Posted inଜାତୀୟ

ଭାରତରେ ୪୪ ବର୍ଷ ପର୍ଯ୍ୟନ୍ତ ରହିବ ଏଲ୍‌ ନିନୋ ପ୍ରଭାବ: ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୧୮।୫: ଭାରତରେ ୨୦୨୦ଠାରୁ ୨୦୬୪ ପର୍ଯ୍ୟନ୍ତ ଆସନ୍ତା ୪୪ ବର୍ଷ ପର୍ଯ୍ୟନ୍ତ ଏଲ୍‌ ନିନୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌)ପକ୍ଷରୁ ପ୍ରାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ଠାରୁ ଏଲ୍‌ ନିନୋ ପ୍ରଭାବ ବୃଦ୍ଧି ପାଇବା ଆରମ୍ଭ କରିବ। ଏହାଦ୍ୱାରା ମୃତ୍ତିକାର ଆଦ୍ରତା କମିଯିବ। ଫଳରେ ଚାଷ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିବ। ଏହାଦ୍ୱାରା ଦକ୍ଷିଣ ଭାରତ ତଥା ଉପକୂଳ ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଫ୍ୟୁଚର ପ୍ରୋଜେକସନ୍‌ ଅଫ୍‌ ହିଟ୍‌ ଓ୍ବେଭ୍‌ ଓଭର ଇଣ୍ଡିଆ ଫ୍ରମ୍‌ ସିଏମ୍‌ଆଇପି ୫ ମଡ୍ୟୁଲସ୍‌ ଶୀର୍ଷକ ଏହି ରିପୋର୍ଟ ଅନ୍ତର୍ଜାତୀୟ ପତ୍ରିକା କ୍ଲାଇମେଟ୍‌ ଡାଇନାମିକ୍ସ୍‌ରେ ପ୍ରକାଶ ପାଇଛି। ଏହିି ରିପୋର୍ଟରେ ୧୯୫୧ଠାରୁ ୨୦୦୫ ମଧ୍ୟରେ ହୋଇଥିବା ୫୪ଟି ଗ୍ରୀଷ୍ମ ପ୍ରବାହ ଘଟଣା ଉପରେ ଉଲ୍ଲେଖ କରାଯାଇଛି।


All Right Reserved By

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ଅନେକ ଆହତ

ଶ୍ରୀନଗର, ୨୭।୬: ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜଣେ ସ୍କୁଟି...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା...

୪୭ ବର୍ଷରେ ପଦାର୍ପଣ କଲେ ଯୋଗୀ, ଶୁଭେଚ୍ଛା ଜଣାଇଲେ ମୋଦି

ଲକ୍ଷ୍ନୌ,୫।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରାୟ ସବୁ ବଡ ବଡ ନେତା...

ହିଂସା ଲାଗି ଭାଜପାକୁ ଦୋଷଦେଲେ ମମତା

କୋଲକାତା,୧୧ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସାକାଣ୍ଡ ଲାଗି ଭାଜପାକୁ ଦୋଷ ଦେଇଛନ୍ତି। କେନ୍ଦ୍ର ଓ ଭାଜପା କର୍ମୀମାନେ ମୁଖ୍ୟତଃ ଏଥିଲାଗି ଦାୟୀ। ରାଜ୍ୟ...

ଭାଜପା ପାର୍‌ କଲା ୩ଶହ ମାଇଲ୍‌ ଖୁଣ୍ଟ: ୩୨୯ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଭାଜପା ୩ଶହ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗଣତି ହୋଇଥିବା ୫୩୭...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ...

ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ

ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ...

ନକଲି ଆଇପିଏସ୍‌ ଅଫିସର ହୋଇ ଲୋକଙ୍କୁ ଲୁଟୁଥିବା ଦ୍ୱାଦଶ ଫେଲ୍‌ ଯୁବକ ଗିରଫ

ଜୟପୁର,୧।୬: ଜଣେ ନକଲି ଆଇପିଏସ୍‌ ଅଫିସରଙ୍କୁ ଏସଓଜି ଗିରଫ କରିଛି। ନକଲି ଆଇପିଏସ୍‌ ହୋଇ ଲୋକଙ୍କ ଲୁଟୁଥିବା ଅଭୟ ମୀଣା ଦ୍ୱାଦଶ ଫେଲ ହୋଇଥିଲେ ମଧ୍ୟ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *