Posted inଜାତୀୟ

କ୍ଲିନ୍‌ ଚିଟ୍‌ ନେଇ ନିର୍ବାଚନ କମିଶନ ଦୁଇଫାଳ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ମେ ୧୯ରେ ହେବ। ଏହା ପୂର୍ବରୁ ଆଚରଣ ବିଧି ଉଲ୍ଲଂଘନ ନେଇ କ୍ଲିନ୍‌ ଚିଟ୍‌ ପ୍ରସଙ୍ଗକୁ କେନ୍ଦ୍ରକରି ନିର୍ବାଚନ କମିଶନରେ ମତଭେଦ ଦେଖାଦେଇଛି। ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଏବଂ ନିର୍ବାଚନ କମିଶନ ଅଶୋକ ଲବାସା ମୁହାଁମୁହିଁ ହୋଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଲଗାତାର କ୍ଲିନ୍‌ ଚିଟ୍‌ ଦିଆଯାଉଥିବାବେଳେ ବିରୋଧୀ ଦଳ ସଦସ୍ୟଙ୍କୁ କାହିଁକି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଉଛି ସେ ନେଇ ଲବାସା ଯୁକ୍ତି ବାଢ଼ିଛନ୍ତି। ଲବାସା ଦେଶର ପରବର୍ତ୍ତୀ ନିର୍ବାଚନ କମିଶନ ଦୌଡ଼ରେ ରହିଛନ୍ତି। ଏପରି ସ୍ଥଳେ ସୁନୀଲ ଏବଂ ଲବାସା ମୁହାଁମୁହିଁ ହେବା ସାଧାରଣ କଥା ନୁହେଁ ବୋଲି କୁହାଯାଉଛି। ଏନେଇ କଂଗ୍ରେସ ସଦସ୍ୟ ରଣଦୀପ୍‌ ସୁରଜୱାଲା ମୁଖ୍ୟ ନିର୍ବାଚନ କମିଶନ ଭାଜପାର ସପକ୍ଷ ନେଉଥିବା ଅଭିଯୋଗ କରିଛନ୍ତି।


All Right Reserved By

ଲୋକ ସଭା ନିର୍ବାଚନ ପରେ ଘୋଷଣା ହେବ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ

ମୁମ୍ବାଇ,୨୫।୪: ଆସନ୍ତା ମେ’ରେ ଲୋକ ସଭା ନିର୍ବାଚନ ଥିବାରୁ ଏହାପରେ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷରା କରାଯିବ ବୋଲି ବୁଧବାର...

ଚେନ୍ନାଇରେ ଟ୍ରେନ୍‌ ଯୋଗେ ୧କୋଟି ଲିଟର ପାଣି ପହଞ୍ଚିବ

ଚେନ୍ନାଇ,୨୨।୬: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି ଭେଲୋର ଜିଲାର ଜୋଲାର...

‘ହର ହର ମହାଦେବ’ ଧ୍ୱନୀରେ ମୋଦିଙ୍କୁ ସ୍ବାଗତ କଲା ବାରଣାସୀ

ବାରଣାସୀ,୨୭।୫: ଲୋକ ସଭା ନିର୍ବାଚନରେ ଅଭୁତ ପୂର୍ବ ସଫଳତା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀ ଗସ୍ତ କରିଛନ୍ତି। ବିମାନ...

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ...

ସରକାର ଗଠନ ଦାବି ଜଣାଇଲେ ଜଗନ୍‌ମୋହନ

ହାଇଦ୍ରାବାଦ,୨୬ା୫(ପି.ଟି.): ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ଆନ୍ଧ୍ରରେ ସରକାର ଗଠନ...

ଶାହଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ା୫: ମେ’ ୩୦ରେ ପ୍ରଧାନମନ୍ତ୍ରୀଭାବେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଶପଥଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ, ସେନେଇ ଅଙ୍କକଷା ଚାଲିଥିବାବେଳେ...

ପରବର୍ତ୍ତି ନିର୍ବାଚନ ରାହୁଲ ପଡୋଶୀ ଦେଶରୁ ଲଢିବେ: ପିୟୁଷ ଗୋଏଲ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନ ପାଇଁ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ସେ ୨ଟି ଯାକ ଆସନରେ...

ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *