ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ

ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍‌ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ ନୁହେଁ। ଭାରତୀୟ ଗୀତି ସାହିତ୍ୟ କ୍ଷେତ୍ରରେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଲାବା, ଇନ୍‌ ଅଦର ଓ୍ବାର୍ଡସ, ତରକସ, ଖ୍ବାବ୍‌ କେ ଗାଓଁ ମେଁ, ଗୁଲସନ୍‌, ଭୋପାଲ : ଲର୍ନିଂ ଥ୍ରୋ ହେରିଟେଜ୍‌, କୁଇଭର, ଏ ଲିଟିଲ୍‌ ଫରଏଭର, ହିନ୍ଦୀ ରଙ୍ଗମଞ୍ଚ କି ଲୋକଧାରା, ହ୍ୟୁମାନ୍‌ ଆନାଟୋମି ଆଣ୍ଡ ଫିଜିଓଲୋଜି ଆଦି ପୁସ୍ତକ ତାଙ୍କ ସାହିତି୍ୟକ ଗତିଧାରାର ପରିଚୟ ବହନକରେ। ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତ୍‌କାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ୍‌ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା, ଏକ୍‌ ଦୋ ତିନ୍‌, ସନ୍ଦେଶେ ଆତି ହୈ, ଜିନ୍ଦେଗୀ ନା ମିଲେ ଦୁବାରା, କଭି ଅଲବିଦା ନା କେହନା ଆଦି ଗୀତକୁ ତାଙ୍କର ଗୋଟିଏ ଗୋଟିଏ ମାଇଲ୍‌ ଖୁଣ୍ଟ ବୋଲି କୁହାଯାଇପାରେ। ସେ ଏକାଧାରରେ ଜଣେ କବି, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗୀତିକାର ଏବଂ ରାଜନେତା। ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ଜାଭେଦଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ମିଳିଛି ସମ୍ମାନଜନକ ସାହିତ୍ୟ ଏକାଡେମୀ ଆଓ୍ବାର୍ଡ। ଏତଦ୍‌ବ୍ୟତୀତ ସେ ପାଞ୍ଚଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ହାସଲ କରିଛନ୍ତି।
ପରିବାର: ୧୯୪୫ ମସିହାରେ ଗ୍ବାଲିୟରଠାରେ ଜାଭେଦ ଅଖତରଙ୍କ ଜନ୍ମ। ବାପା ଜନାବ ନିସାର ଅଖତର ଏବଂ ମା’ ସାଫିଆ ଅଖତର। ନିସାର ଅଖତର ଉର୍ଦ୍ଦୁ ତଥା ହିନ୍ଦୀ ଭାଷାର ଜଣେ ପ୍ରତିଷ୍ଠିତ କବି ଥିଲେ। ଏହାବ୍ୟତୀତ ସେ ବହୁ ଫିଲ୍ମରେ ଗୀତ ମଧ୍ୟ ରଚନା କରିଥିଲେ। ମା’ ସାଫିଆ ଅଖତର ଥିଲେ ଜଣେ ସୁଗାୟିକା, ଲେଖିକା ତଥା ଶିକ୍ଷୟିତ୍ରୀ। ତାଙ୍କର ଜେଜେବାପା ମୁଜ୍‌ତାର ଖାଇରାବାଦି ମଧ୍ୟ ଜଣେ କବି ଥିଲେ। ସେତିକି ନୁହେଁ, ତାଙ୍କର ବୁନିଆଦ ଥିଲା ଏକ କବିର ବୁନିଆଦ। ତାଙ୍କ ଜେଜେଙ୍କ ବଡ଼ଭାଇ ଫଜଲ ଏ-ହକ୍‌ ଖାଇରାବାଦି ଇସ୍‌ଲାମିକ୍‌ ଭାଷାର ଜଣେ ସ୍କଲାର ଥିଲେ। ୧୮୫୭ରେ ସଂଘଟିତ ପ୍ରଥମ ସ୍ବାଧୀନତା ସଂଗ୍ରାମରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜାଭେଦଙ୍କ ମୂଳନାମ ଥିଲା ଜାଦୁ। ତାଙ୍କ ବାପାଙ୍କର ଏକ ଖୁବ୍‌ ଲୋକପ୍ରିୟ ଫିଲ୍ମ ଗୀତର ଲାଇନ୍‌ ଥିଲା ଏହିପରି : ଲମ୍‌ହା ଲମ୍‌ହା କିଶି ଜାଦୁ କା ଫସାନା ହୋଗା। ଏହି ଲାଇନ୍‌ରେ ଥିବା ଜାଦୁ ଶବ୍ଦକୁ ନେଇ ତାଙ୍କର ଜେଜେବାପା ନାତିର ନାମକରଣ କରିଥିଲେ ଜାଦୁ। ଲକ୍ଷ୍ନୌରେ ତାଙ୍କର ପିଲାବେଳ ବିତିଥିଲା ଓ ସେ ସେଇଠି ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ। ଭୋପାଳର ସାଇଫିୟା କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ବାପା ଶିଖେଇଲେ କବିତା : ଜାଭେଦ ଅଖତରଙ୍କୁ ଆଜି ଯଦି ଆମେ ଜଣେ ଲୋକପ୍ରିୟ ଗୀତିକାର ତଥା ପ୍ରସିଦ୍ଧ କବି ବୋଲି ଜାଣିଛେ ତା’ହେଲେ ତାହା ପଛରେ ରହିଛି ତାଙ୍କ ବାପା ଜନାବ ନିସାର ଅଖତରଙ୍କ ସବୁଠୁ ବଡ଼ ଭୂମିକା। ରଜିଆ ସୁଲତାନ, ପ୍ରେମ ପର୍‌ବତ୍‌, ସୁଶୀଲା, କଳ୍ପନା ଭଳି ଫିଲ୍ମର ସେ ଥିଲେ ଗୀତିକାର। ତାଙ୍କ ବାପା ହିଁ ତାଙ୍କୁ କବିତା ଲେଖା ଶିଖାଇଥିଲେ। ଆଉ କବିତା ଲେଖିବାକୁ ପ୍ରେରଣା ଦେଇଥିଲେ। ସେ ଏକଦା ତାଙ୍କୁ କହିଥିଲେ ଯେ, ଜାଦୁ! ତୋର ଜନ୍ମ କେବଳ କବିତା ଲେଖିବାକୁ ହିଁ ହୋଇଛି। ତେଣୁ ତୁ ଯାହା ବି କର; କବିତାରୁ ଓହରି ଯିବୁନି। ଜାଭେଦ ଏକଦା ଏକ ଇଣ୍ଟରଭିୟୁରେ କହିଥିଲେ, ବାପାଙ୍କ ସହିତ ତାଙ୍କର ଅନେକ କାରଣରୁ ମତଭେଦ ଥିଲା। କାରଣ ତାଙ୍କ ବାପା ଜଣେ କମ୍ୟୁନିଷ୍ଟ ହୋଇଥିବା ହେତୁ ସବୁବେଳେ ପୋଲିସ୍‌ ନଜରରେ ରହୁଥିଲେ। ସେଥିଲାଗି ତାଙ୍କୁ ଅନେକ ସମୟରେ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡୁଥିଲା। ସବୁ ଦାୟିତ୍ୱ ମା’ଙ୍କୁ ମୁଣ୍ଡେଇବାକୁ ପଡୁଥିଲା। ମା’ଙ୍କର କଷ୍ଟ ଦେଖିଦେଖି ସେ ବାପାଙ୍କ ଉପରେ ଚିଡ଼ି ଯାଉଥିଲେ। ତାଙ୍କ ସହିତ ଯୁକ୍ତିତର୍କ କରୁଥିଲେ। ଏହାସତ୍ତ୍ୱେ ବି ସେ ଯେମିତି ବାପାଙ୍କର ସାହିତି୍ୟକ ମୂଲ୍ୟବୋଧକୁ ମର୍ଯ୍ୟାଦା ଦେଉଥିଲେ ବାପା ବି ସେମିତି ତାଙ୍କ ଭିତରର ସାରସ୍ବତ ପ୍ରତିଭାର ସ୍ଫୁରଣ ଦିଗରେ ଗୁରୁତ୍ୱାରୋପ କରୁଥିଲେ।
ଯୋଡ଼ିର ନଁା ସଲିମ୍‌-ଜାଭେଦ: ହିନ୍ଦୀ ସିନେମାର ସୁବର୍ଣ୍ଣଯୁଗକୁ ଯଦି ଲିପିବଦ୍ଧ କରାଯାଏ ତା’ହେଲେ ସେଥିରେ ଗୋଟିଏ ଯୋଡ଼ିର ନଁା ନିଶ୍ଚୟ ଆସିବ। ଆଉ ତାହା ହେଉଛି ସଲିମ୍‌-ଜାଭେଦ ସ୍କ୍ରିନ୍‌ ପ୍ଲେ ଯୋଡ଼ି। ଏଇ ସଫଳ ଯୋଡ଼ିର ସଫଳ ଟାଇଟଲ ମଧ୍ୟରେ ରହିଛି ଅନ୍ଦାଜ, ଅଧିକାର, ହାତୀ ମେରା ସାଥୀ, ସୀତା ଔର ଗୀତା, ୟାଦେଁା କି ବାରାତ୍‌, ଜଞ୍ଜିର, ମଜବୁର, ହାତ୍‌ କୀ ସଫାଇ, ଦିଓ୍ବାର, ଶୋଲେ, ଆଖ୍‌ରି ଦାଓ, ଇମାନ୍‌ ଧରମ୍‌, ଚାଚା ଭତିଜା, ତ୍ରିଶୂଲ୍‌, ଡନ୍‌, କାଲା ପଥର, ଦୋସ୍ତାନା, ଶାନ, କ୍ରାନ୍ତି, ଶକ୍ତି, ଜମାନା, ମିଷ୍ଟର ଇଣ୍ଡିଆ, ବାଗ୍‌ବାନ୍‌ ଭଳି ବହୁ ଫିଲ୍ମ। ଏକ ବିଚିତ୍ର ଅବସ୍ଥାରେ ଏହି ଦୁଇଯୋଡ଼ିର ସୃଷ୍ଟି ହୋଇଥିଲା। ସଲିମ୍‌ ଜଣେ ସୌଖୀନ କଳାକାର ଥିଲେ। ଫିଲ୍ମ ‘ଶରହଦୀ ଲୁଟେରା’ରେ ତାଙ୍କର ଏକ ଛୋଟ ଭୂମିକା ରହିଥିଲା। ସଂଯୋଗବଶତଃ ସେହି ଫିଲ୍ମରେ ଜଣେ କ୍ଲାପର ବୟ ଭାବେ କାମ କରୁଥିଲେ ଜାଭେଦ। ଏହି ଫିଲ୍ମ ଶୁଟିଂ ସମୟରେ ସେମାନଙ୍କର ସାକ୍ଷାତ, ସମ୍ପର୍କ ଓ ବନ୍ଧୁତା। ପରସ୍ପର ପରସ୍ପରକୁ ଏଭଳି ଭାବରେ ଚିହ୍ନି ପାରିଥିଲେ ଯେ, ସେଇଠି ସୃଷ୍ଟି ହୋଇଥିଲା ସଲିମ୍‌-ଜାଭେଦ ଯୋଡ଼ି। ଆଉ ତା’ପରେ ଯାହା ଘଟିଲା ତାହା ହେଉଛି ଏକ ସ୍ବର୍ଣ୍ଣିମ ଇତିହାସର ଇତିବୃତ୍ତ।
ବ୍ୟକ୍ତିଗତ ଜୀବନ : ଜାଭେଦ ଅଖତର ଧର୍ମତଃ ଜଣେ ମୁସଲିମ୍‌। ମାତ୍ର ସେ ଏକଦା କହିଥିଲେ ଯେ, ସେ ସବୁବେଳେ ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦେଇଥାନ୍ତି। ଆଉ ତାଙ୍କର ଦୁଇ ସନ୍ତାନଙ୍କୁ ସେ ସେହି ସଂସ୍କାର ସହିତ ପ୍ରତିପାଳିତ କରିଆଣିଛନ୍ତି। ଜାଭେଦଙ୍କର ପ୍ରଥମ ବିବାହ ହୋଇଥିଲା ହନୀ ଇରାନୀଙ୍କ ସହିତ। ହନୀ ଓ ଜାଭେଦଙ୍କ ଦୁଇ ସନ୍ତାନ ଯଥା- ଫରହାନ୍‌ ଅଖତର ଓ ଜୋୟା ଅଖତର। ହନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ।


All Right Reserved By

ଚର୍ଚ୍ଚାରେ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା...

୨କୋଟି ଟଙ୍କାର ଗାଡ଼ିରେ ପେଟ୍ରୋଲ୍‌ ପକାଇବା ପାଇଁ କୁକୁଡା ଚୋରି କରୁଥିଲେ ମାଲିକ

ସଉକ୍‌ ପାଇଁ ମଣିଷ ବେଳେ ବେଳେ ଅଜବ କାମ କରୁଥିବା ଦେଖିବାକୁ ମିଳିଥାଏ। ସେମିତି ଚାଇନାର ଜଣେ କୃଷକ ନିଜର ସୌକ ପାଇଁ ୨ କୋଟି...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ...

ମସଲ୍‌ ମମ୍‌ ମମଥା ସନଥକୁମାର: ମୋଟୀରୁ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ

କର୍ନାଟକ, ବାସଭପୁରର ମମଥା ସନଥକୁମାର ଦିନେ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଘର କାମ ଓ ପିଲା ସମ୍ଭାଳିବା କାମ କରୁଥିଲେ। ତାଙ୍କ ପରିବାର ଥିଲା...

ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ...

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ...

ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ...

କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *