ବୀମାରେ ସାମିଲ ହେବ ମାନସିକ, ଜେନେଟିକ ରୋଗ

ନୂଆଦିଲ୍ଲୀ,୧୯-୫: ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏ) ବୀମା କମ୍ପାନୀଗୁଡ଼ିକୁ ମାନସିକ ଅସୁବିଧା, ଜେନେଟିକ ରୋଗ, ନ୍ୟୁରୋ ସମ୍ପର୍କିତ ବିକାର ତଥା ମନୋବୈଜ୍ଞାନିକ ବିକାର ଭଳି ଗମ୍ଭୀର ରୋଗଗୁଡ଼ିକୁ ଚିକିତ୍ସା ବୀମା ପଲିସିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାର ଅର୍ଥ ଏବେ ବୀମା କମ୍ପାନୀଗୁଡ଼ିକ ମେଡିକାଲ ବୀମା ପଲିସିରେ ଉକ୍ତ ରୋଗଗୁଡ଼ିକୁ ସାମିଲ କରିବାକୁ ବାଧ୍ୟ ହେବେ।
ବୀମା ଜଗତ ଚିକିତ୍ସା ବୀମା ପଲିସିରୁ ରୋଗଗୁଡ଼ିକୁ ବାଦ୍‌ ଦେବାର ଏକ ସମାନ ନୀତି ଆପଣାଇବାକୁ ଆଇଆର୍‌ଡିଏ ନିଜ ପ୍ରସ୍ତାବରେ କହିଛନ୍ତି। ବଜାରରେ ଚିକିତ୍ସା ବୀମା କମ୍ପାନୀ ଏବଂ ଚିକିତ୍ସା ବୀମା ଯୋଜନା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ ଜାରି କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ମେଡିକାଲ ଇନସ୍ୟୁରାନ୍ସରୁ ରୋଗଗୁଡ଼ିକୁ ବାଦ୍‌ ଦେବାର ଏକ ନିଶ୍ଚିତ ମାନଦଣ୍ଡ ନିର୍ଦ୍ଧାରଣ ଲାଗି କ୍ରିୟାନ୍ବୟନ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିସ୍‌ କ୍ରମେ ଆଇଆର୍‌ଡିଏ ମେଡିକାଲ ପଲିସିରୁ ରୋଗଗୁଡ଼ିକୁ ବାଦ୍‌ ଦେବା ନେଇ ଗାଇଡଲାଇନ ଜାରି କରିବାକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ମୁତାବକ ବୀମା ନେବା ପରେ ହେବାକୁ ଥିବା କୌଣସି ପ୍ରକାର ରୋଗ ସମ୍ପର୍କିତ ଚିକିତ୍ସାକୁ ବୀମା ପରିସରରୁ ବାଦ୍‌ ଦିଆଯାଇପାରିବ ନାହିଁ। ଏଥିସହ ବୀମାର ନିୟମ ଓ ସର୍ତ୍ତରେ ଏଭଳି କୌଣସି ବ୍ୟବସ୍ଥା ରଖାଯାଇପାରିବ ନାହିଁ। ଦୀର୍ଘ ୮ ବର୍ଷ ଧରି ପଲିସି ଚାଲିଥିବା ବେଳେ ବୀମା ହୋଇଥିବା ବ୍ୟକ୍ତି ଧ୍ରୁମ୍ରପାନ କରୁଛନ୍ତି ଅଥବା କୌଣସି ରୋଗରେ ପୀଡିତ ବୋଲି ବୀମା କମ୍ପାନୀ ଜାଣି ତାଙ୍କର କ୍ଲେମ୍‌କୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଏହାବ୍ୟତୀତ କୌଣସି ରୋଗୀ ଅଧାରୁ ମେଡିକାଲ ଟ୍ରିଟ୍‌ମେଣ୍ଟ ବନ୍ଦ କରିଦେଇଥିଲେ ମଧ୍ୟ ବୀମା କମ୍ପାନୀ ତାଙ୍କର ଦାବିକୁ ଫେରାଇ ପାରିବେ ନାହିଁ। ସେହିପରି ଯୁବତୀ ଏବଂ ମହିଳାଙ୍କୁ ଯୁବାବସ୍ଥା ଓ ମେନୋପଜ୍‌ ସମୟରେ ଅଧିକ ରକ୍ତକ୍ଷରଣ ତଥା ହର୍ମୋନାଲ ପରିବର୍ତ୍ତନ ଦେଇ ଗତିକରିବାକୁ ପଡିଥାଏ। ସେମାନଙ୍କ ରୋଗର ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ବୀମା ପଲିସି ମଧ୍ୟରେ ସାମିଲ କରିବାକୁ ଆଇଆର୍‌ଡିଏ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ବୀମା କମ୍ପାନୀଗୁଡ଼ିକ ବୃଦ୍ଧାବସ୍ଥାଜନିତ ରୋଗ, ଦୁର୍ଲଭ ରୋଗକୁ ମଧ୍ୟ ବୀମା ପଲିସିରୁ ବାଦ୍‌ ଦେଇ ପାରିବେ ନାହିଁ। ବୀମା କମ୍ପାନୀ ପାରାଗ୍ଲାଇଡିଂ, ରାଫ୍ଟିଙ୍ଗ, ଏଫ୍‌୧ ରେସିଂ ଭଳି ଆଡ୍‌ଭେଞ୍ଚର ସ୍ପୋଟର୍‌ସ ତଥା ଜଲିକଟ୍ଟୁ ଓ କମ୍ବାଲା ଭଳି ଅନ୍ୟ ପାରମ୍ପରିକ ଖେଳକୁ ମଧ୍ୟ ବୀମାଭୁକ୍ତ କରିବାକୁ ବାଧ୍ୟ ରହିବେ।


All Right Reserved By

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ନୂଆଦିଲ୍ଲୀ,୧୮-୪: ଇଂଲଣ୍ଡର ଲିଭରପୁଲ ଓ୍ବାଟର ପ୍ରିନ୍ସ ଡକ୍‌ରେ ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ବିଶ୍ୱରଖ୍ୟାତି ସମ୍ପନ୍ନ ଗଲ୍ଫର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ...

ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା...

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୩-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

କମିଲା ରେପୋ ରେଟ୍‌;ଶସ୍ତା ହେବ ଇଏମ୍‌ଆଇ

ମୁମ୍ବାଇ,୭-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ ୦.୨୫% ହ୍ରାସ କରିଛି। ଫଳରେ ଏହା ହ୍ରାସ...

ଭାରତୀୟ ସଡ଼କରେ ଦୌଡ଼ିପାରେ ଟେସ୍‌ଲା କାର୍‌

ନୂଆଦିଲ୍ଲୀ,୨୧-୫: ଭାରତରେ ଟେସ୍‌ଲା କାର୍‌ ଲଞ୍ଚକୁ ନେଇ ଦ୍ୱିଧାରେ ଥିବା ସିଇଓ ଏଲନ ମସ୍କଙ୍କ ମୁଣ୍ଡବ୍ୟଥା ହ୍ରାସ କରିଛି ଭାରତୀୟ କମ୍ପାନୀ ଅଶୋକ ଲେଲ୍ୟାଣ୍ଡ। ଭାରତୀୟ...

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ...

ଏନ୍‌ସିଏଲ୍‌ଟିକୁ ଯିବ ବ୍ୟାଙ୍କ ସମୂହ;ଜେଟ୍‌ର ପୁନରୁଦ୍ଧାର ଆଶା ଶେଷ

ନୂଆଦିଲ୍ଲୀ,୧୮-୬: ନଗଦ ସଙ୍କଟ କାରଣରୁ ଅଚାନକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ପୁନରୁଦ୍ଧାର ଲାଗି ସବୁ ଉଦ୍ୟମ ଫସର ଫାଟିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନେତୃତ୍ୱରେ...

୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *