ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ଡାକ୍ତର ଜଣକ ଏକ ସଂକ୍ରମିତ ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଧିକାଂଶ ପିଲା ଏଚ୍‌ଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି। ପିଲାମାନଙ୍କ ରକ୍ତ ପରୀକ୍ଷା ଜାରି ରହିଥିବାବେଳେ ଅଭିଭାବକମାନେ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏ ପର୍ଯ୍ୟନ୍ତ ଏଚ୍‌ଆଇଭିରେ ପ୍ରାୟ ୫ଶହ ଲୋକ ଆକ୍ରାନ୍ତ ହୋଇ ସାରିଲେଣି।
ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ପାଇଁ ସ୍ଥାନୀୟ ଚିକିତ୍ସକ ମୁଜାଫର ଘନଘାରୋଙ୍କୁ ଗିରଫ କରାଯାଇଛି। ଉକ୍ତ ଡାକ୍ତର ଜାଣିଶୁଣି ଅନ୍ୟମାନଙ୍କୁ ସଂକ୍ରମିତ କରିଥିଲେ କି ନା ପୋଲିସ ଏହାର ତଦନ୍ତ କରୁଛି। ଲାର୍‌କାନା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ନିଜ ଜିଲା।


All Right Reserved By

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି...

ଥରିଲା ନ୍ୟୁଜିଲାଣ୍ଡ: ସୁନାମୀ ଭୟରେ ଆତଙ୍କିତ ଲୋକେ

ଓ୍ବିଲିଂଟନ୍‌୧୬।୬: ନ୍ୟୁଜିଲାଣ୍ଡର ଉତ୍ତରପୂର୍ବ ଅଞ୍ଚଳରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ସମୟ ସକାଳ ୧୦ଟା ୫୫ରେ ଏହା ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା...

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ...

ଚାଇନା ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ଚାଲିଥିବା ଏସସିଓ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି...

୨୦୩୩ରେ ମଙ୍ଗଳରେ ପାଦ ଥାପିବା ହେବନି ସମ୍ଭବ; ଲାଗିପାରେ ଅଧିକ ୨୭ ବର୍ଷ

ଓ୍ବାଶିଂଟନ,୧୮।୫: ଜହ୍ନରେ ପାଦ ଦେବା ପାଇଁ ନାସା ପକ୍ଷରୁ କରାଯାଇଛି ମାନବ ମିଶନ। ଏହା ୨୦୨୪ରେ ସମ୍ପନ୍ନ ହେବ ବୋଲି କୁହାଯାଉଛି। ଏହାପରେ ୨୦୩୩ରେ ମଙ୍ଗଳକୁ...

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି...

୪୨ ପଇସା ନ ଫେରାଇବାରୁ ଦୋକାନୀ ନାଁରେ ମାମଲା କରି ଖର୍ଚ୍ଚ ହେଲା ୫୧୮ ଟଙ୍କା

ବେଜିଂ,୨୭।୪: ମାମଲା ଯେ ବେଳେ ବେଳେ ବ୍ୟକ୍ତିଙ୍କୁ କେତେ ଖର୍ଚ୍ଚାନ୍ତ କରାଏ ତାହା ଏବେ ଏହି ଖବରରୁ ସ୍ପଷ୍ଟ ହୋଇଛି। ସୂଚନା ଅନୁଯାୟୀ, ଚାଇନା ସୁପର...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *