୍ଟ ପରେ ମିଳୁଛନ୍ତି ଜୀବନସାଥୀ। ତାହା ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। ଆଶ୍ଚର୍ଯ୍ୟ ହେଲେ ବି...

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି...

ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ

ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି...

ପ୍ରେମୀଯୁଗଳ ମଜାରେ କଲେ ଡିଏନ୍‌ଏ ଟେଷ୍ଟ: ପରିଣାମ ହେଲା ଭୟଙ୍କର

ସୋସିଆଲ ମିଡିଆରେ ଜଣେ ଯୁବକ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୬ ବର୍ଷୀୟ ଯୁବକ ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ...

ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା...

ସ୍ନେଲଫିସ୍‌: ଗରମରେ ତରଳୁଥିବା ମାଛ

ଗରମରେ ବରଫ ତରଳିବା ସାଧାରଣ କଥା। ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ...

ଏହି ମନ୍ଦିରରେ ଦେବୀ ରୂପରେ ପୂଜାପାଆନ୍ତି ମାଛର ହାଡ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଏପରି କିଛି ମନ୍ଦିର ଅଛି, ଯାହାର ସ୍ବତନ୍ତ୍ର ପରମ୍ପରା ରହିଛି। ଏହି ମନ୍ଦିରମାନଙ୍କୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି। ଆପଣ କ’ଣ ଏପରି...

ହାତୀ ଜାଣିପାରେ କମ୍‌ ବେଶୀର ତଫାତ

କୁକୁରର ଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ବୋଲି ଆମେ ଜାଣିଛେ। କିନ୍ତୁ ହାତୀମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ବୋଲି ଜାଣିଛନ୍ତି କି? ହାତୀ...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *