ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା: ଜିଲାପାଳଙ୍କୁ ଦେଖାକଲେ ଚାଷୀ ପ୍ରତିନିଧି

ନୂଆପଡା ଅଫିସ,୧୭ା୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା, ସିଆଲଟି ଗ୍ରାମପଞ୍ଚାୟତରେ ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା ଯୋଗୁ ଶତାଧିକ ଏକର ଜମିର ରବି ଚାଷ ଉଜୁଡିବାରେ ଲାଗିଛି। ଏହାକୁ ନେଇ ଚଷୀମାନେ ବାରମ୍ବାର ବୁିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଶେଷରେ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ତୁରନ୍ତ ସମାଧାନ ନ ହେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦର୍ଲିପଡା ଏବଂ ସିଆଲଟି ଗ୍ରାମପଞ୍ଚାୟତର ୮/୯ଖଣ୍ଡ ଗାଁରେ ଗଭୀର ନଳକୂଅ ପାଣିରୁ ଚାଷୀ ଧାନ, ମୁଗ, ବିରି, ସୂର୍ଯ୍ୟମୂଖୀ ଆଦି ଚାଷ କରିଛନ୍ତି । ଧୀରେ ଧୀରେ ଏହି ଅଞ୍ଚଳରେ ଖରା ବଢିବା ସାଙ୍ଗକୁ ପାଣି ସମସ୍ୟା ସୃଷ୍ଟି ହେଉଛି । ଏଠାକୁ ସ୍ଥାନୀୟ କୁରୁମପୁରୀ ସବଷ୍ଟେଶନ ଜରିଆରେ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ହେଲେ ବାରମ୍ବାର ଲୋଭୋଲଟେଜ ଯୋଗୁ ନଳକୂଅରୁ ପାଣି ଉଠୁନାହିଁ । ଫଳରେ କ୍ଷେତକୁ ପାଣି ମଡାଇବାରେ ଅସୁବିଧା ହେଉଛି । ଦିନକୁ ଦିନ ଚାଷ ମରିବାରେ ଲାଗିଛି । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୮ତାରିଖରେ କୁରୁମପୁରୀ ସବଷ୍ଟେଶନ ନିକଟରେ ଚାଷୀ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ। ବିଦ୍ୟୁତ୍‌ ବିଭାଗ ତରଫରୁ ଅଧିକାରୀମାନେ ଆସି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ସମାଧାନ ହେଲାନାହିଁ । ଶେଷରେ ଅସନ୍ତୋଷ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳ ଡା. ପୋମା ଟୁଡୁଙ୍କୁ ଦେଖା କରି ଏହି ସମସ୍ୟା ନେଇ ଜଣାଇଛନ୍ତି । ଜିଲାପାଳ ଚାଷୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ଏହାର ତୁରନ୍ତ ସମାଧାନ କରା ନ ଗଲେ ଚାଷୀମାନେ ସର୍ବସ୍ବାନ୍ତ ହୋଇଯିବେ। ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ। ଚାଷୀଙ୍କ ମଧ୍ୟରେ ସନ୍ତୋଷ ବିଶ୍ୱାଳ, ସନ୍ତୋଷ କୁମାର ସୋନି, ସୁଶୀଳ କୁମାର ସୋନି, ଚାଷୀ ନେତା ସରୋଜ କୁମାର ସାହୁ, ସୁବର୍ତ ପ୍ରଧାନ, ଚମ୍ପୁଲାଲ ସୋନି, ଯୁବରାଜ ପ୍ରଧାନ, ଲିଙ୍ଗରାଜ ମାଝି, ତୁଲାରାମ ସାହୁ, ସୁଖରାମ ଅହୀର ପ୍ରମୁଖ ସାମିଲ ଥିଲେ।


All Right Reserved By

ପରିତ୍ୟକ୍ତ ନାଳରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀର ଅଫିସ, ୨୫।୫: ବଲାଙ୍ଗୀର ସହର ଲକ୍ଷ୍ମୀଯୋର ନିକଟରେ ଥିବା ଏକ ପରିତ୍ୟକ୍ତ ନାଳରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ସେ...

ଲୁହାଛଡ ଚୋରି ଅଭିଯୋଗ: ଦୁଇ ଧରାପଡ଼ିଲେ

ହେମଗିର, ୩୦।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଲଇକେରା ଗ୍ରାମର ଦୁଇଜଣ ଲୁହାଛଡ ଚୋରି ଅଭିଯୋଗରେ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେମାନେ ହେଲେ ଲଇକେରା...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ବର୍ଷା, ଚାଷୀ ଆତ୍ମହତ୍ୟା ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୋକା ଦେଇଛି। ରାଜ୍ୟରେ ନିଅଣ୍ଟିଆ ବର୍ଷା। ଜୁନ ପହିଲାରୁ ଜୁଲାଇ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୨୬ ପ୍ରତିଶତ...

ମଣ୍ଡିରେ ଧାନ, ଚିନ୍ତାରେ ଚାଷୀ

ସୋନପୁର, ୩୦।୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି। ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଜିଲାର ଉଲୁଣ୍ଡା ବ୍ଲକର ଯାଲୋଏ, ଡୁଙ୍ଗୁରିପାଲି ବ୍ଲକର...

ମା’ଝିଅଙ୍କଠାରୁ ୫୬ ହଜାର ୮ଶହ ଲୁଟ୍‌

ଗଣିଆ,୨୦।୬(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବଜାରରୁ ବୁଧବାର ଦିନ ଦ୍ୱିପ୍ରହରରେ ଲୁଟେରାମାନେ ୨ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଲୁଟ୍‌ର ଶିକାର ମହିଳାଦ୍ୱୟ ହେଲେ...

ଗରିବ ପଦ୍ମଶ୍ରୀଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର, ୯।୭ (ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନ ପାଇଥିବା ରାଜ୍ୟର ଗରିବ ବ୍ୟକ୍ତିମାନଙ୍କୁ ମାସିକ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର। ସଂସ୍କୃତି...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *