Posted inଖେଳ

ସେମିରେ ନାଡାଲ, ଜୋକୋଭିଚ୍‌

ରୋମ,୧୮।୫(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ୮ ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ଇଟାଲିଆନ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୩ ସେଟ୍‌ ବିଶିଷ୍ଟ କ୍ୱାର୍ଟର ଫାଇନାଲରେ ୟୁଏସ୍‌ ଚାମ୍ପିୟନ ଜୁଆନ ମାର୍ଟିନ ଡେଲ ପୋର୍ଟୋଙ୍କୁ ହରାଇ ଦେଇଛନ୍ତି। ଶୀର୍ଷ ସିଡ୍‌ ଜୋକୋଭିଚ୍‌ ୪-୬, ୭(୮)-୬, ୬-୪ ସେଟ୍‌ରେ ମ୍ୟାଚ୍‌ ଜିତିଛନ୍ତି।  ଜିତିବା ପାଇଁ ତାଙ୍କୁ ୩ ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ୩୨ ବର୍ଷୀୟ ନାଡାଲ ୬-୪, ୬-୦ ସେଟ୍‌ରେ ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ହରାଇ ଦେଇଛନ୍ତି। ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲ ଫାଇନାଲ ପାଇଁ ଗ୍ରୀସର ଉଦୀୟମାନ ଖେଳାଳି ଷ୍ଟେଫାନସ ଟିସିଟ୍‌ସିପାସଙ୍କ ସହ ମୁକାବିଲା କରିବେ।  ସେହିଭଳି ଅନ୍ୟ ଏକ ସେମିଫାଇନାଲରେ ୩୧ ବର୍ଷୀୟ ଜୋକୋଭିଚ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍କଓ୍ବର୍ଟଜମ୍ୟାନଙ୍କୁ ଭେଟିବେ।


All Right Reserved By

Posted inଖେଳ

ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ଅଲିମ୍ପିକ ସନ୍ତରଣକାରୀ

ମିଲାନ, ୧୦ା୭ (ଏପି)- ଇଟାଲୀଦେଶର ସାର୍ଡିନିଆ ନିକଟବର୍ତ୍ତୀ ସମୁଦ୍ର ବକ୍ଷରେ ବୁଡ଼ିଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଅଲିମ୍ପିକ ସନ୍ତରଣକାରୀ ଫିଲିପୋ ମାଗ୍‌ନିନି। ଖବର ଅନୁସାରେ...

ଏହି ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲାନି ଏଣ୍ଟ୍ରି : ମୁହଁ ଖୋଲିଲେ ଗମ୍ଭୀର

ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଲଗାତାର ଟିମ୍‌ରେ ଖେଳି ଆସୁଥିବା ରିଷଭ୍‌ ପନ୍ତ ଏବଂ ଅବନ୍ତି ରାୟଡୁଙ୍କୁ...

ଚାଇନା ଏଏଫ୍‌ସି ଏସିଆନ୍‌ କପ୍‌ ଆୟୋଜକ

ପ୍ୟାରିସ, ୪ା୬ (ଏଏଫ୍‌ପି)- ଚାଇନା ଏସିଆନ କପ୍‌ ୨୦୨୩ର ଆୟୋଜନ କରିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ(ଏଏଫ୍‌ସି) ମଙ୍ଗଳବାର ସୂଚନା ଦିଆଯାଇଛି। ପ୍ରତି ୪ବର୍ଷ ବ୍ୟବଧାନରେ ହୋଇ...

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି।...

ଅଶ୍ୱିନଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ନଟ୍ଟିଂହାମ୍‌ଶାୟର ପରାସ୍ତ

ଟ୍ରେଣ୍ଟବ୍ରିଜ, ୧୬।୭- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ଏଠାରେ ଅନୁଷ୍ଠିତ କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ-୧’ର ଏକ ମ୍ୟାଚ୍‌ରେ ନଟ୍ଟିଂହାମଶାୟର...

ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି

ଲଣ୍ଡନ,୨୫।୫- ଭାରତୀୟ ଦଳକୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ତାଙ୍କ ରିଷ୍ଟର ସ୍କାନ କରାଯିବା...

ଅମିର ପ୍ରଥମ

ଟଣ୍ଟନ,୧୩।୬: ପେସର ମହମ୍ମଦ ଅମିର ପ୍ରଥମ ପାକିସ୍ତାନ ବୋଲର ଭାବେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଉଇକେଟ ନେଇଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ...

ଗୁଗୁଲ ମୁଖ୍ୟଙ୍କ ଭବିଷ୍ୟବାଣୀ: ଫାଇନାଲ ଖେଳିବ ଭାରତ

ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *